ଜରି ତଳେ ଜୀବନ

ଜଳେଶ୍ୱର, ୫।୧୧(ରବି ନାରାୟଣ ପାତ୍ର)-ଆର୍ଥିକ ଅନଗ୍ରସର ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ସମସ୍ତଙ୍କ ନିକଟରେ ତାହା ପହଞ୍ଚିପାରୁନାହିଁ।
ଏପରି କି ମୁଣ୍ଡ ଗୁଞ୍ଜିବାକୁ ଭୂମି କିମ୍ବା ଘରଟିଏ ନ ଥିବାରୁ ଅନେକେ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ଜଳେଶ୍ୱର ପୌରପରିଷଦ ଅଞ୍ଚଳର ୧୦ନଂ ୱାର୍ଡ଼ ଶାନ୍ତିଆଠାରେ ରହୁଥିବା ଦେବୁ ଦାସ (୫୨) ଏହାର ଉଦାହରଣ।
୧୯୯୯ରେ ପଶ୍ଚିମବଙ୍ଗର ମେଦିନୀପୁର ହଳିଦିଆ ଅଞ୍ଚଳ ବସନ୍ତପୁର ଗାଁର ଦେବୁ ଦାସଙ୍କର ପୈତୃକ ସମ୍ପତ୍ତି ନ ଥିବାରୁ ସେ ଗାଁ ଛାଡ଼ି କାମ ଅନ୍ବେଷଣରେ ସ୍ତ୍ରୀଙ୍କ ସହିତ ଜଳେଶ୍ୱର ଷ୍ଟେଶନରେ ପହଞ୍ଚିଥିଲେ। ପରବର୍ତ୍ତୀ ସମୟରେ ନିକଟସ୍ଥ ଗ୍ରାମରେ ଦିନ ମଜୁରିଆ ଭାବେ କାମ କରିବା ସହିତ ଗ୍ରାମର ବିଭିନ୍ନ ଲୋକଙ୍କ ପିଣ୍ଡାରେ ରାତି କଟାଉଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ହେବା ପରେ ବହୁ ଚେଷ୍ଟା ଓ କେତେକ ସମାଜସେବୀଙ୍କ ସହାୟତାରେ ସେ ଭୋଟରକାର୍ଡ, ଆଧାରକାର୍ଡ ଓ ରାଶନକାର୍ଡ ପାଇ ରାଶନ୍‌ ସାମଗ୍ରୀ ପାଉଛନ୍ତି। ଗ୍ରାମର ଲୋକମାନଙ୍କ ସହମତି ଓ ସହାୟତାରେ ସେ ୩ବର୍ଷ ଧରି ଅନାବାଦି ଜାଗାରେ ଏକ ପଲିଥିନ ତିଆରି ଘରେ ମୁଣ୍ଡଗୁଞ୍ଜି ଆସୁଛନ୍ତି। ଜଳେଶ୍ୱର ତହସିଲ ଓ ପୌରପରିଷଦକୁ ବାରମ୍ବାର ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଏଯାଏ ଭୂମିଟିଏ କିମ୍ବା ଘରଖଣ୍ଡିଏ ପାଇପାରିନାହାନ୍ତି। ସରକାରଙ୍କ ଆବାସ ଯୋଜନା ତାଙ୍କ ପାଇଁ ସାତସପନ ହୋଇଛି। ଦେବୁ ଜଣେ ଭୂମିହୀନ ଓ ଗୃହଶୂନ୍ୟ ବ୍ୟକ୍ତି ହୋଇଥିବାରୁ ସରକାରଙ୍କ ପକ୍ଷରୁ ଜମି ଓ ଗୃହର ବ୍ୟବସ୍ଥା କରାଇବାକୁ ପୂର୍ବତନ ପୌରପାଳ ବସନ୍ତ ସେନାପତି, ସମାଜସେବୀ ସୀତାଂଶୁ ସେନାପତି, ଗିରିଜା ଶଙ୍କର ଦାସ ପ୍ରମୁଖ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ପୋଡୁ ଚାଷବେଳେ ହଠାତ୍‌ ମାଡିଆସିଲା ଭୟଙ୍କର ବର୍ଷା, ପବନ: ଗଛ ମୂଳେ ଆଶ୍ରୟ ନେଇଥିବା ୩ ମହିଳାଙ୍କୁ ମାରିଲା ବିଜୁଳି

  ଥୁଆମୂଳ ରାମପୁର, ୧୭।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଗ୍ରାମର ନୁନ ପାଣି ପାହାଡ଼ ନିକଟରେ ଆଜି ଏକ…

ଦିଗପହଣ୍ଡି ଏନଏସି ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଶୁଭାରମ୍ଭ; ନାଗରିକଙ୍କ ସହଭାଗିତା, ସଚେତନତା, ସୁଶାସନ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସହରରେ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏନଏସି କାର୍ଯ୍ୟାଳୟ ସମ୍ମିଳନୀ…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri