ଚୋରି କରି ନେଇଗଲେ ଇନ୍ଦିରା ଆବାସ

ବାରିପଦା ଅଫିସ, ୨୫ା୨- ଦୀର୍ଘ ବର୍ଷ ହେଲା ପକ୍କା ଘରଟିଏ ପାଇଁ ବିଭିନ୍ନ ଅଧିକାରୀଙ୍କୁ ଗୁହାରି କରିିଥିଲେ ମଧ୍ୟ ଘର ଖଣ୍ଡିଏ ମିଳିଲା ନାହିଁ। ଫଳରେ ଏକ ଟାଇଲି ଛପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଗୋଟିଏ ପରିବାରର ୬ ପ୍ରାଣୀ କୁଟୁମ୍ବ। ତାଙ୍କ ନାମରେ ପକ୍କା ଘର ମଞ୍ଜୁର ହୋଇ ଅର୍ଥ ଉଠାଇ ନିଆଯାଇଛି। ବ୍ଲକରୁ କର୍ମଚାରୀମାନେ ଘର ଦେଖି ଫଟୋ ଉଠାଇବା ପାଇଁ ଯାଇଥିତ୍ବା ବେଳେ ଘଟଣା ପଦାକୁ ଆସିଥିଲା। ଘର ନିର୍ମାଣ ପାଇଁ ଏହି ପରିବାର କାର୍ଯ୍ୟାଦେଶ କିମ୍ବା ଅର୍ଥ ପାଇ ନ ଥିବା ବେଳେ ତାଙ୍କ ନାମରେ କେହି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ବ୍ଲକର କେତେକ ଅସାଧୁ କର୍ମଚାରୀ ତାଙ୍କ ଘର ଚୋରି କରି ନେଇଥିବା କ୍ଷୋଭର ସହ କହିଛନ୍ତି ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ବିଜୟ କୃଷ୍ଣଚନ୍ଦ୍ରପୁର ଗ୍ରାମର ଅଞ୍ଜନା ନାୟକ।
ଆଦିବାସୀଙ୍କ ଉନ୍ନତି ନିମନ୍ତେ ନିଯୁକ୍ତି ପାଇଥିବା ଅଧିକାରୀମାନେ ଶେଷରେ ପକ୍କା ଘର ଲାଗି ହିତାଧିକାରୀଙ୍କ ଟଙ୍କା ଚଳୁ କରିଦେବା ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି। ପ୍ରାୟ ୮ ମାସ ତଳେ ବ୍ଲକରୁ ଜଣେ କର୍ମଚାରୀ ଯାଇ ଅଞ୍ଜନାଙ୍କୁ ତାଙ୍କର ପକ୍କାର ଘର ହୋଇ ଯାଇଥିବା ବେଳେ କେଉଁଠି ଘର ହୋଇଛି ଦେଖାଇବାକୁ କହିଥିଲେ। ହେଲେ ତାଙ୍କର ପକ୍କା ଘର ହୋଇ ନ ଥିବା ଅଞ୍ଜନା କହିଥିଲେ। ସେହିଭଳି ତାଙ୍କୁ ପକ୍କା ଘର ନିର୍ମାଣ ଲାଗି ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳି ନ ଥିବା କହିଥିଲେ। ପରେ ଏ ନେଇ ଖୋଳତାଡ଼ କରିବାରୁ ୨୦୧୫ରେ ଅଞ୍ଜନାଙ୍କ ନାମରେ ଇନ୍ଦିରା ଆବସ ଆସିଥିବା ବେଳେ ତାଙ୍କୁ ୭୫ ହଜାର ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯାଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସରକାରୀ ତଥ୍ୟ ମଧ୍ୟ ରହିଛି। ତେବେ ସେ କିଛି ସହାୟତା ରାଶି ପାଇ ନ ଥିବା ବେଳେ କିପରି ତାଙ୍କ ନାମରେ ଘର ସମୂର୍ଣ୍ଣ ହୋଇଛି ବୋଲି ଏ ନେଇ ସେ ବିଡିଓଙ୍କୁ ପଚାରିଥିଲେ ହେଲେ କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ପରେ ଭାଜପା ନେତା ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଜଣାଇବାରୁ ଗତ ଅକ୍ଟୋବର ୧୫ ତାରିଖରେ ସେମାନେ ଶୁଳିଆପଦା ବିଡିଓଙ୍କୁ ଦେଖା କରିବା ପରେ ତାଙ୍କୁ ଘର ପ୍ରଦାନ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମିଳିବାର ୪ ମାସ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ଅଞ୍ଜନାଙ୍କୁ କୌଣସି ସହାୟତା ମିଳି ନାହିଁ। ଏହି ଘଟଣାକୁ ଭାଜପା କର୍ମକର୍ତ୍ତାମାନେ ନିନ୍ଦା କରିବା ସହିତ ସୋମବାର ଏ ନେଇ ବିଡିଓଙ୍କୁ ଦେଖା କରିଥିଲେ। ଯେଉଁ କର୍ମଚାରୀ କିମ୍ବା ଅଧିକାରୀ ତାଙ୍କ ଘର ଟଙ୍କା ଚଳୁ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାଜପା ଦାବି କରିଥିଲା। ଏ ନେଇ ଶୁଳିଆପଦା ବିଡିଓ ପରୀକ୍ଷିତ ଜେନାଙ୍କୁ ପଚାରିବାରୁ ସେ କୁହନ୍ତି ଯେ, ଏହା ମୋ ସମୟରେ ହୋଇନାହିଁ ଏବଂ ଏ ଦିଗରେ ସେ କିଛି କହିପାରିବେ ନାହିଁ ବୋଲି ସଫେଇ ଦେଇଥିଲେ। ଅନ୍ୟପକ୍ଷେ ଚର୍ଚ୍ଚା ହେଉଛି ଯେ ସେତେବେଳେ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ପକ୍କା ଘର ପାଇଁ ବିଭିନ୍ନ ହିତାଧିକାରୀଙ୍କ ନାମରେ ଆସିଥିବା ଟଙ୍କାକୁ ଚଳୁ କରି ଦେଇଛନ୍ତି। ଏପରିକି ସେହି ସମୟର ଫାଇଲ୍‌କୁ ମଧ୍ୟ ଗାଏବ କରି ଦେଇଛନ୍ତି। ତାଙ୍କ ନାମରେ ଆସିଥିବା ପକ୍କା ଘର ଟଙ୍କା ଚଳୁ କରିଥିବା କର୍ମଚାରୀ କିମ୍ବା ଅଧିକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେବ ତାକୁ ଅନାଇ ବସିଛନ୍ତିି ଅଞ୍ଜନା। ସେହିଭଳି ତାଙ୍କୁ ପକ୍କା ଘର ପ୍ରଦାନ କରାଯିବା ନିମନ୍ତେ ସେ ଦାବି ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?