ଚାକ୍‌ରି ଆଶ୍‌ରେ ଜମିଦେଇ ପରିବାର ସରବ୍‌ସୁଆଁତ

ଲାଠୋର, ୨୧।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଆଁଝର ପଁଚେତ୍‌ ସଦର ଗାଁରେ ରହୁଛନ୍‌ ସ୍ବର୍ଗତ ଶ୍ରୀଧର ବାଗକଁର ପରିବାର। ପରିବାରଟା ଚାକ୍‌ରି ଆଶ୍‌ରେ ନିଜର ଦୁଇ ଏକର ଜମି ପଁଚେତ୍‌କେ ଦାନ କରି ସରବ୍‌ସୁଆଁତ୍‌ ହେଇଯାଇଥିବାର ଶ୍ରୀଧରକଁର ମାଏକିନା ଶ୍ରାବଣୀ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ କରୁଆଁଝର ସଦର ଗାଁର ବିଧବା ବୁରୁଧ୍‌ ଶ୍ରାବଣୀ ବାଗ। ପରିବାର କହେଲେ ଗୁଟେ ବଲି ଝି’ ରାକ୍ଷୀକୁଁ ନେଇ ସଁସାର। ଆପ୍‌ନେ ଶ୍ରୀଧର ବାଗ ୬ ମାସ୍‌ ତଲେ ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌, ସଁପତି ବଲି କିଛି ନାଇଁ। ଗୋଚର ଜମିରେ ଥିବାର ନିଜର ଝାଟି ମାଟି କୁରିଆରେ ମା’ଝି ମୁଡ଼ ଗୁଁଜିଛନ୍‌। ଶ୍ରୀଧର ବଁଚିଥିଲାବେଲେ ଦୁଇ ମାଏଝି ମୁନୁଷ୍‌ ପରହର କାମ୍‌ବୁତା କରି ପରିବାର ଚଲଉଥିଲେ। ଆଏଜ୍‌କେ ୨୦ ବଛର ତଲେ ପରିବାରଟା ସରକାରକଁରନୁ ୨ ଏକର ଜମି ଦାନ୍‌ ପାଇଥିଲେ। ସେଠାନେ ରହି ପରିବାରଟା ଦୁଖେସୁଖେ ଚଲିଯାଉଥିଲେ। ୨୦୦୨ ସାଲେ କରୁଅଁାଝର ପଁଚେତ୍‌ ମାଏନ୍‌ତା ପାଇଥିଲା। ସେ ସମିଆରେ ପଁଚେତ୍‌ ଅଫିସ ଲାଗି ଜାଗା ଖୁଜା ପଡ଼ିଥିଲା। କେହେନ୍‌ସିଠାନୁ ଜାଗା ନାଇଁ ମିଲ୍‌ଲାରୁ ଇ ଗରିବ୍‌ ପରିବାର ଦାନ ପାଇଥିବାର ୨ ଏକର ଜମି ଉପରେ ସମକର ନଜର ପଡ଼ିଥିଲା। ଜମିଦାନ୍‌ କଲେ ପରିବାରର ଝନ୍‌କୁ ଚାକ୍‌ରି ଦିଆଯିବା ବଲି ଶ୍ରୀଧରକୁଁ ଲୋଭ୍‌ ଦେଖେଇ ଜମିକେ ପଁଚେତ୍‌ ନଁାରେ କରାଗଲା। ପଁଚେତ୍‌ ହେଲା ଉତାରୁ ଶ୍ରୀଧରକୁଁ ସେତେବେଲେ ରାଏତ୍‌ ଜୁଗାଲି ହିସାବେ ମାସିକ୍‌ ୬ଶହ ଟଁକାରେ ରଖାଗଲା। ସେନ୍‌ତା ଅଲପ୍‌ କେତେ ଟଁକା ଦେଇ ଶ୍ରାବଣୀକୁଁ ପଁଚେତ୍‌ ବନ୍‌ଢ଼ାବାର ଲାଗି ରଖାଗଲା। ସେ ଦରମା ଟଁକା ବଢ଼ି ବଢ଼ି ୧୫ଶହ ଟଁକା ହେଲା। ଦିନୁଦିନ୍‌କେ ଦରଦାମ୍‌ ବଢ଼ବାର ସଂଗେ ଶ୍ରୀଧର ତାକର ଦରମା ୧୫ଶହରୁ ୩ ହଜାର ଟଁକା କରବାକେ ପଁଚେତ୍‌ କତୁରପକ୍ଷକୁଁ କହେଲେ। ହେଲେ କେହି ତାକର କଥା ନାଇଁ ଶୁନ୍‌ଲେ। ଇ ସମିଆରେ ଶ୍ରୀଧର ରୋଗ୍‌ରେ ପଡ଼ି ଗଲା ୨୪ା୯ା୨୦୧୯ରେ ଆରପାରକେ ଚାଲିଗଲେ। ଶ୍ରୀଧରକଁର ଉତାରୁ ଶ୍ରାବଣୀକୁଁ ରାଏତ୍‌ ଜୁଗାଲି ହିସାବେ ରଖି ପଁଚେତ୍‌ ତରଫୁ ମାସିକ ୧୫ଶହ ଟଁକା ଆର ୩୫ କେ.ଜି. ଚାଉଲ ଦିଆଯାଉଛେ। ଯେନ୍‌ଟା ମା’ଝି’କେ ମାସେ ଚଲବାରେ ନିଅଁଟ ହେଉଛେ। ଜମି ନେଲାବେଲେ ପରିବାରର ଝନ୍‌କୁ ଚାକ୍‌ରି ସଂଗେ ଉନିଆ ସବୁ ସରକାରୀ ସୁବିଧା ଯୁଗେଇ ଦିଆଯିବା ବଲି କତୁରପକ୍ଷ କଥା ଦେଇଥିଲେ। ପଁଚେତ୍‌ ହେବାର ଆଏଜ୍‌କେ ୧୮ ବଛର ହେଲାନ, ମୁଇଁ ସବୁଦିନେ ପଁଚେତ୍‌ ବନ୍‌ଢ଼ାସୁନ୍‌ଢ଼ା କରୁଛେଁ। ହେଲେ ସେ ବାବ୍‌ଦେ ଆଏଜ୍‌ତକ ମୋତେ ଟଁକାଟେ ନାଇଁ ମିଲି। ଦରମା ୧୫ଶହରୁ ୩ହଜାର କରବାର ଲାଗି ଗୁହାରି କଲେ ବି କେହି ନାଇଁ ଶୁନବାର ବଲି ବୁରୁଧ୍‌ ବିଧବା ଶ୍ରାବଣୀ ଅଭିଯୋଗ କରିଛନ୍‌। ଜିଲା ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ବୁରୁଧ୍‌କୁଁ ପରିବାର ମଙ୍ଗଳ ଯୋଜନାର ସାହାଯ୍‌ ସଂଗେ ତାକର ଦରମା ୩ ହଜାର ଟଁକା କରବାକେ ଥାନୀଅ ବୁଧିଜୀବୀ ମହଲ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri