Posted inଜାତୀୟ

ଜଷ୍ଟିସ୍‌ କୁରେଶୀଙ୍କ ପଦୋନ୍ନତି ଅଟକାଉଛି କେନ୍ଦ୍ର

ନୂଆଦିଲ୍ଲୀ,୨୨ା୬: ନ୍ୟାୟପାଳିକାର ନିରପେକ୍ଷତା ଲାଗି ଏହାକୁ ରାଜନୈତିକ ପ୍ରଭାବରୁ ମୁକ୍ତରଖାଯିବା ଉଚିତ ବୋଲି ବିଭିନ୍ନ ସମୟରେ ମତପ୍ରକାଶ ପାଇଆସୁଛି। ଏହା ସତ୍ତ୍ୱେ ନ୍ୟାୟପାଳିକା ଯେ ରାଜନୈତିକ ପ୍ରଭାବରୁ ମୁକ୍ତ ନୁହେଁ ଏହା ସରକାରଙ୍କ କେତେକ ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି। ବିଚାରପତି ନିଯୁକ୍ତି ତଥା ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ଙ୍କ ସୁପାରିସକୁ କେନ୍ଦ୍ର ସରକାର ବାରମ୍ବାର ଫେରାଇଦେବା ତାହାର ଉଦାହରଣ। କଲେଜିୟମ ପକ୍ଷରୁ ୪ ଥର ସୁପାରିସ୍‌ ସତ୍ତ୍ୱେ ଗୁଜରାଟ ହାଇକୋର୍ଟର ପୂର୍ବତନ ବରିଷ୍ଠ ବିଚାରପତି ତଥା ବର୍ତ୍ତମାନ ବମ୍ବେ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍‌ ଅକିଲ୍‌ ଅବଦୁଲହମିଦ୍‌ କୁରେଶୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେଉନାହାନ୍ତି। କେବଳ ଜଷ୍ଟିସ୍‌ କୁରେଶୀ ନୁହନ୍ତି, ଅନ୍ୟ ବିଚାରପତିମାନଙ୍କ ପଦୋନ୍ନତି ସୁପାରିସକୁ ମଧ୍ୟ ଅନେକ ସମୟରେ କେନ୍ଦ୍ର ସରକାର ଅଟକାଉଛନ୍ତି। ଏହା ପଛରେ ସରକାରଙ୍କ ଭିତିରି ଉଦ୍ଦେଶ୍ୟ ରହୁଥିବା ଜଷ୍ଟିସ୍‌ କୁରେଶୀଙ୍କ ଘଟଣାରୁ ସ୍ପଷ୍ଟ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ କଲେଜିୟମକୁ କିଭଳି ଗୁରୁତ୍ୱ ମିଳିବ ତାହାର ସୂଚନା ମିଳୁଛି।
ଗୁଜରାଟ ହାଇକୋର୍ଟ ଆଇନଜୀବୀ ସଂଘ (ଜିଏଚସିଏଏ)ର ଅଧ୍ୟକ୍ଷ ଯତୀନ୍‌ ଓଜା ତାଙ୍କର ଏକ ଲେଖାରେ ଉଲ୍ଲେଖ କରିଛନ୍ତି, ସୋହରାବୁଦ୍ଦିନ ମିଥ୍ୟା ଏନ୍‌କାଉଣ୍ଟର ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଅମିତ୍‌ ଶାହଙ୍କୁ ୨୦୧୦ରେ ଜଷ୍ଟିସ୍‌ କୁରେଶୀ ୨ ଦିନ ପାଇଁ ପୋଲିସ ହାଜତକୁ ପଠାଇଥିଲେ। ଜଷ୍ଟିସ୍‌ ଆର୍‌.ଏ. ମେହେଟାଙ୍କୁ ଗୁଜରାଟ ଲୋକାୟୁକ୍ତ ଭାବେ ନିଯୁକ୍ତି ଲାଗି ୨୦୧୧ରେ ତତ୍କାଳୀନ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଜଷ୍ଟିସ୍‌ କୁରେଶୀ କାଏମ ରଖିଥିଲେ, ଯାହାକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଚ୍ୟାଲେଞ୍ଜ କରିଥିଲେ। ଶାହଙ୍କୁ ପୋଲିସ ହାଜତକୁ ପଠାଇବାରେ ଜଷ୍ଟିସ୍‌ କୁରେଶୀଙ୍କ ନିଷ୍ପତ୍ତିରେ କିଛି ଭୁଲ୍‌ ନ ଥିଲା ବୋଲି ୨୦୧୦ରେ ତାଙ୍କ ଓକିଲ ଥିବା ଓଜା କହିଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ କୁରେଶୀଙ୍କ ପଦୋନ୍ନତି ସୁପାରିସ ସତ୍ତ୍ୱେ କେନ୍ଦ୍ର ସରକାର ଏହାକୁ ଏଡାଇଯିବା ତାଙ୍କ ପ୍ରତି ଅତ୍ୟାଚାର ବୋଲି ଓଜା ଅଭିଯୋଗ କରିଛନ୍ତି।
ମେ ୧୦ରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ଏବଂ ଏନ୍‌.ଭି. ରମନାଙ୍କୁ ନେଇ ଗଠିତ କଲେଜିୟମ ଜଷ୍ଟିସ୍‌ କୁରେଶୀଙ୍କ ପଦୋନ୍ନତି ପାଇଁ ସୁପାରିସ କରିଥିଲେ। ତାଙ୍କ ସହିତ ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟନ ଏବଂ ଆର୍‌.ଏସ୍‌. ଚୌହାନଙ୍କ ପଦୋନ୍ନତି ପାଇଁ ମଧ୍ୟ ସୁପାରିସ କରାଯାଇଥିଲା। ଜଷ୍ଟିସ୍‌ ରାମସୁବ୍ରମଣ୍ୟନ୍‌ ଏବଂ ଜଷ୍ଟିସ୍‌ ଚୌହାନଙ୍କୁ ଯଥାକ୍ରମେ ହିମାଚଳପ୍ରଦେଶ ଓ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ସେହିପରି ହିମାଚଳପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ସୂର୍ଯ୍ୟ କାନ୍ତଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଥିଲା। କିନ୍ତୁ ଜଷ୍ଟିସ୍‌ କୁରେଶୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦିଆ ନ ଯାଇ ଜୁନ୍‌ ୧୦ରୁ ଜଷ୍ଟିସ୍‌ ରବିଶଙ୍କର ଝାଙ୍କୁ ଏହାର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।
ଏଠାରେ ପ୍ରଶ୍ନ ଉଠୁଛି, ଯଦି ସରକାର ବାରମ୍ବାର ସୁପାରିସକୁ ଫେରାଇଦିଅନ୍ତି ତେବେ ଏନେଇ କଲେଜିୟମ ନିଜ ନିଷ୍ପତ୍ତିରେ ଅଟଳ ରହି କେନ୍ଦ୍ରକୁ ପ୍ରଶ୍ନ କରିପାରିବ କି? ସିଜେଆଇ ଗୋଗୋଇ ନିକଟରେ ରୁଷିଆର ସୋଚିଠାରେ ସାଂଘାଇ ସହଯୋଗ ସଂଗଠନର ପ୍ରଧାନ ବିଚାରପତିମାନଙ୍କ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ନ୍ୟାୟିକ ଅନୁଷ୍ଠାନର ସ୍ବାଧୀନତା ପାଇଁ ସୁଦୃଢ଼ ଓ ନିରପେକ୍ଷ ବିଚାରପତିଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ବିଚାର ବିଭାଗର ମୁଖ୍ୟ ଭାବେ ସେ ତାଙ୍କ କଥାକୁ କାର୍ଯ୍ୟରେ ପରିଣତ କରିପାରିବେ କି ବୋଲି ପ୍ରଶ୍ନ ଉଠୁଛି। ଲୋକ ସଭା ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର କେନ୍ଦ୍ରରେ ସରକାର ଗଢ଼ିବା ପରେ ରବିଶଙ୍କର ପ୍ରସାଦ ପୁନର୍ବାର ଆଇନ ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିଛନ୍ତି। ଆଇନ ମନ୍ତ୍ରଣାଳୟ ଏକ ଡାକଘର ଭଳି କାର୍ଯ୍ୟ କରିବ ନାହିଁ ବୋଲି ସେ ଦାୟିତ୍ୱ ଗ୍ରହଣ ପରେ ସ୍ପଷ୍ଟ କରିଦେଇଥିଲେ। ଅର୍ଥାତ୍‌ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି କ୍ଷେତ୍ରରେ କଲେଜିୟମ୍‌ର ସୁପାରିସ ଉପରେ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରର ଭୂମିକା ତୁଲାଇବ ବୋଲି ଆଇନମନ୍ତ୍ରୀ ସୂଚାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନୁହେଁ ବ୍ୟବସାୟରେ ରାଜ୍‌ କରନ୍ତି ଏହି ୬ ରାଶି, ନିଜ ଦମ୍‌ରେ ପାଆନ୍ତି ବଡ଼ ସଫଳତା

ବ୍ୟବସାୟ ଦୁନିଆରେ କିଛି ଲୋକ ଖୁବ କମ ସମୟରେ ସଫଳତାର ଶୀର୍ଷରେ ପହଞ୍ଚିଯାଆନ୍ତି, ଆଉ କିଛି ଲୋକ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ମଧ୍ୟ…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଭୟରେ ଝାରମୁଣ୍ଡାବାସୀ; ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼…

ରିଷିଡା,୭।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

ଅନ୍ତେବାସୀଙ୍କ ହଷ୍ଟେଲ ଛାଡିବା ଘଟଣାକୁ ମାସେ, ଆଜି ବି ଶ୍ରେଣୀ ଗୃହରେ ଚାଲିଛି ଛାତ୍ରାବାସ

ଝରିଗାଁ,୭।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନ୍ତେବାସୀଙ୍କ ହଷ୍ଟେଲ ଛାଡିବା ଘଟଣାକୁ ଏହାରି ମଧ୍ୟରେ ମାସେ…

ଉପନିର୍ବାଚନନ ଘୋଷଣା: ଏହି ସିଟ୍‌ରୁ ନିର୍ବାଚନ ଲଢିବେ ମମତା ବାନାର୍ଜୀ! ରାଜନୀତିରେ ଚହଳ

କୋଲକାତା,୭।୯: ୪ଟି ରାଜ୍ୟର ୬ଟି ଆସନରେ ଉପନିର୍ବାଚନନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ଆସନଗୁଡ଼ିକରେ ଅକ୍ଟୋବର ୬ ତାରିଖରେ ଭୋଟଗ୍ରହଣ ହେବ ଏବଂ ଅକ୍ଟୋବର…

ଶିକ୍ଷାଦାନକୁ ବ୍ରତ କରିଥିବା ନିଆରା ମଣିଷ ମହେଶ୍ୱର

ଖଡ଼ିଆଳ,୭ା୯(ସୁଜିତ କୁମାର ପ୍ରଧାନ): ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ନିଆରା ମଣିଷ ହେଉଛନ୍ତି ମହେଶ୍ୱର ରାଉତରାଏ। ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ମହେଶ୍ୱର…

elections

ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ୬ ଆସନରେ ହେବ ଉପନିର୍ବାଚନ; ଜାଣନ୍ତୁ କେବେ, କେଉଁଠି…

ନୂଆଦିଲ୍ଲୀ,୭।୯: ଦେଶର ୬ଟି ଆସନରେ ଉପନିର୍ବାଚନନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫ଟି ବିଧାନସଭା ଆସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri