ଜାଭିୟର୍ସ ହାଇସ୍କୁଲ ଦେବ ୫.୨୦ ଲକ୍ଷର କ୍ଷତିପୂରଣ

ଜଗତ୍‌ସିଂହପୁର ଅଫିସ,୧୪।୩: ସ୍ଥାନୀୟ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଜଣେ ନାବାଳକ ଛାତ୍ରଙ୍କୁ ଶିକ୍ଷା ଅଧିକାରରୁ ବଞ୍ଚିତ କରାଯିବା ସହ ମାନସିକ ନିର୍ଯାତନା ଦିଆଯାଇଥିଲା। ଏଥିସହ ସିବିଏସ୍‌ଇ ନିର୍ଦ୍ଦେଶନାମାର ଖିଲାପ କରାଯାଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ଛାତ୍ର ଓ ତାଙ୍କ ବାପା ୨୦୧୫ରେ ଜଗତ୍‌ସିଂହପୁର ଜିଲା ଖାଉଟି ବିବାଦ ପ୍ରତିକାର ମଞ୍ଚରେ ଅଭିଯୋଗ କରିଥିଲେ। ଏହି ମାମଲାର ବିଚାର କରି ମଞ୍ଚର ଭାରପ୍ରାପ୍ତ ସଭାପତି ସକୁନ୍ତଳା ଚୌଧୁରୀ ଓ ସଭ୍ୟ ଲକ୍ଷ୍ମୀ ନାରାୟଣ ଦାଶ ଚୌଧୁରୀ ହାଇସ୍କୁଲର ସମ୍ପାଦକ ଓ ଅଧ୍ୟକ୍ଷଙ୍କୁ ସମ୍ପୃକ୍ତ ଛାତ୍ରଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ସମ୍ପାଦକ ଓ ଅଧ୍ୟକ୍ଷ ଅଭିଯୋଗକାରୀଙ୍କୁ କ୍ଷତିପୂରଣ ବାବଦ ୫.୨୦ ଲକ୍ଷ ଟଙ୍କା ଦେବେ। ୩୦ ଦିନ ମଧ୍ୟରେ ଏହା ଦେବାକୁ ନିର୍ଦ୍ଦେଶ ରହିଛି।
ନିର୍ଦ୍ଦେଶରେ ଉଲ୍ଲେଖ ଅଛି, ସ୍ଥାନୀୟ କଣ୍ଟାବଲ୍ଲଭପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁଅ ପି. ଶକ୍ତିପ୍ରୟାସ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶିକ୍ଷାଲାଭ କରୁଥିବା ବେଳେ ତାଙ୍କୁ ବାଧ୍ୟତାମୂଳକ ଟିସି ଦିଆଯିବା ପାଇଁ ୧୪ା୯ା୧୫ରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ଅଭିଯୋଗ ହୋଇଥିଲା। ଏପରି କି ଶିକ୍ଷାବର୍ଷ ଶେଷରେ ଛାତ୍ରଙ୍କୁ ହାଇସ୍କୁଲ ସମ୍ପାଦକ ଓ ଅଧ୍ୟକ୍ଷ ପୁନଃ ନାମଲେଖାଇବା ପାଇଁ ସୁଯୋଗ ଦେଇ ନ ଥିଲେ। ଏହାର ପ୍ରତିବାଦରେ ଅଭିଯୋଗକାରୀ ଓଏସ୍‌ସିପିସିଆର୍‌ (ଓଡ଼ିଶା ଷ୍ଟେଟ୍‌ କମିଶନ ଫର ପ୍ରୋଟେକ୍ସନ୍‌ ଫର ଚାଇଲ୍ଡ ରାଇଟ୍ସ)ର ଆଶ୍ରୟ ନେଇଥିଲେ। ଓଏସ୍‌ସିପିସିଆର୍‌ ପକ୍ଷରୁ ମାମଲା ସଂଖ୍ୟା ୭୬୪/୧୫ ରୁଜୁ କରାଯାଇ ୭ଦିନ ମଧ୍ୟରେ ଛାତ୍ରଙ୍କୁ ପୁନଃ ନାମଲେଖାଇବା ପାଇଁ ପ୍ରତିପକ୍ଷଦ୍ୱୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରତିପକ୍ଷ କୌଣସି ପଦକ୍ଷେପ ନେଇ ନ ଥିଲେ। ଅନ୍ୟପଟେ ସିବିଏସ୍‌ଇ ଆଞ୍ଚଳିକ ନିର୍ଦ୍ଦେଶକ ଓ ସେକ୍ରେଟାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସେମାନେ ମଧ୍ୟ ବିନା ଅନୁଧ୍ୟାନରେ ବିଦ୍ୟାଳୟକୁ ଆଫିଲିଏସନ୍‌ ଦେଇଥିଲେ। ଅଭିଯୋଗକାରୀ ଏକଥା ମଧ୍ୟ ଦର୍ଶାଇଥିଲେ ଯେ, ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରୁଥିବା କେତେକ ଶିକ୍ଷକଙ୍କ ଆବଶ୍ୟକ ଯୋଗ୍ୟତା ନାହିଁ। କେବଳ ଏତିକି ନୁହେଁ, ବିଦ୍ୟାଳୟର ଖେଳ ପଡିଆ ଓ କମ୍ପ୍ୟୁଟର ଲାବ୍‌ ନ ଥିବା ସାଙ୍ଗକୁ ଶିକ୍ଷକ-ଛାତ୍ର ଅନୁପାତ ପାଳନ କରାଯାଉନାହିଁ। ଯାହାକି ସିବିଏସ୍‌ଇ ନିର୍ଦ୍ଦେଶନାମାର ଖିଲାପ। କିନ୍ତୁ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ପାଇଁ ଅର୍ଥ ଆଦାୟ ଚାଲିଛି। ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କଠାରୁ ଫି’ବାବଦ ଅଧିକ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା। ତେବେ ଏହା ଉପରେ ମଞ୍ଚ ପକ୍ଷରୁ ସମସ୍ତ ୪ ଜଣ ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ପ୍ରତିପକ୍ଷମାନେ ମଞ୍ଚରେ ସେମାନଙ୍କ ଯୁକ୍ତି ଉପସ୍ଥାନ କରିଥିଲେ। ବିଦ୍ୟାଳୟ ସମ୍ପାଦକ ଓ ଅଧ୍ୟକ୍ଷ ସେମାନଙ୍କ ନାଁରେ କରାଯାଇଥିବା ଅଭିଯୋଗକୁ ଅସ୍ବୀକାର କରିଥିଲେ। ସିବିଏସ୍‌ଇର ଦୁଇ ଅଧିକାରୀ ଅନୁରୂପ ଭାବେ ସେମାନଙ୍କ ଯୁକ୍ତି ଶୈଳୀରେ ଆଇନର ଭୁଲ ଧାରଣା ସୃଷ୍ଟି ପାଇଁ ଉଦ୍ୟମ ହୋଇଥିବା ପ୍ରମାଣ କରିବାକୁ ଚାହିଁଥିଲେ। ସେମାନେ କହିଥିଲେ ଅଭିଯୋଗ ଉପରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଗାଇଡ ଲାଇନ୍‌ ଅନୁଯାୟୀ ପଦକ୍ଷେପ ନିଆଯାଇଛି ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ଉପରେ ମଞ୍ଚ ପକ୍ଷରୁ ରାୟରେ ଉଲ୍ଲେଖ କରାଯାଇଛି ୨୦୦୯ ଶିକ୍ଷା ଅଧିକାର ଆଇନର ଅନୁଚ୍ଛେଦ ୨୧(ଏ) ଅନୁଯାୟୀ କୌଣସି ପିଲାର ବୟସ ୬ରୁ ୧୪ ବର୍ଷ ଭିତରେ ହୋଇଥିଲେ ତାଙ୍କୁ ଶିକ୍ଷାନୁଷ୍ଠାନ ନାମଲେଖାରୁ ବଞ୍ଚତ୍ତ କରିପାରବେ ନାହିଁ। ଏପରି କି ବିଦ୍ୟାଳୟରୁ ବହିଷ୍କାର କରିପାରିବ ନାହିଁ। ଏଥିରୁ ସ୍ପଷ୍ଟ ଅଭିଯୋଗକାରୀଙ୍କ ପ୍ରତି ଅନ୍ୟାୟ ହୋଇଛି। ଶିକ୍ଷା ଅଧିକାର ଆଇନର ଉଲ୍ଲଙ୍ଘନ ହୋଇଛି। ତେଣୁ ଏନେଇ ଅଭିଯୋଗକାରୀଙ୍କୁ ବିଦ୍ୟାଳୟ ସମ୍ପାଦକ ଓ ଅଧ୍ୟକ୍ଷ କ୍ଷତିପୂରଣ ବାବଦରେ ୪ ଲକ୍ଷ, ସେବା ଦେବାରେ ଖିଲାପ ଓ ମାନସିକ ଯନ୍ତ୍ରଣା ଦେଇଥିବାରୁ ୧ ଲକ୍ଷ, ବିବାଦ ସୃଷ୍ଟି କରିଥିବାରୁ ୨୦ ହଜାର ଏହିପରି ମୋଟ ୫.୨୦ ଲକ୍ଷ ଟଙ୍କା ଦେବେ। ୩୦ ଦିନ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ମଞ୍ଚ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

ଭାଜପାରେ ମିଶିଲେ କର୍ଲାମୁଣ୍ଡା ବ୍ଲକର ୩ ମହିଳା ସରପଞ୍ଚ

କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri