ଚାଷଜମି ପମ୍ପ ହାଉସରୁ ପିତ୍ତଳ ମୂର୍ତ୍ତି ଉଦ୍ଧାର

ପାତ୍ରପୁର,୨୩ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜରଡ଼ା ଥାନା ମୁକୁନ୍ଦପୁର ଗ୍ରାମର ଏକ ଜମିରେ ଥିବା ପମ୍ପ ହାଉସରୁ ମଙ୍ଗଳବାର ସନ୍ଧ୍ୟାର ଦେବଦେବୀଙ୍କ ପିତ୍ତଳ ମୂର୍ତ୍ତି, ଫଟୋ ଓ ମନ୍ଦିର ନୀତିକାନ୍ତିରେ ବ୍ୟବହୃତ ପିତ୍ତଳ ବାସନ ମିଳିଛି। ଏହି ମୂର୍ତ୍ତି ମଧ୍ୟରେ ଏକ ଅଷ୍ଟଧାତୁର ମୂର୍ତ୍ତି ଥିବା ଆଲୋଚନା ହେଉଛି। ଯେ, ବମକେଇ ଗ୍ରାମରେ ଥିବା ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାଙ୍କ ଉକ୍ତ ଜମିରେ ବବିନା ଗୌଡଙ୍କ ନେତୃତ୍ୱରେ କେତେଜଣ ଶ୍ରମିକ ମଙ୍ଗଳବାର କାମ କରୁଥିଲେ। ଏତିକିବେଳେ ଏକ ସାପ ପମ୍ପ ହାଉସକୁ ପଶୁଥିବା ଶ୍ରମିକମାନେ ଦେଖିଥିଲେ। ସାପ ଘଉଡ଼ାଇବାକୁ ସେମାନେ ପମ୍ପ ହାଉସର କବାଟ ଖୋଲିଥିଲେ। ପରେ ସାପଟି ବାହାରକୁ ବାହାରି ପଳାଇଥିଲା। ମାତ୍ର ସେଠାରେ ଦୁଇଟି ଟିଣବାକ୍ସ ଥିବା ଶ୍ରମିକମାନେ ଦେଖିଥିଲେ। ଏନେଇ ସାମନ୍ତରାଙ୍କ ପରିବାର ଲୋକଙ୍କ ସହ କଥାହୋଇ ବାକ୍ସ ଦୁଇଟିକୁ ବମକେଇସ୍ଥିତ ତାଙ୍କ ବାସଭବନକୁ ନେଇଥିଲେ। ସେଠାରେ ବାକ୍ସ ଖୋଲିବାପରେ ସେଥିରେ ହନୁମାନ ବିଗ୍ରହ ସହ ତାରା ତାରିଣି, ଘୋଡ଼ା, ଦୂର୍ଗା, ନୃସିଂହଙ୍କ ପ୍ରତିମା, ପିତ୍ତଳ ଥାଳି, ଗ୍ଲାସ, ମନ୍ଦିର ସାମଗ୍ରୀ ଥିବା ଦେଖିଥିଲେ। ଏନେଇ ଜରଡା ଥାନାକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚତ୍ ସମସ୍ତ ଜିନିଷକୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି। କେହି ଦୁର୍ବୃତ୍ତ ମନ୍ଦିରରୁ ମୂର୍ତ୍ତି ଚୋରି କରି ଆଣି ଏଠାରେ ଲୁଚାଇଥିବା ଅନୁମାନ କରାଯାଉଛି। ମୂର୍ତ୍ତି ଗୁଡିକ ପିତ୍ତଳ ଏଥିରେ ଅଷ୍ଟଧାତୁ ମୂର୍ତ୍ତି ନାହିଁ। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜରଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

ବନ୍ୟାରେ ବନ୍ୟଜନ୍ତୁ ଗାଁ ମୁହାଁ : ଦୁଇ ଜଣଙ୍କୁ ଆକ୍ରମଣ କଲା ବାରହା

ରାଜନଗର, ୨୧।୮ (ଭାସ୍କର ରାଉତରାୟ): ଭିତରକନିକା ଜଙ୍ଗଲରୁ ବନ୍ୟାଜଳରେ ଭାସି ଆସିଥିବା ଏକ ଜଙ୍ଗଲୀ ବାରହା ଶୁକ୍ରବାର ମଧ୍ୟାହ୍ନରେ ଓସ୍ତିଆ ପଞ୍ଚାୟତର ବନ୍ଧପଟଣା ଗାଁରେ ପଶି ଆତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri