Posted inଖେଳ

ଚାଇନା ଏଏଫ୍‌ସି ଏସିଆନ୍‌ କପ୍‌ ଆୟୋଜକ

ପ୍ୟାରିସ, ୪ା୬ (ଏଏଫ୍‌ପି)- ଚାଇନା ଏସିଆନ କପ୍‌ ୨୦୨୩ର ଆୟୋଜନ କରିବ। ଏସିଆନ ଫୁଟ୍‌ବଲ କନଫେଡେରେଶନ(ଏଏଫ୍‌ସି) ମଙ୍ଗଳବାର ସୂଚନା ଦିଆଯାଇଛି। ପ୍ରତି ୪ବର୍ଷ ବ୍ୟବଧାନରେ ହୋଇ ଆସୁଥିବା ଏହି ଟୁର୍ନାମେଣ୍ଟକୁ ଚାଇନା ଦ୍ୱିତୀୟ ଥର ଆୟୋଜନ କରିବ। ଏହା ପୂର୍ବରୁ ଦେଶ ୨୦୦୪ ସଂସ୍କରଣ ଆୟୋଜନ କରିଥିଲା। ସେହିବର୍ଷ ଦେଶ ଫାଇନାଲରେ ଜାପାନଠାରୁ ହାରି ରନର୍ସଅପ୍‌ ହୋଇଥିଲା। ଟୁର୍ନାମେଣ୍ଟର ଆସନ୍ତା ସଂସ୍କରଣ ଆମେ ସଫଳତାର ସହିତ ଆଲୋଚନା କରିବୁ ବୋଲି ପ୍ୟାରିସଠାରେ ଅନୁଷ୍ଠିତ ଏଏଫ୍‌ସି ଅସାଧାରଣ କଂଗ୍ରେସରେ ଚାଇନିଜ୍‌ ଫିଫା କାଉନ୍‌ସିଲ ସଦସ୍ୟ ଡୁ ଝାଓକାଇ ପ୍ରକାଶ କରିଛନ୍ତି। ଗତମାସରେ ଦକ୍ଷିଣ କୋରିଆ ବିଡ୍‌ରୁ ଓହରିଯିବା ଦ୍ୱାରା ଚାଇନା ଟୁର୍ନାମେଣ୍ଟ ଆୟୋଜନ ପାଇଁ ଏକମାତ୍ର ପ୍ରାର୍ଥୀ ରହିଥିଲା। ପୂର୍ବରୁ ଥାଇଲାଣ୍ଡ ଓ ଇଣ୍ଡୋନେସିଆ ଏହି ଇଭେଣ୍ଟର ଆୟୋଜନ ପାଇଁ ଆଗ୍ରହ ଦେଖାଇଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଓହରିଯାଇଥିଲେ। ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ହେଉଛନ୍ତି ଜଣେ ଫୁଟ୍‌ବଲପ୍ରେମୀ। ସେ କହିଛନ୍ତି ତାଙ୍କ ଦେଶ ଭବିଷ୍ୟତରେ ଫୁଟ୍‌ବଲର ଏକ ପାଓ୍ବାରହାଉସ ହେବାକୁ ଚାହୁଁଛି। ଏହଛଡ଼ା ତାଙ୍କ ଦେଶ ଆହୁରି ମଧ୍ୟ ବିଶ୍ୱକପ୍‌ ଆୟୋଜନ ଲକ୍ଷ୍ୟ ରଖିଛି। ଫିଫା ର଼୍ୟାଙ୍କିଙ୍ଗରେ ୭୪ତମ ସ୍ଥାନରେ ଥିବା ଚାଇନା ଥରେ ମାତ୍ର ୨୦୦୨ରେ ବିଶ୍ୱକପ୍‌ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲା। ଚଳିତ ବର୍ଷ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରେ ଅନୁଷ୍ଠିତ ଏସିଆ କପ୍‌ରେ ପ୍ରଥମ ଥର ୨୪ଟି ଦେଶ ଭାଗ ନେଇଥିଲେ। ଏଥିରେ କାତାର ୩- ୧ ଗୋଲ୍‌ରେ ଜାପାନ ବିପକ୍ଷ ଫାଇନାଲ ମ୍ୟାଚ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଚେକ୍‌ ରିପବ୍ଲିକ୍‌ ଦଳରେ ସ୍ଥାନ ପାଇଲେ ୧୭ ବର୍ଷୀୟ ଏହି ଖେଳାଳି, ଜାଣନ୍ତୁ…

ପ୍ରେଗ୍‌,୧ା୬: ବିଶ୍ୱକପ୍‌ ପାଇଁ ଚେକ୍‌ ରିପବ୍ଲିକ ଫୁଟ୍‌ବଲ ଦଳରେ ସ୍ପାର୍ଟା ପ୍ରେଗ୍‌ ୧୭ ବର୍ଷୀୟ ମିଡ୍‌ଫିଲ୍ଡର ହୁଗୋ ସୋଚୁରେକ୍‌ ସ୍ଥାନ ପାଇଛନ୍ତି। କୋସୋଭୋ ବିପକ୍ଷ ଏକ ଓ୍ବାର୍ମଅପ୍‌…

ବିଶ୍ୱକପ୍‌ ଫୁଟ୍‌ବଲ ସିଧା ପ୍ରସାରଣକୁ ନେଇ ଆସିଲା ବଡ଼ ଅପଡେଟ୍‌, ଭାରତୀୟ ପ୍ରଶଂସକ ଦେଖିବେ ଏହି ଚେନାଲରେ ଜାଣନ୍ତୁ…

ନୂଆଦିଲ୍ଲୀ,୧ା୬: ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ (ଜୀଲ୍‌) ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ସହ ଏକ ୮ବର୍ଷୀୟା ପାର୍ଟନରଶିପ୍‌ ଚୁକ୍ତି କରଥିବା ସୋମବାର ପ୍ରକାଶ କରିଛି।…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ପାକିସ୍ତାନରେ ଆଇପିଏଲ ବ୍ୟାନ୍‌, ହେଲେ ସୀମା ଆରପାରିରେ ଜୋର୍‌ ଚାଲିଛି ବୈଭବଙ୍କ ଚର୍ଚ୍ଚା; ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧।୬: IPL ୨୦୨୬ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ବୈଭବ ସୂର୍ଯ୍ୟବଂଶୀ ଏହି ସିଜିନରେ ସର୍ବାଧିକ ରନ କରିଥିଲେ। ସେ ୧୬ ମ୍ୟାଚରେ ୧୬ ଇନିଂସରେ ୭୭୬…

ବିକ୍ରି ହୋଇଥିଲେ ୧.୧୦ କୋଟିରେ, ଏବେ ବ୍ୟାଙ୍କ ଆକାଉଣ୍ଟକୁ ଆସିବ କୋଟି କୋଟି ଟଙ୍କା, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧।୬: IPL ୨୦୨୬ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏକ ଉଲ୍ଲେଖନୀୟ ସିଜନ ଥିଲା। ସେ ଅନେକ ପୁରସ୍କାର ଜିତିଥିଲେ, ଯେଉଁଥିରେ ଅରେଞ୍ଜ କ୍ୟାପ ମଧ୍ୟ ଥିଲା, ଯାହା…

ପାଦ ଛୁଇଁ ନୁହେଁ, କୋହଲିଙ୍କୁ ଦେଖି ଏମିତି କାମ କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୬:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPL 2026 ଫାଇନାଲ ଜିତିବା ପରେ ବୈଭବ ସୂର୍ଯ୍ୟବଂଶୀ ବିରାଟ କୋହଲିଙ୍କୁ ଭେଟିଥିଲେ। ଗୁଜରାଟ ଟାଇଟାନ୍ସ ବିପକ୍ଷରେ RCBର ଫାଇନାଲ ମ୍ୟାଚ ଦେଖିବା…

ଟ୍ରଫିରେ ଏମିତି କ’ଣ ଲେଖାଥିଲା ଯାହାକୁ ଦେଖି ହସି ପକାଇଲେ ବିରୁଷ୍କା? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତି ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଗୁଜରାଟ ଟାଇଟନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri