Posted inଖେଳ

ଚୂଡ଼ାନ୍ତ କ୍ଲବ ତାଲିକା ବାଛିବ ୫ ଜଣିଆ କମିଟି ଓସିଏ ସଦସ୍ୟତା ନେଇ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୧୯ା୮ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ (ଓସିଏ)ର ନିର୍ବାଚନ ଆସନ୍ତା ମାସରେ ହେବାକୁ ଥିବାବେଳେ ଏହାକୁ ନେଇ ଏବେ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟରେ ଥିବା ବିଭିନ୍ନ କ୍ଲବର ଭବିଷ୍ୟତ ନିର୍ଦ୍ଧାରଣ ପାଇଁ ରବିବାର ୫ ଜଣିଆ ଯାଞ୍ଚ କମିଟି ଗଠନ କରାଯାଇଛି। ଫୁଲବାଣୀ ଜିଲା ଆଥ୍‌ଲେଟିକ ଆସୋସିଏଶନର ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ୫ ଜଣିଆ କମିଟି ଗଠନ କରାଯାଇଛି। ଓସିଏର ସଦସ୍ୟ ହେବା ପାଇଁ ଆଗ୍ରହୀ ରହିଥିବା କ୍ଲବଗୁଡ଼ିକ ସପ୍ତାହକ ମଧ୍ୟରେ ଏହି କମିଟିକୁ ଆଦେବନ କରିବେ। ସମ୍ପୃକ୍ତ କ୍ଲବ କ୍ରିକେଟ୍‌ ନା ସାମାଜିକ କ୍ଲବ ଏହି ୫ ଜଣିଆ କମିଟି ତାହା ଉପରେ ନିଷ୍ପତ୍ତି ନେବ। ଓସିଏ ପରିଚାଳନା ସମିତିର ବୈଠକରେ ରବିବାର ଏ ନେଇ ଆଲୋଚନା ହେବାପରେ ଏହି କମିଟି ଗଠନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ଶବି ପ୍ରସାଦଙ୍କୁ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାବେଳେ ଅଶୋକ ସାହୁ (ଗଞ୍ଜାମ ଜିଲା କ୍ରିକେଟ୍‌ ଆସୋସିଏଶନ ସମ୍ପାଦକ), ଚିନ୍ମୟାନନ୍ଦ ଜେନା (ପୂର୍ବତନ ଖେଳାଳି ତଥା ଚୟନକର୍ତ୍ତା), ସିଦ୍ଧାର୍ଥ କୁମାର ସାହୁ (ଖ୍ରୀଷ୍ଟ କଲେଜ ଅଧ୍ୟକ୍ଷ) ଓ ଏଫ୍‌.ସି. ନର୍ଥ (ଷ୍ଟିଓ୍ବାର୍ଟ ସ୍କୁଲ ଅଧ୍ୟକ୍ଷ)ଙ୍କୁ ଏହି କମିଟିର ସଦସ୍ୟ ରଖାଯାଇଛି। ଯେହେତୁ କ୍ଲବଗୁଡ଼ିକ ଉପରେ ବିଚାର କରାଯିବାକୁ ଥିବାରୁ ସ୍କୁଲ, କଲେଜ ଓ ଜିଲାର ସଦସ୍ୟମାନଙ୍କୁ ଏହି ୫ ଜଣିଆ ଯାଞ୍ଚ କମିଟିରେ ସ୍ଥାନ ମିଳିଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ ଅଧିନରେ ପୂର୍ବରୁ ରାଜ୍ୟର ୨୦ କ୍ଲବକୁ ସଦସ୍ୟଭାବେ ସମ୍ବିଧାନରେ ସ୍ଥାନିତ କରାଯାଇଛି। ଏହି ୨୦ କ୍ଲବର ସ୍ଥାନ ସୁରକ୍ଷିତ ରହିଥିବା ସମ୍ଭାବନା ରହିଛି। କିନ୍ତୁ ଓସିଏ ଅଧିନରେ ସଦସ୍ୟ ହେବା ପାଇଁ ଆଗ୍ରହୀ ରହିଥିବା ନୂତନ କ୍ଲବଗୁଡ଼ିକ ଏହି ୫ ଜଣିଆ କମିଟିକୁ ଆବେଦନ କରିପାରିବେ। ସଦସ୍ୟତା ବିବାଦ ସମୟରେ ପୂର୍ବରୁ ୫୪ କ୍ଲବ ଓସିଏ ସଦସ୍ୟ ହେବା ପାଇଁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରେ ଆବେଦନ କରିଥିଲେ। ଏବେ ଏହିସବୁ କ୍ଲବଗୁଡ଼ିକ ନୂତନ କରି ଗଠିତ ହୋଇଥିବା ୫ ଜଣିଆ ଯାଞ୍ଚ କମିଟି ନିକଟରେ ସଦସ୍ୟତା ପାଇଁ ପୁନଃ ଆବେଦନ କରିପାରିବେ ବୋଲି ଜଣାପଡ଼ିଛି। ଯେଉଁ କ୍ଲବଗୁଡ଼ିକ କ୍ରିକେଟ୍‌ ପାଇଁ କାର୍ଯ୍ୟ କରୁଥିବେ ସେମାନଙ୍କୁ ସଦସ୍ୟତା ଭାବେ ଗ୍ରହଣ କରିବା ପାଇଁ ଏହି କମିଟି ପରିଚାଳନା ସମିତିକୁ ସୁପାରିସ କରିବ। ନୂତନ କରି ଗଠିତ ହୋଇଥିବା କମିଟି ପକ୍ଷରୁ ଏହା କୁହାଯାଇଛି। ସଦସ୍ୟତା ପାଇଁ ଓସିଏ ଓ୍ବେବସାଇଟ୍‌ରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ଯେଉଁ କ୍ଲବଗୁଡ଼ିକ ସଦସ୍ୟତା ପାଇଁ ଆଗ୍ରହୀ ରହିଛନ୍ତି ସେମାନେ ବିଜ୍ଞପ୍ତିର ସପ୍ତାହକ ମଧ୍ୟରେ ଆବେଦନ କରିପାରିବେ। ୫ ଜଣିଆ ଯାଞ୍ଚ କମିଟି ଦ୍ୱାରା ଏହାପରେ ମାନଦଣ୍ଡ ଅନୁଯାୟୀ କ୍ଲବଗୁଡ଼ିକ ନାମ ପରିଚାଳନା ସମିତିକୁ ସୁପାରିସ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri