ଚାଷଜମି ପମ୍ପ ହାଉସରୁ ପିତ୍ତଳ ମୂର୍ତ୍ତି ଉଦ୍ଧାର

ପାତ୍ରପୁର,୨୩ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜରଡ଼ା ଥାନା ମୁକୁନ୍ଦପୁର ଗ୍ରାମର ଏକ ଜମିରେ ଥିବା ପମ୍ପ ହାଉସରୁ ମଙ୍ଗଳବାର ସନ୍ଧ୍ୟାର ଦେବଦେବୀଙ୍କ ପିତ୍ତଳ ମୂର୍ତ୍ତି, ଫଟୋ ଓ ମନ୍ଦିର ନୀତିକାନ୍ତିରେ ବ୍ୟବହୃତ ପିତ୍ତଳ ବାସନ ମିଳିଛି। ଏହି ମୂର୍ତ୍ତି ମଧ୍ୟରେ ଏକ ଅଷ୍ଟଧାତୁର ମୂର୍ତ୍ତି ଥିବା ଆଲୋଚନା ହେଉଛି। ଯେ, ବମକେଇ ଗ୍ରାମରେ ଥିବା ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାଙ୍କ ଉକ୍ତ ଜମିରେ ବବିନା ଗୌଡଙ୍କ ନେତୃତ୍ୱରେ କେତେଜଣ ଶ୍ରମିକ ମଙ୍ଗଳବାର କାମ କରୁଥିଲେ। ଏତିକିବେଳେ ଏକ ସାପ ପମ୍ପ ହାଉସକୁ ପଶୁଥିବା ଶ୍ରମିକମାନେ ଦେଖିଥିଲେ। ସାପ ଘଉଡ଼ାଇବାକୁ ସେମାନେ ପମ୍ପ ହାଉସର କବାଟ ଖୋଲିଥିଲେ। ପରେ ସାପଟି ବାହାରକୁ ବାହାରି ପଳାଇଥିଲା। ମାତ୍ର ସେଠାରେ ଦୁଇଟି ଟିଣବାକ୍ସ ଥିବା ଶ୍ରମିକମାନେ ଦେଖିଥିଲେ। ଏନେଇ ସାମନ୍ତରାଙ୍କ ପରିବାର ଲୋକଙ୍କ ସହ କଥାହୋଇ ବାକ୍ସ ଦୁଇଟିକୁ ବମକେଇସ୍ଥିତ ତାଙ୍କ ବାସଭବନକୁ ନେଇଥିଲେ। ସେଠାରେ ବାକ୍ସ ଖୋଲିବାପରେ ସେଥିରେ ହନୁମାନ ବିଗ୍ରହ ସହ ତାରା ତାରିଣି, ଘୋଡ଼ା, ଦୂର୍ଗା, ନୃସିଂହଙ୍କ ପ୍ରତିମା, ପିତ୍ତଳ ଥାଳି, ଗ୍ଲାସ, ମନ୍ଦିର ସାମଗ୍ରୀ ଥିବା ଦେଖିଥିଲେ। ଏନେଇ ଜରଡା ଥାନାକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚତ୍ ସମସ୍ତ ଜିନିଷକୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି। କେହି ଦୁର୍ବୃତ୍ତ ମନ୍ଦିରରୁ ମୂର୍ତ୍ତି ଚୋରି କରି ଆଣି ଏଠାରେ ଲୁଚାଇଥିବା ଅନୁମାନ କରାଯାଉଛି। ମୂର୍ତ୍ତି ଗୁଡିକ ପିତ୍ତଳ ଏଥିରେ ଅଷ୍ଟଧାତୁ ମୂର୍ତ୍ତି ନାହିଁ। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜରଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri