ଜଙ୍ଗଲରେ ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

ଲୋଇସିଂହା,୨୨।୬(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ କେଶାଇପାଲି ଗାଁ ନିକଟ ଛେଳିଆ ଜଙ୍ଗଲରେ ସୋମବାର ଅପରାହ୍ନରେ ଗୋଟିଏ ଦନ୍ତାହାତୀ ଜଣେ ବୃଦ୍ଧଙ୍କୁ କଚାଡ଼ି ମାରି ଦେଇଛି। ମୃତକ ହେଲେ ଲୁହୁରାମୁଣ୍ଡା ଗାଁର ଦେବାର ଜୁଏଡ (୬୧)। ହେଲେ ତାଙ୍କ ସହ ଜଙ୍ଗଲକୁ ଯାଇଥିବା ବଳଭଦ୍ର ମାଝି ନାମକ ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇ ହାତୀ ମୁହଁରୁ ବର୍ତ୍ତିଯାଇଛନ୍ତି। ତାଙ୍କୁ ଗାଁ ଲୋକେ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହି ଖବର ପାଇ ଘଟଣାସ୍ଥଳରେ ବନ କର୍ମଚାରୀ ଓ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।
ବଳଭଦ୍ରଙ୍କ ଗାଈପଲ କେଶାଇପାଲି ଛେଳିଆ ଜଙ୍ଗଲକୁ ଚରିବାକୁ ଯାଇଥିଲେ। ଘରକୁ ନ ଫେରିବାରୁ ଗାଈପଲକୁ ଖୋଜିବା ପାଇଁ ବଳଭଦ୍ର ସାଙ୍ଗରେ ଦେବାରଙ୍କୁ ନେଇ ଜଙ୍ଗଲକୁ ଯାଇଥିଲେ। ହେଲେ ଦୁଇ ଦନ୍ତା ହାତୀଙ୍କ ସହ ସେମାନେ ମୁହାଁମୁହିଁ ହୋଇଥିଲେ। ଗୋଟିଏ ଦନ୍ତା ଦେବାରଙ୍କୁ କଚାଡି ଦେଇଥିଲା। ଏହି ସମୟରେ ବଳଭଦ୍ର ସେଠାରୁ କୌଣସିମତେ ଦୌଡ଼ି ଗାଁ ଲୋକଙ୍କୁ ଜଣାଇଥିଲେ। ଏହାପରେ ଗଁାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ରେଞ୍ଜ ଅଫିସର ରାଜକିଶୋର ନାଏକ, ସାଲେଭଟା ପାଣ୍ଡି ଅଧିକାରୀ ଆର୍ତ୍ତତ୍ରାଣ ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ମୃତକଙ୍କ ପରିବାର ବର୍ଗକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା ଦିଆଯାଇଥିଲା। ଏହାସହ ରେଡକ୍ରସ୍‌ ଓ ଅନ୍ୟାନ୍ୟ ସରକାରୀ ସହାୟତା ଦିଆଯିବାକୁ ପ୍ରତିଶ୍ରୁତି ମିଳିବା ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଗାଁ ଲୋକେ ଛାଡିଥିଲେ। ବିଧାୟକ ମୁକେଶ ମହାଲିଙ୍ଗ ଗାଁରେ ପହଞ୍ଚତ୍ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହାସହ ଶୀଘ୍ର ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସେ ରେଞ୍ଜ ଅଫିସରଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?