ଚଞ୍ଚକତା କରି ବ୍ୟାଙ୍କ ଜମା ଖାତାରୁ ଟଙ୍କା ଲୁଟ୍‌

ବାଲୁଗାଁ,୧୫।୧୦(ଡି.ଏନ.ଏ.)-ଏକ ଆନ୍ତଃରାଜ୍ୟ ବ୍ୟାଙ୍କ ଠକେଇ ଦଳ ଚଞ୍ଚକତା ପୂର୍ବକ ଫୋନ୍‌ କରି ଜଣେ ଜମାକାରୀଙ୍କଠାରୁ ସମସ୍ତ ତଥ୍ୟ ହାସଲ କରିବା ପରେ ତାଙ୍କ ବ୍ୟାଙ୍କ ଖାତାରୁ ଜମା ଟଙ୍କା ଲୁଟି ନେଇଛନ୍ତି। ବାଲୁଗାଁ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି। ଲୁଟ୍‌ର ଶିକାର ହୋଇଛନ୍ତି ବାଲୁଗାଁ ନିକଟସ୍ଥ ଇଞ୍ଜନପୁର ଗ୍ରାମର ଅନୀତା ପଣ୍ଡା ନାମ୍ନୀ ଜଣେ ବିଧବା ମହିଳା । ତାଙ୍କ ଜମାଖାତାରୁ ଦୁର୍ବୃତ୍ତ ସମସ୍ତ ୨୪ହଜାର ଟଙ୍କା ଲୁଟି ନେଇଛନ୍ତି ।
ଘଟଣାରୁ ପ୍ରକାଶ, ଇଞ୍ଜନପୁର ଗ୍ରାମର ଅନୀତା ଓ ତାଙ୍କ ସ୍ବାମୀ ଲକ୍ଷ୍ମୀଧର ପଣ୍ଡାଙ୍କ ଯୁଗ୍ମନାମରେ ବାଲୁଗାଁ ଆନ୍ଧ୍ର ବ୍ୟାଙ୍କରେ ଏକ ଜମାଖାତା ଅଛି । ସ୍ବାମୀଙ୍କ ଦେହାନ୍ତ ପରେ ବହୁ ଦୁଃଖକଷ୍ଟରେ ସଞ୍ଚତ୍ତ ୨୪ହଜାର ଟଙ୍କାକୁ ଅନୀତା ନିଜ ଆକାଉଣ୍ଟ୍‌ରେ ଜମା ରଖିଥିଲେ । ଏପରିସ୍ଥଳେ ଗତ ଶନିବାର ପୂର୍ବାହ୍ନରେ କେହି ଜଣେ ହିନ୍ଦୀ ଭାଷାରେ ଅନୀତାଙ୍କ ମୋବାଇଲକୁ ଫୋନ୍‌ କରି ତୁମର ଏଟିଏମ୍‌ ଆକାଉଣ୍ଟ୍‌ ଅଚଳ ହୋଇଯାଇଛି, ସଚଳ ନିମନ୍ତେ ସମସ୍ତ ତଥ୍ୟ ଆବଶ୍ୟକ ବୋଲି କହିଥିଲେ। ଅନୀତା ବିଶ୍ୱାସର ସହ ନିଜ ଏଟିଏମ୍‌ କାର୍ଡ ଗୁପ୍ତ ନମ୍ବର ସମେତ ନିଜର ଜମାଖାତା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗୋଟି ଗୋଟି କରି ତାଙ୍କୁ କହିଦେଇଥିଲେ। ଏହାର କିଛି ସମୟ ପରେ ଅନୀତାଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ଘଟଣା ସମ୍ପର୍କରେ ସେ ନିଜର ସମ୍ପର୍କୀୟଙ୍କୁ ଜଣାଇଥିଲେ । ସମ୍ପର୍କୀୟ ଜଣକ ସମସ୍ତ ଘଟଣା ଶୁଣି ଅନୀତା ଠକାମିର ଶିକାର ହୋଇଥିବା ଏବଂ ତୁରନ୍ତ ଏଟିଏମ୍‌ ଯାଇ ଟଙ୍କା ଉଠାଇଦେବାକୁ ପରାମର୍ଶ ଦେଇଥିଲେ । ସଙ୍ଗେ ସଙ୍ଗେ ଅନୀତା ବାଲୁଗାଁ ଆସି ଏଟିଏମ୍‌ କାଉଣ୍ଟରରେ ଟଙ୍କା ଉଠାଇଲା ବେଳକୁ ମାତ୍ର ଅଧଘଣ୍ଟା ବ୍ୟବଧାନରେ ତାଙ୍କ ଜମା ଖାତାରୁ ୨୪ ହଜାର ଟଙ୍କା ଗାଏବ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଶନିବାର ଓ ରବିବାର ବ୍ୟାଙ୍କ ବନ୍ଦ ହେତୁ ସୋମବାର ଅନୀତା ବାଲୁଗାଁସ୍ଥିତ ଆନ୍ଧ୍ରାବ୍ୟାଙ୍କ ଶାଖାକୁ ଆସି ପରିଚାଳକଙ୍କୁ ସମସ୍ତ ଘଟଣା ଜଣାଇଥିଲେ। କିନ୍ତୁ କୌଣସି ସୁଫଳ ମିଳି ନ ଥିଲା । ସେହିପରି ସେ ବାଲୁଗାଁ ଥାନାରେ ଜଣାଇଥିଲେ। ହେଲେ ଏହା ବ୍ୟାଙ୍କର କାମ ବୋଲି ଥାନା ପକ୍ଷରୁ କୁହାଯାଇଥିବା ଅନୀତା କହିଛନ୍ତି। ଏପରି ଘଟଣା ଘଟୁଥିବା ଯୋଗୁ ବ୍ୟାଙ୍କ ତରଫରୁ ଗ୍ରାହକକୁ ବାରମ୍ବାର ସଚେତନ କରାଯାଉଥିବାବେଳେ ଗ୍ରାମାଞ୍ଚଳର ନିରୀହ ଗରିବ ଶ୍ରେଣୀର ଲୋକେ ଏହି ଚଞ୍ଚକତାର ଶିକାର ହେଉଥିବା ଦେଖାଯାଉଛି । ଏହି ଠକେଇରେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ପୋଲିସ ଓ ପ୍ରଶାସନ ଏ ଦିଗରେ ହସ୍ତକ୍ଷେପ କରି ସଂପୃକ୍ତ ଠକେଇ ଗ୍ୟାଙ୍ଗକୁ ଠାବ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

କେନ୍ଦ୍ରାପଡ଼ା ସହରରେ ଫୁଟିଲା ଗୁଳି

କେନ୍ଦ୍ରାପଡା, ୩୧ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସହରସ୍ଥ ରଣପଡା ନିକଟ ଟାଉନ ହାଇସ୍କୁଲ ପଡ଼ିଆ ପାଖରେ ଶନିବାର ସନ୍ଧ୍ୟାରେ ଗୁଳି ଫୁଟିଛି। ଏଥିରେ କାହାରି…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri