ଚିନିକଳ ଖୋଲିବା ଆଶା ଉଜ୍ଜୀବିତ : ଏକାଠି ହେଲେ ମନ୍ତ୍ରୀ, ପ୍ରଶାସକ, ନେତା, କୃଷକ

ନୟାଗଡ଼ ଅଫିସ,୯ା୮: ନୟାଗଡ଼ ଜିଲାରେ ବନ୍ଦ ହୋଇ ପଡ଼ିଥିବା ଚିନିକଳ ଖୋଲିବା ପ୍ରସଙ୍ଗରେ ଗୁରୁବାର ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ, ଜିଲାପାଳ, ବିଭିନ୍ନ ଦଳର ନେତା, କୃଷକ, ଶ୍ରମିକମାନେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ବୈଠକ ପରେ ଚିନିକଳ ଖୋଲିବା ଆଶା ଉଜ୍ଜୀବିତ ହୋଇଛି।
ଜିଲାପାଳ ଡା. ଏନ୍‌. ତିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସମେତ ଚିନିକଳ ସୁରକ୍ଷା ଅଭିଯାନର କର୍ମକର୍ତ୍ତା ବିଶ୍ୱନାଥ ମହାପାତ୍ର, ମନୋଜ କୁମାର ସାହୁ, ସନ୍ତୋଷ କୁମାର ପ୍ରଧାନ, ଯୋଗେନ୍ଦ୍ର ଖୁଣ୍ଟିଆ, ଜନାର୍ଦ୍ଦନ ଦଳବେହେରା, ଚକ୍ରଧର ଜେନା, ଉମେଶ ଚନ୍ଦ୍ର ମହାପାତ୍ର, ଗୋଲକ ବିହାରୀ ମୁଦୁଲି, ଜଗନ୍ନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ପ୍ରତିବନ୍ଧକକୁ ହଟାଇ ଚିନିକଳ ଚାଲୁ କରିବା ନିମନ୍ତେ ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଥିଲା। ୨୦୦୪ ମସିହାରେ ସମବାୟ ଚିନିକଳ ଏକ ଚୁକ୍ତିପତ୍ର ବଳରେ ତ୍ରୈଲୋକ୍ୟ ମିଶ୍ରଙ୍କୁ ପରିଚାଳନା ନିମନ୍ତେ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ସମସ୍ତ ଚୁକ୍ତି ଖିଲାପ କରି ସେ ୨୦୧୫ରେ କାରଖାନାରେ ତାଲା ପକାଇ ଚାଲିଯାଇଥିଲେ। ଏପରି କି ଚାଷୀଙ୍କ ବକେୟା ଟଙ୍କା କିମ୍ବା କର୍ମଚାରୀଙ୍କ ଦରମା ଦେଇ ନ ଥିଲେ। ବର୍ତ୍ତମାନ ସେ ଚିନିକଳ ଉପରେ ନିଜର ମାଲିକାନା ଜାହିର କରିବା, ପ୍ରତାରଣାମୂଳକ ଭାବେ ବ୍ୟାଙ୍କରୁ ଟଙ୍କା ନେଇ ଖସି ପଳାଇବା ଓ ବ୍ୟାଙ୍କ ଟଙ୍କା ଆଦାୟ ନାମରେ କାରଖାନାକୁ ଏକ କବାଡ଼ିଆ କମ୍ପାନୀକୁ ବିକ୍ରି କରିବା ମସୁଧା ବଡ ଷଡ଼ଯନ୍ତ୍ର ବୋଲି ବୈଠକରେ କୁହାଯାଇଥିଲା। ପ୍ରକାଶ ଯେ, କାରଖାନା ଚଳାଇବାର ୩ବର୍ଷ ପରେ ସମବାୟ ବିଭାଗ ସହିତ ତ୍ରୈଲୋକ୍ୟ ମିଶ୍ରଙ୍କ ଚୁକ୍ତି ସ୍ବତଃ ରଦ୍ଦ ହୋଇଯାଇଥିବା ବେଳେ ଏହାକୁ ସେ ନବୀକରଣ କରି ନ ଥିଲେ। ଚୁକ୍ତିପତ୍ର ବିକ୍ରି ସ୍ବତ୍ୱ ଥାଇ କବଲା ହୋଇ ନ ଥିବାରୁ ତ୍ରୈଲୋକ୍ୟ ତାଙ୍କର ମାଲିକାନା ହରାଇ ସାରିଥିବା ଓ ଏହା ସମବାୟ ବିଭାଗ ହାତକୁ ଫେରିଆସିଥିବା ନେଇ ବୈଠକରେ ମତପ୍ରକାଶ ପାଇଥିଲା। ରାଜ୍ୟ ସରକାର ସହାୟତା ପ୍ରଦାନ କରି ଚିନିକଳ ଚାଲୁ କରିବା ପାଇଁ କର୍ମକର୍ତ୍ତାମାନେ ମନ୍ତ୍ରୀ ସାହୁଙ୍କ ପାଖରେ ଦାବି ରଖିଥିଲେ। ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ସବୀର କୁମାର ପଣ୍ଡାଙ୍କୁ ସାତଦିନ ଭିତରେ ଚିନିକଳର ମାଲିକାନା ସ୍ବତ୍ୱ, ୟୁକୋ ବ୍ୟାଙ୍କ କିପରି ଚିନିକଳକୁ ବିକ୍ରି ପାଇଁ ନିଲାମ ବିଜ୍ଞାପନ ବାହାର କରିଥିଲା ସେ ବିଷୟରେ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଅନ୍ୟପଟେ ସବୀର ପ୍ରସ୍ତୁତ ହୋଇ ଆସି ନ ଥିବାରୁ କର୍ମକର୍ତ୍ତାମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ। ସାତଦିନ ପରେ ପୁନର୍ବାର ବୈଠକ ବସି ଏ ନେଇ ଆଲୋଚନା କରାଯିବ। ଅନ୍ୟପଟେ ବାରମ୍ବାର ଚିନିକଳ ପରିସରରୁ ଚୋରି ହେଉଥିବାରୁ ଏହାର ସୁରକ୍ଷା ପାଇଁ ବୈଠକରେ ଦାବି ହୋଇଥିଲା। ଜିଲାପାଳ ଏ ନେଇ ଏସ୍‌ପିଙ୍କୁ କହିବା ସହିତ ସେଠାରେ ପୋଲିସ ମୁତୟନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ସୂଚନାଯୋଗ୍ୟ ଯେ, ଚିନିକଳ ଲିଜ୍‌ ନେବା ଦ୍ୱାରା ତ୍ରୈଲୋକ୍ୟ ମିଶ୍ରଙ୍କ ୧୪୯୮ କୋଟି କ୍ଷତି ହୋଇଥିବା ନେଇ ସେ କୋର୍ଟରେ କେସ୍‌ କରିଛନ୍ତି। ସେହିଭଳି ଜିଲା ପ୍ରଶାସନ ପକ୍ଷରୁ ଚିନିକଳ ବନ୍ଦ ହେବା ଦ୍ୱାରା ୫ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ନେଇ କୋର୍ଟରେ ଦାବି କରାଯାଇଛି। ୟୁକୋ ବ୍ୟାଙ୍କର ମଧ୍ୟ ୨୧ କୋଟି କ୍ଷତି ହୋଇଥିବା ନେଇ କୋର୍ଟରେ କେସ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri