ଚତୁର୍ଥ ଆସନ କାହାର

ଭୁବନେଶ୍ୱର,୨୮।୨(ବ୍ୟୁରୋ): ଦେଶର ୫୫ ରାଜ୍ୟ ସଭା ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ନିର୍ବାଚନ ହେବ। ଏଥିଲାଗି ଆସନ୍ତା ୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି କ୍ରମରେ ଓଡ଼ିଶାରେ ୪ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବ। କଂଗ୍ରେସ ସଦସ୍ୟ ରଞ୍ଜୀବ ବିଶ୍ୱାଳ, ବିଜେଡିର ସରୋଜିନୀ ହେମ୍ବ୍ରମ୍‌, ନରେନ୍ଦ୍ର କୁମାର ସ୍ବାଇଁ ଏବଂ କିଛି ମାସ ତଳେ ରାଜ୍ୟ ସଭାରୁ ଇସ୍ତଫା ଦେଇଥିବା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ଆସନର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୨ ତାରିଖରେ ଶେଷ ହେବାକୁ ଯାଉଛି। ସଂଖ୍ୟାଦୃଷ୍ଟିରୁ ୩ଟି ଆସନରେ ବିଜେଡି ପ୍ରାର୍ଥୀ ସହଜରେ ନିର୍ବାଚିତ ହେବାକୁ ଥିବାବେଳେ ୪ର୍ଥ ଆସନ ମଧ୍ୟ ଶାସକ ଦଳ ସପକ୍ଷରେ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ତଥାପି ବିଗତ ଦିନର ରାଜ୍ୟ ସଭା ରାଜନୀତିକୁ ଦେଖିଲେ, ଆଗକୁ କ’ଣ ହେବ ତାକୁ ନେଇ ବର୍ତ୍ତମାନଠାରୁ ଆକଳନ କରିବା କଷ୍ଟକର। ତେବେ ଭାଜପା କେନ୍ଦ୍ରୀୟ ନେତା କିନ୍ତୁ ଓଡ଼ିଶାର ଖାଲି ହେବାକୁଥିବା ୪ ଆସନରୁ ୨ଟି ଉପରେ ନଜର ଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ହେବାକୁ ଥିବା ୧୭ ରାଜ୍ୟ ମଧ୍ୟରୁ ଅନେକ ସ୍ଥାନରେ ଭାଜପା ସରକାରରୁ ହଟିଯାଇଛି। ସେହି ଅନୁଯାୟୀ ହିସାବ କଲେ ରାଜ୍ୟ ସଭା ନିର୍ବାଚନରେ ଭାଜପା ସଂଖ୍ୟା କମିବା ନିଶ୍ଚିତ। ତେଣୁ ଓଡ଼ିଶା ଭଳି ରାଜ୍ୟରୁ ୨ଟି ଆସନ ନେବାକୁ ଭାଜପା ଆଖି ପକାଇଥିବା ଚର୍ଚ୍ଚା ହୋଇଆସୁଛି।
ଅପରପକ୍ଷରେ ସଂଖ୍ୟା ଦୃଷ୍ଟିରୁ ରାଜ୍ୟ ସଭାରେ ଭାଜପା ଦୁର୍ବଳ ଥିବାରୁ ଅନେକ ପ୍ରସଙ୍ଗରେ ସମର୍ଥନ ପାଇଁ କ୍ଷୁଦ୍ର ଦଳଗୁଡିକ ଉପରେ ନିର୍ଭର କରୁଛି। ତେଣୁ ରାଜ୍ୟ ସଭାରେ ସଂଖ୍ୟା ବଢ଼ାଇବା ପାଇଁ ଭାଜପା ଦୀର୍ଘଦିନ ଧରି ଉଦ୍ୟମ ଚଳାଇ ଆସୁଛି। କିନ୍ତୁ ନିକଟରେ ଶେଷ ହୋଇଥିବା କେତେଗୁଡିଏ ରାଜ୍ୟର ଫଳାଫଳ ଦେଖିଲେ ଏଥର ରାଜ୍ୟ ସଭା ନିର୍ବାଚନରେ ଭାଜପାକୁ ଅଧିକ କ୍ଷତି ସହିବାକୁ ପଡିବ ବୋଲି ଆଲୋଚନା ହେଉଛି। କେତେଗୁଡିଏ ରାଜ୍ୟରେ ଶାସନ କ୍ଷମତାରେ ରହି ଆସୁଥିବା ଭାଜପା ଏବେ ବିରୋଧୀ ସ୍ଥାନକୁ ଖସି ଆସିଛି। ବିଗତ ଦିନରେ ଭାଜପାର ଅତ୍ୟନ୍ତ ସହଯୋଗୀ ଦଳଗୁଡିକ ବର୍ତ୍ତମାନ ବିରୋଧୀ ମେଳିରେ ଅଛନ୍ତି। ମହାରାଷ୍ଟ୍ରରେ ଭାଜପାର ସହଯୋଗୀ ଥିବା ଶିବସେନା ବର୍ତ୍ତମାନ ବିରୋଧୀ କଂଗ୍ରେସ ଏବଂ ଏନ୍‌ସିପି ସହ ହାତ ମିଳାଇ ସରକାର ଚଳାଉଛି। ଶିବସେନା ଲାଗି ଭାଜପା ବର୍ତ୍ତମାନ ପରମ ଶତ୍ରୁ ହୋଇ ଉଭାହୋଇଛି। ଏଠାରେ ୭ଟି ଆସନ ପାଇଁ ନିର୍ବାଚନ ହେବ। ଭାଜପା ଠାରୁ ସମ୍ପର୍କ ଛିହ୍ନ ହେବାପରେ ଶିବସେନା କଂଗ୍ରେସ ଏବଂ ଏନ୍‌ସିପି ସହଯୋଗରେ ଅଧିକ ଆସନ ହାତେଇବା ଲକ୍ଷ୍ୟରେ ରହିଛି। ସେହିପରି ଝାଡ଼ଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭାଜପା ସରକାର ଗାଦିରୁ ହଟି ବିରୋଧୀ ଭୂମିକା ତୁଲାଉଥିବାରୁ ସେହି ସ୍ଥାନଗୁଡିକରେ ମଧ୍ୟ ପୂର୍ବାପେକ୍ଷା କମ୍‌ ଆସନ ମିଳିବାର ସମ୍ଭାବନା ରହିଛି। ମହାରାଷ୍ଟ୍ର ବିଧାନମସଭାରେ ଭାଜପାର ୧୦୫ ବିଧାୟକ ଥିବାବେଳେ ଶିବସେନାର ୫୬, କଂଗ୍ରେସ ୪୪,ଏନ୍‌ସିପିର ୫୪ ଏବଂ ସ୍ବାଧୀନ ସମେତ ଅନ୍ୟ ଦଳର ୨୯ ବିଧାୟକ ଅଛନ୍ତି। ସେହିପରି ମଧ୍ୟ ପ୍ରଦେଶରେ ଭାଜପାର ୧୦୮, କଂଗ୍ରେସ ୧୧୫, ବିଏସ୍‌ପି ୨ ଏବଂ ଅନ୍ୟ ଦଳର ୫ଜଣ ବିଧାୟକ ଅଛନ୍ତି। ରାଜସ୍ଥାନରେ ଭାଜପାର ୭୩, କଂଗ୍ରେସ ୧୦୦, ବିଏସ୍‌ପି ୬, ସ୍ବାଧୀନ ୧୩ ଏବଂ ଅନ୍ୟ ଦଳର ୮ ବିଧାୟକ ଅଛନ୍ତି। ଛତିଶଗଡରେ କଂଗ୍ରେସର ୬୮ ବିଧାୟକ ଥିବାବେଳେ ଭାଜପାର ୧୫ ଏବଂ ଅନ୍ୟ ଦଳର ୭ଜଣ ସଦସ୍ୟ ଅଛନ୍ତି। ସେହିଭଳି ଝାଡଖଣ୍ଡ ବିଧାନସଭାରେ ଜେଏମ୍‌ଏମ୍‌ର ୩୦, କଂଗ୍ରେସ ୧୬, ଭାଜପା ୨୫, ଅନ୍ୟ ଦଳର ୧୦ଜଣ ବିଧାୟକ ରହିଛନ୍ତି।
ଏଭଳି ସ୍ଥିତିରେ ଯେଉଁ ରାଜ୍ୟରେ ଆସନ ହାତେଇ ପାରିବାର ଅଧିକ ସମ୍ଭାବନା ଅଛି, ତାକୁ ଭାଜପା କେବେହେଲେ ହାତଛଡ଼ା କରିବ ନାହିଁ। ଗତ ରାଜ୍ୟ ସଭା ନିର୍ବାଚନରେ ଓଡିଶାରୁ ଗୋଟିଏ ରାଜ୍ୟ ସଭା ଆସନ ଭାଜପା ବୁଝାମଣା ଭିତିରେ ନେବାପରେ ଏଥର ସମାନ ପ୍ରୟାସ କରିବ ବୋଲି କୁହାଯାଉଛି। ଓଡ଼ିଶାରେ ଖାଲି ହୋଇଥିବା ୪ ଆସନ ମଧ୍ୟରୁ ଭାଜପା ୨ଟି ନେବାକୁ ଦାବି କରୁଥିବା ଶୁଣିବାକୁ ମିଳୁଛି। ମାତ୍ର ଓଡ଼ିଶା ଚାହୁଁଥିବା ବିଧାନ ପରିଷଦ ବିଲ୍‌ ଲୋକ ସଭାରେ ଏବଂ ରାଜ୍ୟ ସଭାରେ ପାସ୍‌ କରାଇବାପରେ ଯାଇ ଏହା ସମ୍ଭବ ହୋଇପାରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଗତ ଶୀତ ଅଧିବେଶନରେ କେନ୍ଦ୍ର ସରକାର ବିଧାନ ପରିଷଦ ବିଲ୍‌ ପାସ୍‌ କରାଇ ଦେବାର ସମ୍ଭାବନା ଥିବାବେଳେ ଏପର୍ଯ୍ୟନ୍ତ କଲେନାହିଁ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉକ୍ତ ବିଲ୍‌କୁ ପାସ୍‌ କରାଇବା ଲାଗି ନିର୍ଦ୍ଦେଶ ଦେଇ ନ ଥିବାରୁ ତାହା କୁଆଡ଼େ ଅଟକି ରହିଛି ବୋଲି ସୂଚନା ମିଳିଛି। ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗଦେବା ଲାଗି ଓଡ଼ିଶା ଆସୁଥିବାରୁ ରାଜ୍ୟ ସଭା ଆସନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ଶୁଣିବାକୁ ମିଳୁଛି। ଏସବୁ ମଧ୍ୟରେ ଭାଜପା ପକ୍ଷରୁ ଆୟୋଜନ କରାଯାଉଥିବା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସପକ୍ଷରେ ହେବାକୁ ଥିବା ଜନସଭାରେ ଶାହା ଯୋଗଦେବାକୁ ଥିବାବେଳେ ତାଙ୍କ ଆଭିମୁଖ୍ୟ କ’ଣ ରହିବ ସେଥିରୁ ଅନେକ କିଛି ବାରି ହୋଇଯିବ ବୋଲି ମଧ୍ୟ କୁହାଯାଉଛି।
ସେପଟେ ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ବିଧାନ ପରିଷଦ ବିଲ୍‌ କେନ୍ଦ୍ର ପାସ୍‌ ନ କରାଇବା ଏବଂ ଗତଥର ଆସନ ବୁଝାମଣା ଯୋଗୁ ବିଜେଡି ସମାଲୋଚନାର ଶିକାର ହେବା କାରଣରୁ ଏଥର ରାଜ୍ୟ ସଭା ଅଙ୍କ ବଦଳିବ। ଯେଉଁ ୩ଟି ଆସନରେ ବିଜେଡି ସଂଖ୍ୟା ଅନୁଯାୟୀ ଜିତିବା ସୁନିଶ୍ଚିତ ସେଥିରେ ଜଣେ ଉପକୂଳ ନେତା, ଜଣେ ଏସ୍‌ଟି, ଏସ୍‌ସି, ଓବିସି ନେତା, ଜଣେ ମହିଳାଙ୍କୁ ପ୍ରାର୍ଥୀ ହେବେ ବୋଲି ଗୁଞ୍ଜରଣ ହେଉଛି। ଅପରପକ୍ଷରେ ଏଭଳି ଜଣଙ୍କୁ ଚତୁର୍ଥ ପ୍ରାର୍ଥୀ କରାଯିବାର ମସୁଧା କରାଯାଉଛି, ଯାହାକୁ ବିରୋଧ କଲେ ଭାଜପା ଓଡ଼ିଶା ବିରୋଧୀ ଭାବେ ପରିଲକ୍ଷିତ ହୋଇପାରେ। ସେପଟେ ଗତ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବା କିମ୍ବା ଟିକେଟ ପାଇ ନ ଥିବା ଅଧିକାଂଶ ଶାସକ ଦଳ ନେତା ରାଜ୍ୟ ସଭା ଯିବାକୁ ଏବେଠାରୁ ଦୌଡ଼ ଆରମ୍ଭ କରିଦେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକ-ବୈଭବଙ୍କ ଝଡ଼ରେ ଧରାଶୟୀ ନ୍ୟୁଜିଲାଣ୍ଡ: ଭାରତର ଧମାକାଦାର ବିଜୟ

ୱେଲିଂଟନ୍‌,୨୭।୧୦: ୱେଲିଂଟନ୍‌ରେ ନ୍ୟୁଜିଲାଣ୍ଡର ୱେଲିଂଟନ୍‌ରେ ଭାରତୀୟ ବ୍ୟାଟରଙ୍କ ଧମାକାଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ…

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଅଘଟଣ: ଏମିତି କିଛି ଘଟିଲା ଆଖି ବନ୍ଦ କରିଦେଲେ ବ୍ୟାଟର୍‌, ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଚାଲିଥିବା ବେଳେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ନ୍ୟୁଜିଲାଣ୍ଡର ବ୍ୟାଟର୍‌ ଡାରିଲ ମିଚେଲଙ୍କ ଏକ…

ଅର୍ଶଦୀପଙ୍କ ବିଶ୍ୱରେକର୍ଡ: ନ୍ୟୁଜିଲାଣ୍ଡ ବିପକ୍ଷରେ କଲେ କମାଲ୍‌

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏକ ବଡ଼ ରେକର୍ଡ ନିଜ ନାମରେ…

ବାର୍‌ହା ଫାଶରେ ପଡ଼ି ଚାଲିଗଲା ଦନ୍ତାର ଜୀବନ: ବନ୍ଧା ହେଲେ ୩ ଶିକାରୀ

ବଇଣ୍ଡା,୨୭।୧୦: ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ଝିଲ୍ଲୀମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ସୋମବାର ବିଳମ୍ବିତ ରାତିରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡି ଏକ ଦନ୍ତା…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ୨ ପଟୁ ସିଲ୍‌

ଦାରିଙ୍ଗବାଡି, ୨୭।୧୦ (ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ଏବେ ଉଭୟ କନ୍ଧମାଳ ଓ ଜିଲା ପ୍ରଶାସନର ବଡ଼ ନିଷ୍ପତି କ୍ରମେ ଗାଜଲବାଡି ଘାଟିକୁ ଉଭୟ ପଟରୁ ସିଲ…

ବାତ୍ୟା ଅର୍ଣ୍ଣବ: ଭୂସ୍ଖଳନ ଆଶଙ୍କାରେ କୋରାପୁଟ–ବୋରିଗୁମ୍ମା ରାସ୍ତା ବନ୍ଦ

କୋରାପୁଟ,୨୭।୧୦(ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି କୋରାପୁଟ–ରାଣୀଗଡ଼ା–ବୋରିଗୁମ୍ମା ରାସ୍ତାରେ ଯାତାୟାତ ବନ୍ଦ କରାଯାଇଛି । ଗତ ସେପ୍ଟେମ୍ବରରେ ପ୍ରବଳ ବର୍ଷା ଯୋଗୁଁ ଏହି ଘାଟି ରାସ୍ତାରେ…

ବାତ୍ୟା ଅର୍ଣ୍ଣବ: ରାୟଗଡ଼ାରେ ଉପମୁଖ୍ୟମନ୍ତ୍ରୀ, ଜିରୋ କାଜୁଆଲିଟିକୁ ଗୁରୁତ୍ୱ

ରାୟଗଡ଼ା,୨୭।୧୦(ଜଗନ୍ନାଥ ଗୌଡ଼): ବାତ୍ୟା ଅର୍ଣ୍ଣବର ସ୍ଥିତି ଅନୁଧ୍ୟାନ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଙ୍ଗଳବାର ରାୟଗଡ଼ାରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉପମୁଖ୍ୟମନ୍ତ୍ରୀ ପରିଡ଼ା ରାୟଗଡ଼ାରେ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?