ଚୋରି କରି ନେଇଗଲେ ଇନ୍ଦିରା ଆବାସ

ବାରିପଦା ଅଫିସ, ୨୫ା୨- ଦୀର୍ଘ ବର୍ଷ ହେଲା ପକ୍କା ଘରଟିଏ ପାଇଁ ବିଭିନ୍ନ ଅଧିକାରୀଙ୍କୁ ଗୁହାରି କରିିଥିଲେ ମଧ୍ୟ ଘର ଖଣ୍ଡିଏ ମିଳିଲା ନାହିଁ। ଫଳରେ ଏକ ଟାଇଲି ଛପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଗୋଟିଏ ପରିବାରର ୬ ପ୍ରାଣୀ କୁଟୁମ୍ବ। ତାଙ୍କ ନାମରେ ପକ୍କା ଘର ମଞ୍ଜୁର ହୋଇ ଅର୍ଥ ଉଠାଇ ନିଆଯାଇଛି। ବ୍ଲକରୁ କର୍ମଚାରୀମାନେ ଘର ଦେଖି ଫଟୋ ଉଠାଇବା ପାଇଁ ଯାଇଥିତ୍ବା ବେଳେ ଘଟଣା ପଦାକୁ ଆସିଥିଲା। ଘର ନିର୍ମାଣ ପାଇଁ ଏହି ପରିବାର କାର୍ଯ୍ୟାଦେଶ କିମ୍ବା ଅର୍ଥ ପାଇ ନ ଥିବା ବେଳେ ତାଙ୍କ ନାମରେ କେହି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ବ୍ଲକର କେତେକ ଅସାଧୁ କର୍ମଚାରୀ ତାଙ୍କ ଘର ଚୋରି କରି ନେଇଥିବା କ୍ଷୋଭର ସହ କହିଛନ୍ତି ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ବିଜୟ କୃଷ୍ଣଚନ୍ଦ୍ରପୁର ଗ୍ରାମର ଅଞ୍ଜନା ନାୟକ।
ଆଦିବାସୀଙ୍କ ଉନ୍ନତି ନିମନ୍ତେ ନିଯୁକ୍ତି ପାଇଥିବା ଅଧିକାରୀମାନେ ଶେଷରେ ପକ୍କା ଘର ଲାଗି ହିତାଧିକାରୀଙ୍କ ଟଙ୍କା ଚଳୁ କରିଦେବା ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି। ପ୍ରାୟ ୮ ମାସ ତଳେ ବ୍ଲକରୁ ଜଣେ କର୍ମଚାରୀ ଯାଇ ଅଞ୍ଜନାଙ୍କୁ ତାଙ୍କର ପକ୍କାର ଘର ହୋଇ ଯାଇଥିବା ବେଳେ କେଉଁଠି ଘର ହୋଇଛି ଦେଖାଇବାକୁ କହିଥିଲେ। ହେଲେ ତାଙ୍କର ପକ୍କା ଘର ହୋଇ ନ ଥିବା ଅଞ୍ଜନା କହିଥିଲେ। ସେହିଭଳି ତାଙ୍କୁ ପକ୍କା ଘର ନିର୍ମାଣ ଲାଗି ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳି ନ ଥିବା କହିଥିଲେ। ପରେ ଏ ନେଇ ଖୋଳତାଡ଼ କରିବାରୁ ୨୦୧୫ରେ ଅଞ୍ଜନାଙ୍କ ନାମରେ ଇନ୍ଦିରା ଆବସ ଆସିଥିବା ବେଳେ ତାଙ୍କୁ ୭୫ ହଜାର ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯାଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସରକାରୀ ତଥ୍ୟ ମଧ୍ୟ ରହିଛି। ତେବେ ସେ କିଛି ସହାୟତା ରାଶି ପାଇ ନ ଥିବା ବେଳେ କିପରି ତାଙ୍କ ନାମରେ ଘର ସମୂର୍ଣ୍ଣ ହୋଇଛି ବୋଲି ଏ ନେଇ ସେ ବିଡିଓଙ୍କୁ ପଚାରିଥିଲେ ହେଲେ କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ପରେ ଭାଜପା ନେତା ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଜଣାଇବାରୁ ଗତ ଅକ୍ଟୋବର ୧୫ ତାରିଖରେ ସେମାନେ ଶୁଳିଆପଦା ବିଡିଓଙ୍କୁ ଦେଖା କରିବା ପରେ ତାଙ୍କୁ ଘର ପ୍ରଦାନ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମିଳିବାର ୪ ମାସ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ଅଞ୍ଜନାଙ୍କୁ କୌଣସି ସହାୟତା ମିଳି ନାହିଁ। ଏହି ଘଟଣାକୁ ଭାଜପା କର୍ମକର୍ତ୍ତାମାନେ ନିନ୍ଦା କରିବା ସହିତ ସୋମବାର ଏ ନେଇ ବିଡିଓଙ୍କୁ ଦେଖା କରିଥିଲେ। ଯେଉଁ କର୍ମଚାରୀ କିମ୍ବା ଅଧିକାରୀ ତାଙ୍କ ଘର ଟଙ୍କା ଚଳୁ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାଜପା ଦାବି କରିଥିଲା। ଏ ନେଇ ଶୁଳିଆପଦା ବିଡିଓ ପରୀକ୍ଷିତ ଜେନାଙ୍କୁ ପଚାରିବାରୁ ସେ କୁହନ୍ତି ଯେ, ଏହା ମୋ ସମୟରେ ହୋଇନାହିଁ ଏବଂ ଏ ଦିଗରେ ସେ କିଛି କହିପାରିବେ ନାହିଁ ବୋଲି ସଫେଇ ଦେଇଥିଲେ। ଅନ୍ୟପକ୍ଷେ ଚର୍ଚ୍ଚା ହେଉଛି ଯେ ସେତେବେଳେ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ପକ୍କା ଘର ପାଇଁ ବିଭିନ୍ନ ହିତାଧିକାରୀଙ୍କ ନାମରେ ଆସିଥିବା ଟଙ୍କାକୁ ଚଳୁ କରି ଦେଇଛନ୍ତି। ଏପରିକି ସେହି ସମୟର ଫାଇଲ୍‌କୁ ମଧ୍ୟ ଗାଏବ କରି ଦେଇଛନ୍ତି। ତାଙ୍କ ନାମରେ ଆସିଥିବା ପକ୍କା ଘର ଟଙ୍କା ଚଳୁ କରିଥିବା କର୍ମଚାରୀ କିମ୍ବା ଅଧିକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେବ ତାକୁ ଅନାଇ ବସିଛନ୍ତିି ଅଞ୍ଜନା। ସେହିଭଳି ତାଙ୍କୁ ପକ୍କା ଘର ପ୍ରଦାନ କରାଯିବା ନିମନ୍ତେ ସେ ଦାବି ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri