ଛତ୍ରପୁର ବ୍ଲକରେ ୪ କରୋନା ପଜିଟିଭ୍‌ ଚିହ୍ନଟ: ଘଡଘଡାପଲ୍ଲୀ, ନରେନ୍ଦ୍ରପୁରର ସାହି କଣ୍ଟେନମେଣ୍ଟ, ୮ ଗାଁ ବଫର ଜୋନ୍‌ ଘୋଷଣା କଲେ ଜିଲାପାଳ

ଛତ୍ରପୁର,୧୪।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ରବିବାର ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଛତ୍ରପୁର ବ୍ଲକ ଅଧୀନ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଘଡଘଡାପଲ୍ଲୀ ଗାଁରେ ୩ ଜଣ ଓ ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗାଁର ଜଣେ ଚିହ୍ନଟ ହୋଇଛନ୍ତି। ଏ ନେଇ ଗୋଟିଏ ଗାଁ ଓ ୨ ଟି ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଘଡଘଡାପଲ୍ଲୀ ଗାଁ ଏବଂ ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ନରେନ୍ଦ୍ରପୁର ଗାଁର ଷ୍ଟେଶନ ରୋଡ୍‌ ଓ ଗୋପିନାଥ ସାହି ରହିଛି। ଏଥିସହ ଉକ୍ତ ଅଞ୍ଚଳ ନିକଟ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ କାଳିଆବାଲି, ଜାଜ୍ଞଶାଳ ଓ ଚମାଖଣ୍ଡି ଛକ ଏବଂ ନରେନ୍ଦ୍ରପୁର, ରଘୁନାଥପୁର ଓ ଜଗନ୍ନାଥପୁର ଏବଂ ରଙ୍ଗେଇଲୁଣ୍ଡା ବ୍ଲକ ଅଧିନ ଲୁହାଝର ପଞ୍ଚାୟତର ଟାଟା କଲୋନୀ ଓ ବଡକୁଶସ୍ଥଳୀ ଗାଁକୁ ବଫର୍‌ ଜୋନ୍‌ ଭାବେ ଜିଲାପାଳ ଘୋଷଣା କରିଛନ୍ତି । କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ଲୋକ ବାହାରକୁ ଏବଂ ଅନ୍ୟ ଅଞ୍ଚଳର ଲୋକ ଉକ୍ତ ଜୋନ୍‌ ଅଞ୍ଚଳକୁ ଯିବା ଆସିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ବଫର ଜୋନ୍‌ରେ ଥିବା ଲୋକ କେବଳ ଜରୁରୀକାଳୀନ ସେବା ପାଇଁ ଯିବା ଆସିବା କରିପାରିବେ ବୋଲି ଜିଲାପାଳଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀର କିଶୋର ଦାଶ),୮ା୫:କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଫଟୋରେ କେହି ଜୋତାମାଳ ଝୁଲାଇବା...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri