ଚିକେନ୍‌ ଦମ୍‌ ବିରିଆନି

ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ସହରଟି ବିଦ୍ୟାନଗରୀ ଭାବେ ପରିଚିତ। ଏହି ବିଦ୍ୟାନଗରୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ, ସୁଇଟ୍‌, ବୀରସୁରେନ୍ଦ୍ର ସାଏ ଆୟର୍ବିିଜ୍ଞାନ କଲେଜ ଓ ଡାକ୍ତରଖାନା ପ୍ରଭୃତି ରହିଛି। ଏହି ଶିକ୍ଷାନୁଷ୍ଠାନଗୁଡିକରେ ରାଜ୍ୟ ତଥା ରାଜ୍ୟବାହାରୁ ଛାତ୍ରୀଛାତ୍ରମାନେ ଅଧ୍ୟୟନ କରିବାକୁ ଆସିଥାନ୍ତି। ଛାତ୍ରୀଛାତ୍ରଙ୍କ ମନମୁତାବକ ଖାଦ୍ୟ ପ୍ରସ୍ତୁତ କରିବାକୁ ରେଷ୍ଟୁରାଣ୍ଟଗୁଡିକ ଗୁରୁତ୍ୱ ଦେଇଆସନ୍ତି। ଏହି କ୍ରମରେ ବୁର୍ଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ରୋଡ୍‌ ନିକଟରେ ରହିଛି ରେଷ୍ଟୁରାଣ୍ଟ ଫୁଡି-୧୫। ଏହି ରେଷ୍ଟୁରାଣ୍ଟର ସ୍ବତନ୍ତ୍ର ଡିସ୍‌ ଭାବେ ଦମ୍‌ବିରିଆନି ଗ୍ରାହକଙ୍କୁ ଆକୃଷ୍ଟ କରିଛି। ରେଷ୍ଟୁରାଣ୍ଟ ସ୍ବତ୍ୱାଧିକାରୀ ସୁଷମାରାଣୀ ହୋତା ଓ ମୁଖ୍ୟ ସେଫ୍‌ ଅର୍ଜୁନ ପାତ୍ର ଦମ୍‌ ବିରିଆନି ବିଷୟରେ ସୂଚନା ଦେଇଥିଲେ। ମୁଖ୍ୟ ଶେଫ୍‌ ଅର୍ଜୁନ କହିଥିଲେ ଯେ, ସମସ୍ତଙ୍କୁ ଭଲ ଲାଗିବା ଭଳି ଦମ୍‌ ବିରିଆନି ଆମେ ପ୍ରସ୍ତୁତ କରୁଛୁ। ଏହାର ମୂଲ୍ୟ ୧୫୦ ଟଙ୍କା ରହିଛି। ଜଣେ ଗ୍ରାହକ ଏହାକୁ ମେନ୍‌ କୋର୍ସରେ ଖାଇ ପାରିବେ।

ଆବଶ୍ୟକ ସାମଗ୍ରୀ:

ଚିକେନ: ୧ କେଜି
ପିଆଜ: ୮ଟି
କାଜୁ: ୧୨ଟି
ଦହି: ଏକ୍‌ କପ୍‌
ରସୁଣ ପେଷ୍ଟ: ୨ ଚାମଚ୍‌
ବାସ୍‌ମତୀ ଚାଉଳ: ୫୦୦ ଗ୍ରାମ
ତେଲ: ୪ ଚାମଚ୍‌
ଲବଙ୍ଗ: ୭ଟି
ଡାଲଚିନି: ୨ ଖଣ୍ଡ
ଇଲାଚି: ୫ଟି
ଧନିଆ ଗୁଣ୍ଡ: ୧ ଚାମଚ୍‌
ଲଙ୍କା ଗୁଣ୍ଡ: ୧ ଚାମଚ୍‌
ହଳଦୀ ଗୁଣ୍ଡ: ୧ ଚାମଚ୍‌
କଞ୍ଚାଲଙ୍କା: ୪ଟି
ଅଦା ପେଷ୍ଟ: ୧ ଚାମଚ୍‌
କେଶର: ୧ ଚାମଚ୍‌
ଦେଶୀ ଘିଅ: ୪ ଚାମଚ୍‌
ଧନିଆ ପତ୍ର: ୧ କପ୍‌
ପୁଦିନା ପତ୍ର: ୧ କପ୍‌
ଲୁଣ: ସ୍ବାଦ ଅନୁସାରେ
ତେଜପତ୍ର: ୬ଟି
ଜିରା: ୩ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ: 

ପ୍ରଥମେ ଚିକେନକୁ ସଫାକରି ସ୍ବଚ୍ଛ ପାତ୍ରରେ ରଖନ୍ତୁ। ଦହି, ଅଦା ଓ ରସୁଣ ପେଷ୍ଟ, କଞ୍ଚାଲଙ୍କା, ଧନିଆ ଓ ପୁଦିନା ପତ୍ର, ଲେମ୍ବୁ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଚିକେନ ମସଲା, କଶ୍ମୀରୀ ଚିଲି, ଚିକେନ କିମ୍‌ ଓ ଗରମ ମସଲାକୁ ଚିକେନ ସହ ମିଶ୍ରଣ କରନ୍ତୁ। ଏହାପରେ ହାଲୁକା ଗରମ ପାଣିରେ ଡାଲଚିନି, ବଡ ଓ ଛୋଟ ଇଲାଚି, ଜାଇତ୍ରି, ତେଜପତ୍ର, ସାଇଜିରା ପକାନ୍ତୁ। ଗରମ ପାଣି ଫୁଟିବା ପରେ ଚାଉଳ ଦିଅନ୍ତୁ। ଚାଉଳ ୭୦ ପ୍ରତିଶତ ଭାତ ହେବାପରେ ପୂର୍ବରୁ ହାଣ୍ଡିରେ ପ୍ରସ୍ତୁତ ହୋଇଥିବା ମ୍ୟାରିନେଟ୍‌ ଚିକେନ ଉପରେ ପକାନ୍ତୁ। ହାଣ୍ଡି ଉପର ଭାଗ ଚତୁଃପାର୍ଶ୍ୱରେ ଅଟା ଲେପନ କରି ପାତ୍ର ଘୋଡାଇ ଦିଅନ୍ତୁ। ଜଳୁଥିବା ଅଳ୍ପ ନିଆଁରେ ଥିବା ତାଓ୍ବା ଉପରେ ହାଣ୍ଡିକୁ ବସାଇବାର ୧୦ ରୁ ୧୫ ମିନିଟ ପରେ ଦମ୍‌ ବିରିଆନି ପ୍ରସ୍ତୁତ ହୋଇଯାଏ। ଏହି ଦମ୍‌ ବିରିଆନି ଉପରେ ଗୋଲାପ ଜଳ, ଅଳ୍ପ ଘିଅ, କେଉଡା ୱାଟର୍‌ ଦେଇ ସୁସଜ୍ଜିତ ପ୍ଲେଟରେ ଗ୍ରାହକଙ୍କୁ ପରଷା ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?