ଛତିଶଗଡ଼, ଝାଡ଼ଖଣ୍ଡ ଗଲେ ୧୦୬

ଅନୁଗୋଳ ଅଫିସ/ଛେଣ୍ଡିପଦା/ପାଲଲହଡ଼ା, ୯।୫- ଅନୁଗୋଳ ଜିଲାର ବିଭିନ୍ନ ବ୍ଲକରେ କ୍ବାରାଣ୍ଟାଇନ୍‌ ଅବଧି ସମାପ୍ତ କରିଥିବା ଛତିଶଗଡ଼ର ୭୫ ଜଣ ଶ୍ରମିକଙ୍କୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ତାଙ୍କ ଅଞ୍ଚଳକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ଅନୁଗୋଳ ବ୍ଲକରେ ୨୪ ଜଣ, ବଅଁରପାଳ ବ୍ଲକରେ ୨୦ ଓ ଛେଣ୍ଡିପଦା ବ୍ଲକରେ ୩୧ ଜଣ କ୍ୱାରାଣ୍ଟାଇନରେ ଥିଲେ। ସେହିପରି ପାଲଲହଡ଼ା, କଣିହଁା ଓ ଅନୁଗୋଳ ବ୍ଲକରେ କ୍ୱାରାଣ୍ଟାଇନରେ ଥିବା ଝାଡ଼ଖଣ୍ଡର ୩୧ ଜଣ ଶ୍ରମିକଙ୍କୁ ଏକ ବସ୍‌ ଯୋଗେ ପଠାଇ ଦିଆଯାଇଛି। ସମସ୍ତ ଶ୍ରମିକମାନଙ୍କୁ ଖାଦ୍ୟ ସହ ପାନୀୟ ଜଳ ଦିଆଯାଇଥିଲା। ଜିଲାପାଳ ମନୋଜ କୁମାର ମହାନ୍ତି, ଏସ୍‌ପି ଜଗମୋହନ ମୀନା, ପିଡି ଅତୁଲ୍ୟ କୁମାର ଚମ୍ପତିରାୟ, ଉପଜିଲାପାଳ ବାସୁଦେବ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଡେପୁଟି କଲେକ୍ଟର ବଇତୁରା ଦୀପ୍‌, ଏପିଡି ଅବିନାଶ ମହାନ୍ତି, ଏପିଡି ରାକେଶ କୁଣ୍ଡ ପ୍ରମୁଖ ଶ୍ରମିକମାନଙ୍କୁ ପଠାଇବାରେ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri