ଜଗତ୍‌ସିଂହପୁରରେ କାୟାମେଲୁଛି ବ୍ରାଉନ ସୁଗାର ର଼୍ୟାକେଟ: ୩ ଗିରଫ, ୪.୭୩ ଗ୍ରାମ ବ୍ରାଉନ ସୁଗାର ଜବତ

ଜଗତ୍‌ସିଂହପୁର ଅଫିସ,୧୯ା୬: ଜଗତ୍‌ସିଂହପୁର ଜିଲାରେ ଏବେ ବ୍ରାଉନ ସୁଗାର ର଼୍ୟାକେଟ୍‌ କାୟା ମେଲିବାରେ ଲାଗିଛି। ବିଶେଷକରି କମ୍‌ ବୟସର ଯୁବକମାନେ ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ଉପାର୍ଜନ ଲକ୍ଷ୍ୟରେ ଏହି କାରବାରରେ ସାମିଲ ହେଉଛନ୍ତି। ଏହି କାରବାର ଦିନେ କି ମାସେ ନୁହେଁ, ବର୍ଷାଧିକ କାଳ ହେବ ଚାଲିଛି। ଏ ସମ୍ପର୍କରେ ଧରିତ୍ରୀ ସମେତ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଲା ପରେ ପୋଲିସ ନିଦ ଭାଙ୍ଗିଛି। ମଙ୍ଗଳବାର ଜଗତ୍‌ସିଂହପୁର ପୋଲିସ ସ୍ଥାନୀୟ ଗାନ୍ଧୀ ଛକ ନିକଟରେ ଚଢାଉ କରି ୩ ଜଣଙ୍କୁ ଗିରଫ କରିବା ସହ ୪.୭୩ ଗ୍ରାମ ବ୍ରାଉନ ସୁଗାର ଓ ଏକ ବାଇକ୍‌ (ନଂ.ଓଡି ୦୫ଭି ୩୮୫୧) ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାର୍କଣ୍ଡପୁର ଗୋପାଳସାଗରର ବାବୁ ଓରଫ ଜଗନ୍ନାଥ ମହାନ୍ତି, ମାଧପୁରର ବିଭୁ ଓରଫ ଚନ୍ଦନ ମଲ୍ଲିକ ଓ ବବୁଲ ଓରଫ ଜିତନ ମଲ୍ଲିକ। ଅଭିଯୁକ୍ତମାନଙ୍କୁ ଜେରା ପରେ ର଼୍ୟାକେଟ୍‌ର ଚେର ବହୁତ ଲମ୍ବିଥିବା ସୂଚନା ମିଳିଛି। କିନ୍ତୁ ଖବର ଲେଖାହେବା ପର୍ଯ୍ୟନ୍ତ ର଼୍ୟାକେଟ୍‌ର ମାଷ୍ଟର ମାଇଣ୍ଡକୁ ଗିରଫ କରିବାକୁ ପୋଲିସ ସକ୍ଷମ ହୋଇନାହିଁ।
ଜଗତ୍‌ସିଂହପୁରରେ ଚାଲିଥିବା ବ୍ରାଉନ ସୁଗାର କାରବାରର ଚେର କଟକକୁ ଲମ୍ବିଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଥାନା ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି ଯେ, ୧୭ ତାରିଖ ରାତିରେ ଗୋପାଳସାଗର ଓ ଗାନ୍ଧୀ ଛକ ମଝି ମୁଖ୍ୟ ରାସ୍ତା ପାର୍ଶ୍ୱରେ ବ୍ରାଉନ ସୁଗାର କାରବାର ଚାଲିଥିବା ସୂଚନା ମିଳିଥିଲା। ଚଢାଉ ସମୟରେ ଅଭିଯୁକ୍ତମାନେ ଧରାପଡିଥିଲେ। ଏସ୍‌ଆଇ ଚିତ୍ତରଞ୍ଜନ ବରାଳଙ୍କ ଅଭିଯୋଗକ୍ରମେ ମାମଲା ନଂ.୨୧୭/୧୯ ରୁଜୁ ହୋଇଛି। କିନ୍ତୁ ମାଷ୍ଟର ମାଇଣ୍ଡକୁ ଗିରଫ କରାଯାଇପାରିନାହିଁ। ଅଭିଯୁକ୍ତମାନଙ୍କୁ ପଚରାଉଚୁରା ପରେ ମାଷ୍ଟର ମାଇଣ୍ଡ କଟକର ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ ଗିରଫ ପୂର୍ବରୁ ତାଙ୍କ ନଁା ଓ ଠିକଣା ଆଦି ପୋଲିସ ପ୍ରଘଟ କରିବାକୁ ଚାହୁଁନି।
ବ୍ରାଉନ ସୁଗାର ଏତେ ସହଜରେ କିପରି ଜଗତ୍‌ସିଂହପୁର ଓ ଜିଲାର ବିଭିନ୍ନ ପ୍ରାନ୍ତକୁ ଯାଇପାରୁଛି, ତାହାକୁ ନେଇ କେତେକ ତଥ୍ୟ ହସ୍ତଗତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ପାଖାପାଖି ୫୦ ଯୁବକ ଏହି କାରବାରରେ ସାମିଲ ଅଛନ୍ତି। ଏ ସମ୍ପର୍କରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ପାଉଡର କଟକରୁ ଜଗତ୍‌ସିଂହପୁର ପର୍ଯ୍ୟନ୍ତ ବିଭିନ୍ନ ମାଧ୍ୟମରେ ଆସୁଛି। କେତେବେଳେ ବାଇକ୍‌ ତ କେତେବେଳେ କାର ବ୍ୟବହାର ହେଉଛି। ପାଉଡର ପହଞ୍ଚାଇବା ପାଇଁ ସ୍ବତନ୍ତ୍ର ଦଳ ରହିଛି। ଜଣଙ୍କୁ ସବୁ ସମୟରେ ବ୍ୟବହାରରେ ଲଗାଯାଉନି। ଏକ ପ୍ରକାର ଗାଡି ମଧ୍ୟ ସବୁବେଳେ ବ୍ୟବହାର ହୋଇ ନ ଥାଏ। ଅଧିକ ପରିମାଣର ପାଉଡର ଜଣଙ୍କୁ ଦିଆଯାଏ ନାହିଁ। ଏକାଧିକ ଯୁବକ ଛୋଟ ଛୋଟ ପ୍ୟାକେଟ୍‌ ଧରି କଟକରୁ ବାହାରି ଜଗତ୍‌ସିଂହପୁରରେ ପହଞ୍ଚତ୍ଥାନ୍ତି। ରାସ୍ତା ମଧ୍ୟ ଆବଶ୍ୟକସ୍ଥଳେ ବଦଳାଯାଏ। ଏପରି କି ବେଳେ ବେଳେ ବସରେ ମଧ୍ୟ ଏହା ପଠାଯାଉଛି। ଅନୁରୂପ ଭାବେ ଜିଲାର ବିଭିନ୍ନ ପ୍ରାନ୍ତକୁ ବ୍ରାଉନ ସୁଗାର ପଠାଯାଉଛି। ପାଉଡର ପହଞ୍ଚତ୍ବା ପରେ ପରିବହନକାରୀ ନାଟକୀୟ ଢଙ୍ଗରେ ସ୍ଥାନ ଛାଡି ଖସିଯାଆନ୍ତି। ଚୋରା ବ୍ୟବସାୟୀମାନେ ଛୋଟ ଛୋଟ ପ୍ୟାକେଟ୍‌ କରି ବିକ୍ରି କରୁଛନ୍ତି।
୨ ବର୍ଷ ପୂର୍ବରୁ ଜିଲାରେ ବ୍ରାଇନ୍‌ ସୁଗାର କାରବାର ଚାଲିଛି। ମାତ୍ର ସେତେବେଳେ ଯେଉଁ ପରିମାଣରେ ବିକ୍ରି ହେଉଥିଲା, ଏବେ ତାହା ଢେର୍‌ ଗୁଣ ବଢିଯାଇଛି। ପୋଲିସ ଓ ଅବକାରୀ ବିଭାଗର ନିଷ୍ଟ୍ରିୟତା ଯୋଗୁ ଏହି କାରବାର ଖୋଲାଖୋଲି ଚାଲିଛି। ଫଳରେ ଜିଲାର ବହୁ ଯୁବଗୋଷ୍ଠୀ ଏହି ନିଶା ଦ୍ୱାରା କବଳିତ ହେଲେଣି। ବିଶେଷକରି ସ୍ଥାନୀୟ ଏସ୍‌ଭିଏମ୍‌ ମହାବିଦ୍ୟାଳୟର ବହୁ ଛାତ୍ର ଓ ସ୍ଥାନୀୟ ଯୁବକ ବ୍ରାଉନ ସୁଗାର ସେବନ କରିଥିବା ନଜିର ରହିଛି। ପୋଲିସ ମଧ୍ୟ ଚଢାଉ କରି ସତ୍ୟାସତ୍ୟ ଜାଣିଛି। କିନ୍ତୁ ଛାତ୍ରମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯିବା ଆଶଙ୍କାରେ ସେମାନଙ୍କୁ ତାଗିଦ କରି ଛାଡିଦେଇଛି। କିଛି ଦିନ ତଳେ ମହିଳାମାନେ ସ୍ବର ଉତ୍ତୋଳନ କରି ତୁରନ୍ତ ଗୋପାଳସାଗର ଅଞ୍ଚଳରୁ ଚୋରା ମାଦକଦ୍ରବ୍ୟ କାରବାର ବନ୍ଦ କରାଯାଉ ବୋଲି ଜଗତ୍‌ସିଂହପୁର ଥାନାରେ ଦାବି କରିଥିଲେ। ଗତ ୧ ତାରିଖରେ ଜଗତ୍‌ସିଂହପୁର ଥାନା ପକ୍ଷରୁ ଚଢାଉ କରାଯାଇ ଗୋପାଳସାଗର ଅଞ୍ଚଳରୁ ୭୭୦ ଗ୍ରାମର ବ୍ରାଉନ ସୁଗାର ପ୍ୟାକେଟ୍‌ ଜବତ କରାଯାଇଥିଲା। ଏନେଇ ଏସ୍‌ଆଇ ରବିନ୍ଦ୍ରନାରାୟଣ ବେହେରାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ସଂଖ୍ୟା ୧୯୫/୧୯ ରୁଜୁ କରିଥିଲା। ଉକ୍ତ ମାମଲାରେ ପୋଲିସ ମାର୍କଣ୍ଡପୁରର ଜଣେ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ

ଜଗତସିଂହପୁର, ୧୧।୩: ୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ। ମାର୍ଚ୍ଚ ମାସରେ ଦରମା ବନ୍ଦ କଲେ ଜଗତସିଂହପୁର ଜିଲାପାଳ। ନୋଡାଲ ଅଫିସର ଧାନ…

ଆଦାନୀ ହାତକୁ ଯିବ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ

ପାରାଦୀପ,୧୧ା୩(ଶରତ ରାଉତ):ରାଜ୍ୟରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବ୍ୟାପକ ପ୍ରଚାର ପ୍ରସାର ହେଉଛି। କିନ୍ତୁ ଓଡ଼ିଆଙ୍କ ପ୍ରାଚୀନ ସଂସ୍କୃତି ସହ ଜଡ଼ିତ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ଗୁଜରାଟ ଭଳି ଓଡ଼ିଶାରେ ବିକାଶ ହେବ

ପାରାଦୀପ,୬।୩: ପାରାଦୀପ ଗସ୍ତରେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା। ସେଠାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ଉଦ୍‌ବୋଧନ ଦେଇ କହିଛନ୍ତି, ଭାଜପା ସରକାର ସଠିକ୍‌ ଦିଗରେ…

ବଳାତ୍କାର ଲୁଚାଇବାକୁ ଛାତରୁ ଠେଲିଦେଇଥିଲେ ଝାଡ଼ଖଣ୍ଡ ଯୁବକ

ପାରାଦୀପ,୨୮।୨ (ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri