ଜାତୀୟ ରାଜପଥ ମରାମତି କଲା ସଚେତନ ନାଗରିକ ମଞ୍ଚ

ଧର୍ମଶାଳା,୩୦ା୯(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ୫୩ନଂ ଜାତୀୟ ରାଜପଥ ଶୋଚନୀୟ ହୋଇପଡିଛି। ଚଣ୍ଡିଖୋଲ-ଡୁବୁରୀକୁ ସଂଯୋଗ କରୁଥିବା ଏହି ବ୍ୟସ୍ତବହୁଳ ରାଜପଥର କବାଟବନ୍ଧ ଠାରେ ଥିବା ବ୍ରାହ୍ମଣୀ ସେତୁ ମଧ୍ୟ ବିପଦସଂକୁଳ ଅବସ୍ଥାରେ ରହିଛି। ଏଠାରେ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନୀ ହେଉଛି। ଏହାର ମରାମତି ପାଇଁ ଅଞ୍ଚଳବାସୀଙ୍କ ତରଫରୁ ବାରମ୍ବାର ଜିଲା ପ୍ରଶାସନଠାରୁ ଆରମ୍ଭ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏ ଦିଗରେ କୌଣସି ସୁଫଳ ନ ମିଳିବାରୁ ରବିବାର ସଚେତନ ନାଗରିକ ମଞ୍ଚର ଯୁବ କର୍ମକର୍ତ୍ତାମାନେ ମିଳିତ ହୋଇ ରାସ୍ତାର ମରାମତି କରିଛନ୍ତି। ନିଜସ୍ବ ଉଦ୍ୟମରେ ଜାତୀୟ ରାଜପଥର କେତେକ ସ୍ଥାନରେ ହୋଇଥିବା ଖାଲଖମାକୁ କଂକ୍ରିଟ ଢଳେଇ କରିଛନ୍ତି। ଏହି ସମୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେବା ସହ ସଡ଼କ ସୁରକ୍ଷା ସମ୍ପର୍କରେ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ଲୋକମାନଙ୍କୁ ସଚେତନ କରାଇଛନ୍ତି। ଏଥିସହ ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥକୁ ଚାରିଥାକିଆ ସହ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ଦାବି କରିଛନ୍ତି। ଆଗାମୀ ଦିନରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପଦକ୍ଷେପ ନ ନେଲେ ଅର୍ଥନୈତିକ ଅବରୋଧ କରିବାକୁ ମଞ୍ଚର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି। ସଚେତନ ନାଗରିକ ମଞ୍ଚର ଆବାହକ ସରୋଜ ବେହେରାଙ୍କ ନେତୃତ୍ୱରେ ସଞ୍ଜୟ କୁମାର ସାହୁ, ଶକ୍ତିପ୍ରସାଦ ସାମନ୍ତ, ଯଶୋବନ୍ତ ସାହୁ, ସୌମ୍ୟରଞ୍ଜନ ସାହୁ, ଦେବୀପ୍ରସନ୍ନ ପରୀକ୍ଷଣ, ରଞ୍ଜନ କୁମାର ସାହୁ ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଅର୍ଣ୍ଣବ: ଭୂସ୍ଖଳନ ଆଶଙ୍କାରେ କୋରାପୁଟ–ବୋରିଗୁମ୍ମା ରାସ୍ତା ବନ୍ଦ

କୋରାପୁଟ,୨୭।୧୦(ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି କୋରାପୁଟ–ରାଣୀଗଡ଼ା–ବୋରିଗୁମ୍ମା ରାସ୍ତାରେ ଯାତାୟାତ ବନ୍ଦ କରାଯାଇଛି । ଗତ ସେପ୍ଟେମ୍ବରରେ ପ୍ରବଳ ବର୍ଷା ଯୋଗୁଁ ଏହି ଘାଟି ରାସ୍ତାରେ…

ବାତ୍ୟା ଅର୍ଣ୍ଣବ: ରାୟଗଡ଼ାରେ ଉପମୁଖ୍ୟମନ୍ତ୍ରୀ, ଜିରୋ କାଜୁଆଲିଟିକୁ ଗୁରୁତ୍ୱ

ରାୟଗଡ଼ା,୨୭।୧୦(ଜଗନ୍ନାଥ ଗୌଡ଼): ବାତ୍ୟା ଅର୍ଣ୍ଣବର ସ୍ଥିତି ଅନୁଧ୍ୟାନ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଙ୍ଗଳବାର ରାୟଗଡ଼ାରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉପମୁଖ୍ୟମନ୍ତ୍ରୀ ପରିଡ଼ା ରାୟଗଡ଼ାରେ ପହଞ୍ଚି…

ଜୁଆଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ: ଉଭୟ ପକ୍ଷର ୭ ଗିରଫ

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମରେ କୁମାର ପୂର୍ଣ୍ଣିମା ରବିବାର ସାରେ ଚାଲିଥିବା ଜୁଆଖେଳକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏଥିରେ…

ହ୍ୟାରି କେନଙ୍କୁ ଅଭିନନ୍ଦନ ଜଣାଇଲେ ବିରାଟ କୋହଲି କହିଲେ – ‘ଆପଣ ଏହି ପୁରସ୍କାର ପାଇବାକୁ ଯୋଗ୍ୟ…’

ନୂଆଦିଲ୍ଲୀ,୨୭।୧୦: ଇଂରେଜ ଫୁଟବଲ ଖେଳାଳି ହ୍ୟାରି କେନ ‘ବ୍ୟାଲୋନ ଡି’ଅର୍‌’ (Ballon d’Or) ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛନ୍ତି। ଗତ ୨୫ ବର୍ଷ ମଧ୍ୟରେ ଏହି…

ମାଡ଼ି ଆସୁଛି ବାତ୍ୟା: ଗୋପାଳପୁର ବନ୍ଦର ପରିଦର୍ଶନ କଲେ ବିଧାୟକ

ଛତ୍ରପୁର,୨୭।୧୦(ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଙ୍ଗଳବାର ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଗୋପାଳପୁର ବନ୍ଦର ଏବଂ…

IAS ସ୍ତରରେ ବଡ଼ ଅଦଳବଦଳ, ୮ ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ବର, ୨୭।୧୦: IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ୮ ଜଣ IAS ଅଧିକାରୀଙ୍କୁ ବିଭିନ୍ନ ବିଭାଗରେ ନୂଆ ନିଯୁକ୍ତି ଓ ଅତିରିକ୍ତ…

ବର୍ଷା, ପବନ ସତ୍ତ୍ୱେ କଟକ ଜିଲାରେ ସ୍କୁଲ ଖୋଲା, ଅଭିଭାବକ ମହଲରେ ଅସନ୍ତୋଷ

କଟକ ସଦର,୨୭।୧୦(ସୁଶାନ୍ତ କୁମାର ଜେନା): ବାତ୍ୟା ଅର୍ଣ୍ଣବର ପ୍ରଭାବରେ କଟକ ଜିଲାରେ ମଙ୍ଗଳବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ହେଲେ କଟକ ଜିଲାରେ ଛୁଟି ଘୋଷଣା ହୋଇ…

ଗାଜଲବାଡି ଘାଟିରେ ଗାଡି ଯାତାୟାତ ବନ୍ଦ: ଫସିଲେ ପର୍ଯ୍ୟଟକ

ଦାରିଙ୍ଗବାଡି, ୨୭।୧୦ (ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ବଡ଼ ପଦକ୍ଷେପ। ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?