ଜମୁଛି ଶିଶିର ସରସ ମେଳା:ସପ୍ତାହରେ ୧୦କୋଟି ଟପିଲା ବେପାର

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଜମୁଛି ମେଳା। ଦିନକୁ ଦିନ ବ୍ୟବସାୟ ବି ବଢୁଛି। ସନ୍ଧ୍ୟା ହେଲେ ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ପଡୁଛି ଲକ୍ଷ ଲକ୍ଷ ଲୋକଙ୍କ ପାଦ। କିଏ କାରିଗରଙ୍କ ହାତତିଆରି ଖାଣ୍ଟି ଦେଶୀ ସାମଗ୍ରୀ କିଣିବାକୁ ଯାଉଛି ତ କିଏ ପାରମ୍ପରିକ ଓଡ଼ିଆ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦେଶୀ ଖାଦ୍ୟ ଖାଇବାକୁ ଯାଉଛି। ପ୍ରଦର୍ଶନୀ ପଡ଼ିଆରେ ଓର୍‌ମାସ୍‌ ତରଫରୁ ଚାଲିଥିବା ଶିଶିର ସରସ ମେଳା କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟ ତଥା ବାହାରୁ ଆସିଥିବା ଲୋକଙ୍କ ପାଇଁ ଆଣିଦେଇଛି ଏଭଳି ଭିନ୍ନ ଅନୁଭୂତି।
ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଶିଶିର ସରସ ମେଳାରେ ଏଥର ଭଲ ବ୍ୟବସାୟ ହେଉଥିବା ଦେଖିବାକୁ ମିଳିଛି। ଗତ ୭ଦିନରେ ଏଠାରେ ୧୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଓର୍‌ମାସ ତରଫରୁ ସୂଚନା ଦିଆଯାଇଛି। ଏଥର ମେଳାରେ ଖୋଲିଥିବା ୩୦୬ ଷ୍ଟଲ୍‌ରେ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ତିଆରି ବଡ଼ି, ପାମ୍ପଡ଼, ଆଚାର ଏବଂ ଅନ୍ୟାନ୍ୟ ଘରକରଣା ଓ ସାଜସଜ୍ଜା ସାମଗ୍ରୀର ଭଲ ବିକ୍ରିବଟା ହେଉଥିବା ବ୍ୟବସାୟୀମାନେ କହିଛନ୍ତି। ସେହିଭଳି ଓରମାସ ତରଫରୁ ପ୍ରଥମଥର ପାଇଁ ୩ଟି ଡେମୋ ଷ୍ଟଲ୍‌ ଏବଂ ଗୋଟିଏ ଥିମ୍‌ ଷ୍ଟଲ୍‌ ଖୋଲାଯାଇଛି। ଡେମୋ ଷ୍ଟଲ୍‌ରେ କାରିଗରମାନେ ଟେରାକୋଟା, ଧୂପକାଠି ଓ ସବାଇ ଘାସରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ ବିକ୍ରି କରୁଛନ୍ତି। କଞ୍ଚାମାଲ୍‌ରୁ ବିଭିନ୍ନ ସାମଗ୍ରୀର ପ୍ରସ୍ତୁତ ପ୍ରଣାଳୀ ଲୋକେ ଏଠାରେ ଲାଇଭ୍‌ ଦେଖିବାର ସୁଯୋଗ ପାଇପାରୁଛନ୍ତି। ସେହିପରି ଥିମ୍‌ ଷ୍ଟଲ୍‌ରେ ମେଳା ପରିସରରେ ବିକ୍ରି ହେଉଥିବା ବିଭିନ୍ନ ସାମଗ୍ରୀକୁ ଏକାଠି କରି ପ୍ରଦର୍ଶନ କରାଯାଇଛି। ମେଳାକୁ ବୁଲି ଆସୁଥିବା ବ୍ୟକ୍ତି ଏଠାରୁ ଜିନିଷ ବିକ୍ରିବଟା ସମ୍ପର୍କରେ ସମସ୍ତ ସୂଚନା ପାଇପାରୁଛନ୍ତି।

ରବିବାର ଆକର୍ଷଣ ଫ୍ୟାଶନ ଶୋ

ଶିଶିର ସରସ ମେଳାରେ ପ୍ରତି ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିବାବେଳେ ରବିବାର ସନ୍ଧ୍ୟାରେ ଓର୍‌ମାସ୍‌ ଏବଂ ନିଫ୍ଟ ଛାତ୍ରୀଛାତ୍ରଙ୍କ ଦ୍ୱାରା ଫ୍ୟାଶନ ଶୋ’ର ଆୟୋଜନ କରାଯାଇଥିଲା। ସମ୍ବଲପୁରୀ ତଥା ଇକ୍କତ, ଟସର ଭଳି ପାରମ୍ପରିକ ହସ୍ତତନ୍ତରେ ପ୍ରସ୍ତୁତ ଅତ୍ୟାଧୁନିକ ଡିଜାଇନ୍‌ ଏବଂ ପାରମ୍ପରିକ ଶାଢ଼ି ଏହି ଶୋ’ର ପ୍ରମୁଖ ଆକର୍ଷଣ ରହିଥିଲା। ଭୁବନେଶ୍ୱର ନିଫ୍ଟ ଛାତ୍ରୀଛାତ୍ରମାନେ ଶାଢ଼ିକୁ ନୂଆ ରୂପରେ ମଞ୍ଚକୁ ଆଣିଥିବାବେଳେ ହସ୍ତତନ୍ତ ବସ୍ତ୍ରରେ ପ୍ରସ୍ତୁତ ପ୍ୟାଣ୍ଟ, ଶାର୍ଟ, ଡଙ୍ଗ୍‌ରୀ ଭଳି ଓ୍ବେଷ୍ଟର୍ନ ପୋଷାକ ବିଶେଷ ଆକର୍ଷଣ ସାଜିଥିଲା।

ଚିକେନ୍‌ ମଣ୍ଡାପିଠାରୁ ଅଣ୍ଡା ଇଡ୍‌ଲି

ଶିଶିର ସରସ ମେଳାର ଫୁଡ୍‌ କୋର୍ଟରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ବିଭିନ୍ନ ବ୍ୟଞ୍ଜନ ସ୍ଥାନ ପାଇଛି। ଓଡ଼ିଶାର ମୁଢି-ମାଂସ, ଛେନାପୋଡ଼, ରସାବଳି, ଚୁଡ଼ା ଘସା ଓ ଡାଲ୍‌ମା, ଚକୁଳି ଓ ଖାସି ମାଂସ ସାଙ୍ଗକୁ ତେଲଙ୍ଗାନା ଦମ୍‌ ବିରିୟାନୀ, ବିହାରର ଲିଟି ଚୋଖା, ଛତିଶଗଡ଼ର କଡି-ଚାଓ୍ବଲ, ରାଜସ୍ଥାନ ପ୍ରସିଦ୍ଧ କଚୋଡ଼ି, ମହାରାଷ୍ଟ୍ରର ପାଓଭାଜି ଓ କେରଳର କେତେକ ସୁପ୍ରସିଦ୍ଧ ବ୍ୟଞ୍ଜନର ବିଶେଷ ଚାହିଦା ଦେଖିବାକୁ ମିଳୁଛି। ବିଶେଷକରି ବାରିପଦାର ମୁଢି ମାଂସ ଓ ତେଲଙ୍ଗାନାର ଦମ୍‌ ବିରିୟାନୀ ଖାଇବା ପାଇଁ ସନ୍ଧ୍ୟାରେ ଷ୍ଟଲ୍‌ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ସେହିପରି କେରଳର କନ୍ନୁର ଜିଲାରୁ ଆସିଥିବା ବ୍ୟବସାୟୀଙ୍କ ଦ୍ୱାରା ପ୍ରସ୍ତୁତ କେରଳ ଜିଞ୍ଜର କଫି ଶୀତୁଆ ସନ୍ଧ୍ୟାରେ କଫିପ୍ରେମୀଙ୍କୁ ଆକର୍ଷିତ କରୁଛି। ପୁରୀ ଜିଲା ସାକ୍ଷୀଗୋପାଳରୁ ଆସିଥିବା ମା ମଙ୍ଗଳା ସଞ୍ଚୟ ସମିତି ଏଠାରେ ପ୍ରଥମଥର ପାଇଁ ଅଣ୍ଡା ଇଡ୍‌ଲି ସହ ମାଂସ ଘୁଘୁନି, ଚିକେନ୍‌ ମଣ୍ଡାପିଠା, ଚିକେନ୍‌ ଦୋସା, ଚକୁଳି ଓ ମାଛ ବେସର, ଖାସି ମାଂସ ଚକୁଳି, ପରଠା ଓ ସୋରିଷ ଚିକେନ୍‌ ଭଳି କିଛି ନିଆରା ଖାଦ୍ୟ ପରଷୁଛି। ବିନା ତେଲରେ ପ୍ରସ୍ତୁତ ହେଉଥିବା ଅଣ୍ଡା ଇଡ୍‌ଲିର ଦାମ୍‌ ଗୋଟାକୁ ୧୫ଟଙ୍କା ରହିଥିବାବେଳେ ସୋରିଷ ଚିକେନ୍‌ର ଦାମ୍‌ ୧୪୦ ଟଙ୍କା, ଚିକେନ୍‌ ଦୋସା ୭୦ ଟଙ୍କା, ଖାସି ମଟନ୍‌ ଓ ଚକୁଳିର ଦାମ୍‌ ୧୬୦ ଟଙ୍କା ଏବଂ ୨ଟି ଚିକେନ୍‌ ମଣ୍ଡାପିଠାକୁ ୫୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri