ଜନସଂଖ୍ୟା ବୃଦ୍ଧି ପ୍ରଗତିରେ ବାଧକ

ଡା. ନିତ୍ୟାନନ୍ଦ ସ୍ବାଇଁ

ସମ୍ପ୍ରତି ପ୍ରକାଶ ପାଇଛି ଏକ ଚମକପ୍ରଦ ସମ୍ବାଦ। ସମ୍ବାଦଟି ହେଲା, ଚଳିତ ବର୍ଷ ଭାରତର ଜନସଂଖ୍ୟା ଚାଇନାକୁ ଟପିଗଲା। ସୁତରାଂ ଭାରତ ହେଉଛି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ। ଜନସଂଖ୍ୟା ବୃଦ୍ଧି ରାଷ୍ଟ୍ରର ଏକ ସମ୍ବଳ ରୂପେ ବିବେଚିତ ହେବା କଥା। କିନ୍ତୁ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ଯଦି ପ୍ରଗତିରେ ସହାୟକ ନ ହୋଇ ବାଧକ ରୂପେ ଉଭା ହୁଏ, ସେ କ୍ଷେତ୍ରରେ ପ୍ରଗତି ସ୍ଥାଣୁ ହୋଇପଡ଼େ, ବାଧକ ରୂପେ ଉଭା ହୋଇପଡ଼େ, ସେକ୍ଷେତ୍ରରେ । ଏହା ସ୍ବୀକାର୍ଯ୍ୟ ଯେ ପୃଥିବୀର ଲମ୍ବ ଓ ପ୍ରସ୍ଥକୁ ବଢ଼େଇ ହେବନି। ତାହାହେଲେ ଜନସଂଖ୍ୟାକୁ ଅବିଚାରିତ ଭାବରେ ବୃଦ୍ଧି କରି ଚାଲିଲେ ସେମାନେ ସମସ୍ତେ ରହିବେ କେଉଁଠି? କେଉଁଠୁ ମିଳିବ ଖାଦ୍ୟ? ସୁତରାଂ ଜନସଂଖ୍ୟା ବିସ୍ଫୋରଣ ବିପର୍ଯ୍ୟୟ ସୃଷ୍ଟି କରିବା ନିଶ୍ଚିତ। ୧୯୭୩ରେ ଚିକିତ୍ସା ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା କୋନ୍‌ରଡ୍‌ ଲୋରେଞ୍ଜ କହିଥିଲେ, ”ଜନସଂଖ୍ୟାର ଅସ୍ବାଭାବିକ ବୃଦ୍ଧି ହେଉଛି ସମସ୍ତ ଦୁର୍ଗତିର ମୂଳକାରଣ। ”ହଁ, ଠିକ୍‌ କହିଥିଲେ କୋନ୍‌ରାଡ୍‌। ଆମେ ସମସ୍ତେ ତ ଏହି ଦୁର୍ଗତିକୁ ଅଙ୍ଗେ ନିଭେଇ ଚାଲିଛେ।
ପୃଥିବୀର ଜନସଂଖ୍ୟା ୮ଶହ କୋଟିରୁ ଊର୍ଦ୍ଧ୍ୱ ହୋଇଗଲାଣି। ୨୦୩୦ ବେଳକୁ ଏହା ପ୍ରାୟ ୮୫୦ କୋଟି ଏବଂ ୨୦୫୦ରେ ୯୭୦ କୋଟି ହୋଇପାରେ। ପୁଣି ଆଉ କେତେଟା ବର୍ଷ ପରେ ତାହା ୧୦୦୦ କୋଟିର ପାଖାପାଖି ପହଞ୍ଚତ୍ୟିବ। ଏହିପରି ସ୍ଥିତି ଅବ୍ୟାହତ ରହିଲେ କଳ୍ପନା କରିପାରୁଛନ୍ତି ସେହି ସମୟର ଦୁର୍ଦ୍ଦଶା? ପୁନଶ୍ଚ ଶିକ୍ଷାଦୀକ୍ଷାର ଅଭାବ ଏବଂ ଅଜ୍ଞତା କାରଣରୁ ଅନେକେ ଜନସଂଖ୍ୟା ବୃଦ୍ଧି ସମସ୍ୟା ସମ୍ପର୍କରେ ସଚେତନ ହୋଇ ପାରୁ ନାହାନ୍ତି। କମ୍‌ ବୟସରେ ସନ୍ତାନମାନଙ୍କର ବିବାହ କରିଦେବା ଜନସଂଖ୍ୟା ବୃଦ୍ଧିର ଅନ୍ୟତମ କାରଣ। ଗ୍ରାମାଞ୍ଚଳରେ ତଥାପି ଅବ୍ୟାହତ ରହିଛି ବାଲ୍ୟବିବାହ। ଜନସଂଖ୍ୟା ବୃଦ୍ଧିର କୁପରିଣତିଗୁଡ଼ିକୁ ତ ସମସ୍ତେ ଅଙ୍ଗେ ନିଭେଇ ଚାଲିଛନ୍ତି। ପୃଥିବୀର ପ୍ରାୟ ୧୦୦ କୋଟି ଲୋକ ଦୁଇଓଳି ପେଟପୂରା ଖାଇବା ପାଇଁ ପାଉନାହାନ୍ତି। କୋଟି କୋଟି ଶିଶୁ ଅପୁଷ୍ଟିର ଶିକାର ଓ ସନ୍ତୋଷଜନକ ଭାବେ ବଢ଼ି ନ ପାରି ବାଙ୍ଗରା। ମୁଣ୍ଡ ଗୁଞ୍ଜିବା ପାଇଁ ଘର ନ ଥିବା ଯୋଗୁ ହଜାର ହଜାର ଲୋକ ଫୁଟ୍‌ପାଥ୍‌ରେ, ରେଳ ପ୍ଲାଟଫର୍ମ କିମ୍ବା ବସ୍‌ଷ୍ଟାଣ୍ଡରେ ରାତି ବିତାଉଛନ୍ତି।
ପିଲାଙ୍କ ପଢ଼ିବା ପାଇଁ ସ୍କୁଲକଲେଜର ଅଭାବ। ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ଖଟିଆର ଅଭାବ। କର୍ମଠ ତଥା ଶିକ୍ଷିତ ଯୁବକଯୁବତୀଙ୍କ ପାଇଁ ଚାକିରି ଅଭାବ। ବଢ଼ିଚାଲିଛି ଶିଶୁଶ୍ରମିକ। ବେକାରି ବୃଦ୍ଧି ପାଇଚାଲିଛି। ସବୁ ଜିନିଷର ଦରଦାମ ବଢ଼ିବା ଯୋଗୁ ଦାରିଦ୍ର୍ୟ ଦୂରୀକରଣ, କ୍ଷୁଧା ଓ ପୁଷ୍ଟିହୀନତାର ନିବାରଣ ଏବଂ ସମୁଚିତ ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ଅଧିକ ଦୁର୍ବଳ ହୋଇପଡ଼ିବା ସ୍ବାଭାବିକ। ପୁନଶ୍ଚ, ଜନସଂଖ୍ୟା ବଢ଼ି ଚାଲିଲେ ପରିବାରରେ ଶିଶୁ, ବୁଢ଼ାବୁଢ଼ୀ ଓ ରୋଗୀମାନଙ୍କର ଯଥାର୍ଥ ସେବାଯତ୍ନ ସମ୍ଭବ ହୋଇ ପାରିବନି। ଲିଙ୍ଗଗତ ସମାନତା ପ୍ରାପ୍ତିର ଉଦ୍ୟମ ବାଧାପ୍ରାପ୍ତ ହେବ। ନିରନ୍ତର ବିକାଶର ଲକ୍ଷ୍ୟ ପୂରଣ ହୋଇପାରିବନି। ଶିକ୍ଷିତ ଯୁବତୀଯୁବକଙ୍କ ପାଇଁ କର୍ମ ସଂସ୍ଥାନ ହୋଇ ନ ପାରିଲେ ତାହା ସମାଜରେ ବିଶୃଙ୍ଖଳାର ଅନ୍ୟତମ କାରଣ ଭାବେ ଉଭା ହେବା ସ୍ବାଭାବିକ।
ଜାଣି ରଖିବା ଆବଶ୍ୟକ ଯେ ଜନସଂଖ୍ୟା ଓ ଜନସାଧାରଣଙ୍କ ଜୀବନଯାପନର ମାନ ଭିତରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ଜନସଂଖ୍ୟାର ଅନିୟନ୍ତ୍ରିତ ବୃଦ୍ଧି ରାଷ୍ଟ୍ରର ସର୍ବାଙ୍ଗୀନ ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ। ଏହା ରାଷ୍ଟ୍ରରେ ଅର୍ଥନୈତିକ ବିକାଶକୁ ପଙ୍ଗୁ କରିଦେଉଛି। କାରଣ ମାନବସମ୍ବଳ ରାଷ୍ଟ୍ରର ବିକାଶ ପାଇଁ ଅପରିହାର୍ଯ୍ୟ ହେଲେ ହେଁ ମାତ୍ରାଧିକ ଜନସଂଖ୍ୟା ଯୋଗୁ ଏହାର ଅନୁକୂଳତମ ସୁଫଳ ଉପଭୋଗ କରିହେଉନାହିଁ।
ଭାରତ ଓ ଚୀନ ଚାଇନା ଉଭୟେ ଜନବହୁଳ ରାଷ୍ଟ୍ର। କିନ୍ତୁ ଚାଇନା ସହ ଭାରତରେ ଯେଉଁ ବିଜ୍ଞାନ ଓ ପ୍ରଯୁକ୍ତିଗତ ଦୂରତ୍ୱ ପରିଲକ୍ଷିତ ହେଉଛି, ତାହା କମିବା ପରିବର୍ତ୍ତେ ବଢ଼ିବାର ସମ୍ଭାବନା ବେଶୀ। ଏପରିକି ପ୍ରଯୁକ୍ତି ଓ ଅର୍ଥନୀତି ଦୌଡ଼ରେ ଆମେରିକାକୁ ମଧ୍ୟ ଆହ୍ବାନ ଜଣେଇଲାଣି ଚାଇନା। ଏହା ସ୍ବୀକାର୍ଯ୍ୟ ଯେ ବର୍ଦ୍ଧିଷ୍ଣୁ ଜନଂସଖ୍ୟା ପ୍ରତ୍ୟେକ ଦେଶ ପାଇଁ ସମସ୍ୟା। କିନ୍ତୁ ଚାଇନା ତା’ର ଅସୁମାରିଜନଙ୍କୁ ସମ୍ପଦରେ ରୁପାନ୍ତରିତ କରିବାରେ ସଫଳ ହୋଇପାରିଛି। କୌଣସି ଦେଶର ଶକ୍ତି ତା’ର ଜନସଂଖ୍ୟାରେ ପ୍ରତିଫଳିତ ହୋଇ ନ ଥାଏ, ବରଂ ଦେଶର ଶକ୍ତି ପ୍ରତିଫଳିତ ହୋଇଥାଏ ଜନଗଣଙ୍କର କର୍ମଦକ୍ଷତା ଏବଂ ଜ୍ଞାନ-ବିଜ୍ଞାନରେ।
ଜନସଂଖ୍ୟା ହ୍ରାସ କରିବାକୁ ହେଲେ ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟାଗୁଡ଼ିକ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରେଇବା ଅପରହାର୍ଯ୍ୟ। ଜନ୍ମ ନିୟନ୍ତ୍ରଣର ପଦ୍ଧତିମାନ ଅବଲମ୍ବନ କରିବା, ବେଶୀ ବୟସରେ ବିବାହ କରିବା, ଦାରିଦ୍ର୍ୟ ଦୂରୀକରଣ କରିବା, ସମସ୍ତଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରିବା, ମାଆ ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ଓ ପୁଷ୍ଟର ଯତ୍ନ ନେଇ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା, ଶିକ୍ଷାର ପ୍ରସାର କରି ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବା, ଲିଙ୍ଗ ବୈଷମ୍ୟ ପ୍ରତିହତ କରିବା, ପ୍ରଜନନ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ଶିଶୁକନ୍ୟା ଓ ମହିଳାମାନଙ୍କ ସ୍ଥିତିରେ ଉନ୍ନତି ଆଣିବା ଓ ସର୍ବୋପରି ସମସ୍ତଙ୍କ ପାଇଁ ସମୁଚିତ ସ୍ବାସ୍ଥ୍ୟସେବା ଉପଲବ୍‌ଧ କରାଇବା ଇତ୍ୟାଦି ପଦକ୍ଷେପ ନେଇପାରିଲେ ଜନସଂଖ୍ୟା ନିୟନ୍ତ୍ରଣ ସହଜ ହୋଇପାରିବ।
ପ୍ରତିବର୍ଷ ଜୁଲାଇ ୧୧ରେ ପାଳିତ ହୋଇଥାଏ ‘ବିଶ୍ୱ ଜନସଂଖ୍ୟା ଦିବସ ବା ଓ୍ବାର୍ଲଡ୍‌ ପପୁଲେଶନ ଡେ’। ଉକ୍ତ ଦିବସର ଆହ୍ବାନ ହେଉଛି- ସୁରକ୍ଷିତ ଭବିଷ୍ୟତ ପାଇଁ ନିରନ୍ତର ବିକାଶ; ଛୋଟ ପରିବାର, ସୁଖୀ ପରିବାର; ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଅପରିହାର୍ଯ୍ୟ ହେଉଛି ଜନସଂଖ୍ୟା ନିୟନ୍ତ୍ରଣ। ପରିବାରର ସଦସ୍ୟମାନଙ୍କର ସଂଖ୍ୟା ଆପଣଙ୍କ ହାତରେ। ଚାହିଁଲେ ଜନ୍ମ ବିସ୍ଫୋରଣରୁ ପୃଥିବୀକୁ ରକ୍ଷା କରିପାରିବେ। ଜନସଂଖ୍ୟା ବୃଦ୍ଧିର ପରିଣାମ ଓ ପ୍ରତିକାର ବିଷୟରେ ଜନସଚେତନତା ସୃଷ୍ଟି କରିବା ଗଣମାଧ୍ୟମ, ବିଭିନ୍ନ ଅନୁଷ୍ଠାନ ଓ ସର୍ବୋପରି ପ୍ରତ୍ୟେକ ବ୍ୟକ୍ତିଙ୍କର ନୈତିକ କର୍ତ୍ତବ୍ୟ। ଏ ସମ୍ପର୍କରେ ଓଲିନ ମଲ୍ଲର୍‌ଙ୍କ ଉକ୍ତି ବିଶେଷ ପ୍ରଣିଧାନଯୋଗ୍ୟ। ମିଲ୍ଲର୍‌ କହିଛନ୍ତି, ”ଜନସାଧାରଣ ଯଦି ଜନସଂଖ୍ୟାକୁ ସୀମିତ ରଖିପାରିବେ, ତେବେ ଦାୟାଦମାନଙ୍କୁ ତାହା ହିଁ ହେବ ସେମାନଙ୍କର ସର୍ବୋତ୍ତମ ଉପହାର।“
ଅଭିନବ ବିଡ଼ାନାସୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri