ଅସ୍ପଷ୍ଟ ଇଲାକାର ଅର୍ଥଶାସ୍ତ୍ରୀ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ନିକଟ ଅତୀତର ଏକ ଘଟଣା ଚମକପ୍ରଦ ଖବର ଭାବେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଫିନ୍‌ଲାଣ୍ଡର ୭୬ ବର୍ଷୀୟ ଆଣ୍ଡର୍ସ ଓ୍ବିକ୍ଲଫ ନାମକ ଜଣେ ବ୍ୟକ୍ତି ଘଣ୍ଟାରେ ୩୦ କିଲୋମିଟର ବେଗରେ ଏକ ଜନଗହଳି ରାସ୍ତାରେ ଗାଡ଼ି ଚଲାଇ ଅନୁମୋଦିତ ବେଗ ଅତିକ୍ରମ କରିଥିଲେ। ତେଣୁ ତାଙ୍କ ଉପରେ ୧,୨୧, ୨୦୦ ୟୁରୋ (ଅର୍ଥାତ ପ୍ରାୟ ଏକ କୋଟି ଟଙ୍କା) ଜରିମାନା ପକାଯାଇଥିଲା। ଏହା ତାଙ୍କର ଗୋଟିଏ ସପ୍ତାହର ଆୟ ସହ ସମାନ। ତେବେ ସେଠାକାର ଟ୍ରାଫିକ କଟକଣା ଉଲ୍ଲଂଘନ ସକାଶେ ଏହି ବିପୁଳ ରାଶି ପୈଠ କରିବାରେ ସେ କୌଣସି ପ୍ରକାର ଆପତ୍ତି କରି ନ ଥିଲେ। ବରଂ ଦେଶରେ ଆଇନକୁ ଯେମିତି କଠୋର ଭାବେ ପାଳନ କରାଯାଉଛି ସେ ଏହାର ପ୍ରଶଂସା କରିଥିଲେ। ଅବଶ୍ୟ ସେ ନିଜ ତ୍ରୁଟି ପାଇଁ ଅନୁତପ୍ତ ହୋଇଥିଲେ। ବିଶେଷତଃ ଏହି ପ୍ରକାର ଭୁଲ୍‌ ବାରମ୍ବାର ଦୋହରାଇଥିବାରୁ ସେ ନିଜକୁ ଧିକ୍କାର କରିଥିଲେ। ପ୍ରକାଶ ଥାଉ କି, ଏତାଦୃଶ ଦୋଷ ପାଇଁ ଏଥିପୂର୍ବରୁ ଦଶବର୍ଷ ତଳେ ୨୦୧୩ରେ ପ୍ରାୟ ୮୪ ଲକ୍ଷ ଓ ୨୦୧୮ରେ ୫୬ ଲକ୍ଷ ଟଙ୍କା ତାଙ୍କଠାରୁ ଅସୁଲ କରାଯାଇଥିଲା।
ଏହି ଘଟଣାଟି ୟୁରୋପର ଉତ୍ତର ଭାଗରେ ଅବସ୍ଥିତ ଫିନ୍‌ଲାଣ୍ଡ ସମ୍ପର୍କିତ, ଯେଉଁ ଦେଶର ଜଳବାୟୁ ମଣିଷର ସ୍ବଚ୍ଛନ୍ଦ ଜୀବନଧାରଣ ପାଇଁ ବିଶେଷ ସହାୟକ ନୁହେଁ। ଏହାର ଦୁଇ ତୃତୀୟାଂଶ ଭାଗରେ ଘଞ୍ଚ ଅରଣ୍ୟ । ସେ ଯାହା ହେଉ, ଆର୍ଥିକ ଦଣ୍ଡ ସେଠାରେ ପାଳନ କରିଥାନ୍ତି। ଏହି ପୃଷ୍ଠଭୂମିରେ ଆଇନକାନୁନ ପ୍ରତି ଫିନିସ ନାଗରିକମାନଙ୍କ ପ୍ରତିବଦ୍ଧତା ଉଲ୍ଲେଖନୀୟ।
ଏହି ପ୍ରସଙ୍ଗରେ ଟ୍ରାଫିକ ନିୟମ ପାଳନ ସର୍ମ୍ପକରେ ଆମେ ଭାରତ ପ୍ରତି ଦୃଷ୍ଟିପାତ କରିବା। ମହାରାଷ୍ଟ୍ରରେ ୨୦୨୧ ମାର୍ଚ୍ଚ ପହିଲାଠାରୁ ୩୧ ଅଗଷ୍ଟ ମଧ୍ୟରେ ଟ୍ରାଫିକ ନିୟମ ଭଙ୍ଗ ପାଇଁ ୨୧,୦୦,୯୮୩ ମୋଟର ଚାଳକଙ୍କ ଉପରେ ଇ-ଚାଲାନ ମାଧ୍ୟମରେ ତଣ୍ଡ ଧାର୍ଯ୍ୟ ହୋଇଥିଲା। ତେବେ ୪୫ଟି ସହର ଓ ଗ୍ରାମାଞ୍ଚଳ ପୋଲିସ ଥାନାରୁ ପ୍ରାପ୍ତ ତଥ୍ୟାନୁସାରେ ମୋଟେ ଶତକଡ଼ା ୨୩ ଭାଗ ଜରିମାନା ପୈଠ କରାଯାଇଛି। ଗୁଜରାଟ ଭଳିି ସ୍ବଚ୍ଛଳ ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଦୃଷ୍ଟି ଆକର୍ଷଣ କରେ। ୨୦୧୫ରେ ଅହମଦାବାଦରେ ସ୍ବୟଂଚାଳିତ ଟ୍ରାଫିକ୍‌ ପରିଚାଳନା ପଦ୍ଧତି ଅନୁସୃତ ହେଲା। ଏହି ବ୍ୟବସ୍ଥା ଅନୁସାରେ ଚାରିବର୍ଷରେ ଷାଠିଏ କୋଟି ଟଙ୍କାର ଜରିମାନା ବିଷୟରେ ଦୋଷୀ ମୋଟରଚାଳକମାନଙ୍କୁ ଇ-ଚାଲାଣ ଦ୍ୱାରା ଜଣାଇ ଦିଆଗଲା। ତେବେ ଅଧିକୃତ ଡେପୁଟି ପୋଲିସ କମିଶନର ଟ୍ରାଫିକ କହିଛନ୍ତି ଯେ, ଦୀର୍ଘ ଚାରିବର୍ଷ ମଧ୍ୟରେ ଏହି ଅର୍ଥରାଶିର ୫୩ କୋଟି ଟଙ୍କାର ବୃହତ୍‌ ଭାଗ ଖିଲାପକାରୀଙ୍କଠାରୁ ଅସୁଲ କରାଯାଇପାରିନାହିଁ। ପ୍ରକାଶଯୋଗ୍ୟ ଯେ, ପ୍ରତ୍ୟେକ ଦେଶ ସ୍ବାଧୀନ ଭାବେ ନିଜ ନାଗରିକମାନଙ୍କୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ସମେତ ଅନ୍ୟାନ୍ୟ ବିଷୟରେ ଆଇନ ପ୍ରଣୟନ କରିଥାନ୍ତି। ଏହି ଦୃଷ୍ଟିରୁ ଫିନ୍‌ଲାଣ୍ଡ ଓ ଭାରତ ମଧ୍ୟରେ ଟ୍ରାଫିକ୍‌ ଆଇନରେ ଭିନ୍ନତା ପରିଲକ୍ଷିତ ହେବା ସ୍ବାଭାବିକ। ତେବେ ତଣ୍ଡ ପୈଠ କରିବାରେ ଏଇ ଦୁଇ ଦେଶ ମଧ୍ୟରେ ଯେମିତି ଅବମାନନାକାରୀଙ୍କ ମତିଗତି ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ଦେଖାଯାଏ। ସେଥିରେ ନାଗରିକମାନଙ୍କ ସମ୍ପର୍କରେ ଏକ ବୃହତ୍ତର ସୂଚନା ମିଳିଥାଏ। ତନ୍ମଧ୍ୟରେ ଗୋଟିଏ ପ୍ରଶ୍ନ ପଚରାଯାଇପାରେ ଯେ, ସୁଖୀ କିଏ ? ଫିନ୍‌ଲାଣ୍ଡର ଲୋକେ ନା ଭାରତୀୟ ?
ବୈଜ୍ଞାନିକମାନଙ୍କ ମତରେ ସେରୋଟୋନିନ, ଡୋପମାଇନ, ଏଣ୍ଡୋରଫିନ, ଅକ୍ସିଟୋସିନ ଇତ୍ୟାଦି ହରମୋନ କ୍ଷରଣ ଆମ ମସ୍ତିଷ୍କକୁ ପ୍ରଭାବିତ କରି ସୁଖ ବା ଦୁଃଖର ଅନୁଭବ ଜାଗ୍ରତ କରନ୍ତି। ଏହି ଦୃଷ୍ଟିରୁ ଜରିମାନାକୁ ଦୃଷ୍ଟାନ୍ତ ଭାବେ ନେଲେ ଜାଣିହୁଏ ଯେ, ଫିନ୍‌ଲାଣ୍ଡରେ ଆଇନର ଖିଲାପକାରୀମାନେ ଉଦାର ଚିତ୍ତରେ ଜରିମାନା ଭରିବାକୁ ଆଗେଇ ଆସିବା ବେଳେ ସେମିତି ପ୍ରସନ୍ନତା ପ୍ରକଟ କରନ୍ତି, ଏହି ଶ୍ରେଣୀର ଭାରତୀୟମାନଙ୍କ ସେଇ ପରିମାଣରେ କୃପିତ ଓ ଅନିଚ୍ଛୁକ ମନୋଭାବ ପ୍ରଦର୍ଶନ ପରିଦୃଷ୍ଟ ହୁଏ।
କିଛି ଅର୍ଥଶାସ୍ତ୍ରୀ ବିଭିନ୍ନ ଦେଶ ଉପରେ ଡାଟା ସଂଗ୍ରହ କରି ବିଶ୍ୱସ୍ତରୀୟ ଖୁସିସୂଚକର ତାଲିକା ଜାରି କରିଛନ୍ତି। ଏହାର ମୁଖ୍ୟ ଉପାଦାନ ହେଉଛି ମାନବ ବିକାଶ ସୂଚକାଙ୍କ। ଏହା ହିସାବ କରିବାକୁ ସେମାନେ ବିଭିନ୍ନ ଦେଶର ମୁଣ୍ଡ ପିଛା ଜିଡିପି (ଗ୍ରସ୍‌ ଡୋମେଷ୍ଟିକ ପ୍ରଡକ୍ଟ ବା ମୋଟ ଜାତୀୟ ଉତ୍ପାଦ) ଦାରିଦ୍ର୍ୟର ଅନୁପାତ ପରି ଅର୍ଥନୈତିକ ଦିଗକୁ ବିଚାରକୁ ନେଇଛନ୍ତି। କିନ୍ତୁ ଆମେରିକୀୟ ଅର୍ଥଶାସ୍ତ୍ରୀ ଆର୍ଥର ମେଲଭିନ ଓକୁନ (୧୯୨୮-୧୯୮୦) ସୁଖ ପରିବର୍ତ୍ତେ ଦୁଃଖ ମାନଦଣ୍ଡ ନିର୍ଦ୍ଧାରଣରେ ବେରୋଜଗାର ହାର, ମୁଦ୍ରାସ୍ପୀତି ପରି କାରକ ମାନକୁ ମିଶାଇ ଏକ ବାସ୍ତବ ଚିତ୍ରରେ ପହଞ୍ଚତ୍ବାକୁ ଉଦ୍ୟମ କରିଛନ୍ତି। ତାଙ୍କ ଦ୍ୱାରା ପ୍ରଣୀତ ‘ଓକୁନ ନିୟମ’ ଅନୁସାରେ କୌଣସି ଏକ ଦେଶର ବାର୍ଷିକ ଜିଡିପି ଅଭିବୃଦ୍ଧି ହାର ଶତକଡା ଚାରି ହେଲେ ଏହାର ପରିଣାମସ୍ବରୂପ ଶତକଡା ଏକ ଭାଗ ବେରୋଜଗାର ହାର କମିବ। ତାଙ୍କ ମତରେ ସୁଖ ପରିବର୍ତ୍ତେ ଦୁଃଖର ପରିମାଣ ନିର୍ଣ୍ଣୟ ଅଧିକ ବାସ୍ତବ ଓ ଠିକ୍‌। ତେବେ ଓକୁନଙ୍କ ନିୟମ କୌଣସି ଏକ ନିର୍ଦ୍ଦିଷ୍ଟ (ଧରାଯାଉ ଯୁକ୍ତରାଷ୍ଟ୍ର) ଦେଶର ବିଭିନ୍ନ କାଳ-ଖଣ୍ଡ ବା ଅବଧିର ଦୁଃଖ ମାପିବା ପାଇଁ ଯଥାର୍ଥ। କିନ୍ତୁ ଏହା ବିଭିନ୍ନ ଦେଶ ମଧ୍ୟରେ ତୁଳନାତ୍ମକ ସ୍ଥିତି ନିର୍ଣ୍ଣୟ କରିବାରେ ଅସଫଳ। ତେଣୁ ଜନ୍‌ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟ(ବଲ୍‌ଟିମୋର, ମାରିଲାଣ୍ଡ)ର ଆପ୍ଲାଏଡ ଇକୋନୋମିକ୍ସ ପ୍ରଫେସର ଷ୍ଟିଭ ହାଙ୍କେ ଏକ ଉନ୍ନତ ଦୁଃଖ ସୂଚକାଙ୍କ (ହାଙ୍କି ଅର୍ଥାତ ହାଙ୍କିସ୍‌ ଆନୁଏଲ ମିଜେରି ଇଣ୍ଡେକ୍ସ) ପ୍ରସ୍ତୁତ କଲେ, ଯାହା ବେରୋଜଗାର, ମୁଦ୍ରାସ୍ଫୀତି, ବ୍ୟାଙ୍କର ଋଣ ହାର ଓ ମୁଣ୍ଡ ପିଛା ବାସ୍ତବ ଜିଡିପି ସହ ସମ୍ବନ୍ଧିତ।
୨୦୨୩ର ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ ଅନୁସାରେ ସର୍ବାଧିକ ସୁଖୀ ରାଷ୍ଟ୍ର ହେଉଛି ଫିନ୍‌ଲାଣ୍ଡ। ସେଥିରେ ଅନ୍ତର୍ଭୁକ୍ତ ୧୩୭ ଦେଶ ତାଲିକାରେ ଭାରତର ସ୍ଥାନ ୧୨୬। ତେଣୁ ଭାରତକୁ ଗୋଟିଏ ଦୁଃଖୀ ଦେଶ କୁହାଯାଇପାରେ। ହୁଏତ ମୋଟର ଜରିମାନା ସମ୍ପର୍କିତ ଆଚରଣକୁ ଦୃଷ୍ଟାନ୍ତ ଭାବେ ନେଲେ, ଏହା ଠିକ୍‌ ଲାଗିପାରେ। ତେବେ ଦୁଃଖୀ ଦେଶ ତାଲିକା ସକାଶେ ହାଙ୍କିସକୁ ଆଧାର କରି ୨୦୨୨ରେ ଏହା ପ୍ରସ୍ତୁତ କରାଯାଇଛି। ତଦନୁସାରେ ଏକ ନମ୍ବରରେ ରହି ସବୁଠୁ ଦୁଃଖୀ ହେଉଛି ଜିମ୍ବାଓ୍ବେ । ତେବେ ଫିନ୍‌ଲାଣ୍ଡ ଓ ଭାରତର ସ୍ଥାନ ଏଥିରେ ଯଥାକ୍ରମେ ରହିଛି ୧୦୯ ଓ ୧୦୩, ଅର୍ଥାତ ପ୍ରାୟତଃ ସମପରିମାଣରେ ଦୁଃଖୀ ବା ପ୍ରକାରାନ୍ତରେ ସୁଖୀ, କିନ୍ତୁ ସେହିବର୍ଷ ସୁଖୀ ତାଲିକାରେ ଫିନ୍‌ଲାଣ୍ଡ ଏକ ନମ୍ବରରେ ଥିବା ବେଳେ ଭାରତ ଥିଲା ୧୩୬ ସ୍ଥାନରେ। ଉକ୍ତ ଦୁଇ ପ୍ରକାର ତାଲିକା ପ୍ରବୀଣ ଅର୍ଥଶାସ୍ତ୍ରୀମାନେ ପ୍ରସ୍ତୁତ କରିଥିବା ବେଳେ ପରସ୍ପରର ବିପରୀତ ଫଳ ଦର୍ଶାଇଛନ୍ତି !
ଏଥିରୁ ସ୍ପଷ୍ଟ ହୁଏ ଯେ, ଅର୍ଥଶାସ୍ତ୍ରୀମାନେ ସୁଖ ଦୁଃଖ ପରି ଏକ ଅସ୍ପଷ୍ଟ ଇଲାକାରେ ପ୍ରବେଶ କରି ଯାହା କଳନା କରୁଛନ୍ତି, ତାହା ନିର୍ଭରଯୋଗ୍ୟ ନୁହେଁ। କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ଉଚ୍ଚ ଶିକ୍ଷାପ୍ରାପ୍ତ ତଥା ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ମଣ୍ଡଳୀର ଉପଦେଷ୍ଟା ବିବେକ ଦେବରାୟ ମତ ଦେଇଛନ୍ତି ଯେ, ସୁଖ ଅପେକ୍ଷା ଦୁଃଖ ମାପିବା ଅଧିକ ଠିକ୍‌। ତାଙ୍କ ମତକୁ କେହି କେହି ସମର୍ଥନ କରି କହୁଛନ୍ତି ଯେ, ସୁଖ ଓ ଦୁଃଖ ହେଉଛି ମୂଳତଃ ଗୁଣ ବା ଅବସ୍ଥାବାଚକ ବିଶେଷ୍ୟ। ତେଣୁ ଏହା ସଂଖ୍ୟାରେ ପ୍ରକାଶ କରିବା ପ୍ରମାଦପୂର୍ଣ୍ଣ। ଯାଦୁକରମାନେ ଯେମିତି ଟୋପି ମଧ୍ୟରୁ ଅପ୍ରତ୍ୟାଶିତ ଭାବେ ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରି ଗୋଟିଏ ମୂଷା ବାହାର କରିଦିଅନ୍ତି, ଅର୍ଥଶାସ୍ତ୍ରୀମାନେ ସେମିତି ଏକ ସରଳ ପଦ୍ଧତି ଅବଲମ୍ବନ କରି ସୁଖ ମାପୁଛନ୍ତି। ଫିନ୍‌ଲାଣ୍ଡ ଏକ ଉନ୍ନତ ସମୃଦ୍ଧ ଦେଶ ହିସାବରେ ଓଇସିଡି (ଅର୍ଗାନାଇଜେଶନ ଅଫ୍‌ ଇକୋନୋମିକ କୋଅପରେଶନ ଆଣ୍ଡ ଡେଭଲପମେଣ୍ଟ)ର ସଦସ୍ୟଭୁକ୍ତ ହୋଇଛି। କିନ୍ତୁ ସଦ୍ୟ ପ୍ରକାଶିତ ତଥ୍ୟାନୁସାରେ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ଆତ୍ମହତ୍ୟା ହାର ଅଧିକ। ସେଠାକାର ଲୋକେ ମାନସିକ ଅବସାଦଗ୍ରସ୍ତ ଅତ୍ୟଧିକ ଭାବେ। ମଦ୍ୟପାନ, ମାଦକଦ୍ରବ୍ୟ ସେବନରେ ଏହା ଅଗ୍ରଣୀ। ତଥାପି ଏହା ବିଶ୍ୱର ସର୍ବାଧିକ ସୁଖୀ ରାଷ୍ଟ୍ର ହେବା ବିଶ୍ୱାସଯୋଗ୍ୟ ନୁହେଁ। ଏହି ପ୍ରସଙ୍ଗ ଅଧିକ ଅନୁଧ୍ୟାନସାପେକ୍ଷ।
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?