ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ :ମୃତଦେହ ରଖିବାକୁ ନୂଆ ଫ୍ରିଜର, ଜେନେରେଟର ପ୍ରସ୍ତାବ

ଛତ୍ରପୁର,୨୪ା୯(ଡି.ଏନ.ଏ) -ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ ସୋମବାର ସନ୍ଧ୍ୟାରେ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଛତ୍ରପୁର ହସ୍ପିଟାଲରେ ଚାଲିଥିବା ବିଭିନ୍ନ କୋଠା ନିର୍ମାଣ କାମ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଓ ସମସ୍ୟା ଉପରେ ବିସୃତ ଭାବେ ଆଲୋଚନା ହୋଇଥିଲା। ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଏମ୍‌ ଧଞ୍ଜଜୟ ରେଡ୍ଡୀ, ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସୁପରିଟେଣ୍ଡଣ୍ଟ ଡା. କାହ୍ନୁ ଚରଣ ପାତ୍ର, ହସ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଏନ୍‌ଏସି ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଲିଲନ ପ୍ରସାଦ ସାହୁ, ଗ୍ରାମ୍ୟ ଜଳ ଯେଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ମଳୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପୋଲିସ ହସ୍ପିଟାଲକୁ ଏଠାରୁ ଜଣେ ଫାର୍ମାସିଷ୍ଟଙ୍କୁ ଡେପୁଟେସନରେ ପଠାଯାଇଛି। ଏଥିଲାଗି ଏଠାରେ ନିରାମୟ ଯୋଜନାରେ ଚାଲିଥିବା ଓଷଧ ବିତରଣ କେନ୍ଦ୍ରର ପରିଚାଳନାରେ ଅସୁବିଧା ହେଉଥିବା ସୁପରିଟେଣ୍ଡେଣ୍ଟ ଡା. ପାତ୍ର କହିଥିଲେ। ଏସମ୍ପର୍କରେ ସିଡିଏମ୍‌ଓଙ୍କୁ ଅବଗତ କରାଯାଇଛି। ମାତ୍ର କୌଣସି ପଦକ୍ଷେପ ନିଆଯାଇନି। ଡାକ୍ତର ଓ ନର୍ସ ଅଭାବରୁ କାଜୁଆଲିଟିର ପରିଚାଳନାରେ ମଧ୍ୟ ଘୋର ଅସୁବିଧା ହେଉଛି। ହସ୍ପିଟାଲ ପରିସରରେ ଥିବା ଓମ୍‌ଫେଡ୍‌ ବୁଥର ଅବଧି ସରିଥିବାବେଳେ ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ସର୍ତ୍ତରଖି ଏକ୍ସଟେନସନ୍‌ କରାଯାଇଛି। ପାର୍କିଂ, ଗାର୍ଡେନ ଓ ସୌନ୍ଦର୍ଯ୍ୟକରଣ ଉପରେ ଆଲୋଚନା ହୋଇଥିଲା। ହସ୍ପିଟାଲ ପାଇଁ ଆଉ ୨ ଜଣ ଡାକ୍ତର ଓ ୪ ଜଣ ନର୍ସ ପୋଷ୍ଟିଂ ଦେଲେ ରୋଗୀ ସେବା ଆହୁରି ଭଲ ହୋଇପାରିବ ବୋଲି ଡା. ଜେ ଏମ୍‌. ବେବର୍ତ୍ତା କହିଥିଲେ। କ୍ୱାର୍ଟରରେ ରହି ଛତ୍ରପୁର ହସ୍ପିଟାଲର ଜଣେ ଡାକ୍ତର ଘରୋଇ ଚିକିତ୍ସା କରୁଥିବା ବ୍ଲକ ଅଧ୍ୟକ୍ଷ ରେଡ୍ଡୀ ବୈଠକରେ କହିଥିଲେ। ଏହା ଉପରେ ପଦକ୍ଷେପ ନେବାକୁ ସେ ସୁପରିଟେଣ୍ଡେଣ୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ରାତିରେ ଆମ୍ବୁଲାନ୍ସ ଚାଳକଙ୍କ ଘରେ ରହୁଛି। ଏଥିସହ ଚାଳକ ମଧ୍ୟ ହସ୍ପିଟାଲରେ ରହୁ ନ ଥିବା ବୈଠକରେ ଆଲୋଚନା ହୋଇଥିଲା। ହସ୍ପିଟାଲରେ ମୃତଦେହ ରଖିବାକୁ ଥିବା ଫ୍ରିଜର ଖରାପ ଅଛି। ନୂଆ ଫ୍ରିଜର ୟୁଥ ମାସ ସେବା ସଂଘ ପକ୍ଷରୁ ଦିଆଯିବ ବୋଲି ସମ୍ପାଦକ ସୟଦ ମୁକ୍ତାର କହିଥିଲେ। ଏହାକୁ ସମସ୍ତେ ସ୍ବାଗତ କରିଥିଲେ। ହସ୍ପିଟାଲର ଥିବା ଗୋଟିଏ ଜେନେରେଟର ଖରାପ ଅଛି। ନୂଆ ଜେନେଟର କିଣିବାକୁ ବୈଠକରେ ନିଷ୍ପତି ହୋଇଛି। ଏହି ବୈଠକରେ ରୋଗୀ କଲ୍ୟାଣ ସମିତିର ସଭ୍ୟ ବସନ୍ତ ମହାରଣା, ବିଜୟ କୃଷ୍ଣ ପଟ୍ଟନାୟକ, କୃପାସିନ୍ଧୁ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ଭଞ୍ଜନଗରରେ କାଳବୈଶାଖୀ ତାଣ୍ଡବ

ଭଞ୍ଜନଗର,୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ସହ ବଜ୍ରପାତ ହେବାରୁ ଗୋପାଳପୁର ଶାସନ ପଞ୍ଚାୟତ ରତ୍ନପୁର ଗ୍ରାମରେ ୨୨ଟି...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ପୁଅ ହିଁ ଏହି କାମ କରିବେ: ମୋଦି

ନୂଆଦିଲ୍ଲୀ/ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାର ବ୍ରହ୍ମପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିରୋଧୀଙ୍କୁ କଡ଼ା ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର...

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

‘ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି’: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri