ଲୋଇସିଂହା,୨୨।୬(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ କେଶାଇପାଲି ଗାଁ ନିକଟ ଛେଳିଆ ଜଙ୍ଗଲରେ ସୋମବାର ଅପରାହ୍ନରେ ଗୋଟିଏ ଦନ୍ତାହାତୀ ଜଣେ ବୃଦ୍ଧଙ୍କୁ କଚାଡ଼ି ମାରି ଦେଇଛି। ମୃତକ ହେଲେ ଲୁହୁରାମୁଣ୍ଡା ଗାଁର ଦେବାର ଜୁଏଡ (୬୧)। ହେଲେ ତାଙ୍କ ସହ ଜଙ୍ଗଲକୁ ଯାଇଥିବା ବଳଭଦ୍ର ମାଝି ନାମକ ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇ ହାତୀ ମୁହଁରୁ ବର୍ତ୍ତିଯାଇଛନ୍ତି। ତାଙ୍କୁ ଗାଁ ଲୋକେ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହି ଖବର ପାଇ ଘଟଣାସ୍ଥଳରେ ବନ କର୍ମଚାରୀ ଓ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।
ବଳଭଦ୍ରଙ୍କ ଗାଈପଲ କେଶାଇପାଲି ଛେଳିଆ ଜଙ୍ଗଲକୁ ଚରିବାକୁ ଯାଇଥିଲେ। ଘରକୁ ନ ଫେରିବାରୁ ଗାଈପଲକୁ ଖୋଜିବା ପାଇଁ ବଳଭଦ୍ର ସାଙ୍ଗରେ ଦେବାରଙ୍କୁ ନେଇ ଜଙ୍ଗଲକୁ ଯାଇଥିଲେ। ହେଲେ ଦୁଇ ଦନ୍ତା ହାତୀଙ୍କ ସହ ସେମାନେ ମୁହାଁମୁହିଁ ହୋଇଥିଲେ। ଗୋଟିଏ ଦନ୍ତା ଦେବାରଙ୍କୁ କଚାଡି ଦେଇଥିଲା। ଏହି ସମୟରେ ବଳଭଦ୍ର ସେଠାରୁ କୌଣସିମତେ ଦୌଡ଼ି ଗାଁ ଲୋକଙ୍କୁ ଜଣାଇଥିଲେ। ଏହାପରେ ଗଁାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ରେଞ୍ଜ ଅଫିସର ରାଜକିଶୋର ନାଏକ, ସାଲେଭଟା ପାଣ୍ଡି ଅଧିକାରୀ ଆର୍ତ୍ତତ୍ରାଣ ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ମୃତକଙ୍କ ପରିବାର ବର୍ଗକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା ଦିଆଯାଇଥିଲା। ଏହାସହ ରେଡକ୍ରସ୍ ଓ ଅନ୍ୟାନ୍ୟ ସରକାରୀ ସହାୟତା ଦିଆଯିବାକୁ ପ୍ରତିଶ୍ରୁତି ମିଳିବା ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଗାଁ ଲୋକେ ଛାଡିଥିଲେ। ବିଧାୟକ ମୁକେଶ ମହାଲିଙ୍ଗ ଗାଁରେ ପହଞ୍ଚତ୍ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହାସହ ଶୀଘ୍ର ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସେ ରେଞ୍ଜ ଅଫିସରଙ୍କୁ କହିଛନ୍ତି।
ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି
ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…
ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ
ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…
ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…
ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…
ବ୍ୟବସାୟୀ ଅପହରଣ ମାମଲା: ମହିଳା ପୋଲିସ ସବ୍ଇନ୍ସପେକ୍ଟରଙ୍କ ସହ ଜଣେ ସାମ୍ବାଦିକ ଗିରଫ, ୪କୁ ବୃଦ୍ଧି ପାଇଲା ସଂଖ୍ୟା
ବଲାଙ୍ଗୀର,୧୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ମାମଲାରେ ବଲାଙ୍ଗୀର ପୋଲିସ ଭୁବନେଶ୍ବରରୁ ଜଣେ ମହିଳା ସବ୍ଇନ୍ସପେକ୍ଟର ଓ ଜଣେ ଖବରଦାତାଙ୍କୁ…
Archives

