ଚକ୍ଷୁଦାନ ପ୍ରତି ଆଗ୍ରହ ବଢ଼ୁଛି: ଦୁନିଆ ଦେଖିପାରୁଛନ୍ତି ଦୃଷ୍ଟିହୀନ

ବ୍ରହ୍ମପୁର ଅଫିସ୍‌,୫।୯-ମଣିଷ ଶରୀରର ମୃତ୍ୟୁ ଅଛି, କିନ୍ତୁ ଚକ୍ଷୁର ମୃତ୍ୟୁ ନାହିଁ। ମଣିଷ ମୃତ୍ୟୁ ଘଟିବାର ୪ରୁ ୬ଘଣ୍ଟା ପର୍ଯ୍ୟନ୍ତ ଚକ୍ଷୁ ଜୀବିତ ଥାଏ। ତାକୁ ନେଇ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯାଇପାରିବ। ଫଳରେ ଜଣେ ଦୃଷ୍ଟିହୀନ ମଧ୍ୟ ଦୁନିଆ ଦେଖିପାରିବେ। ସେଥିପାଇଁ ମୃୃତ୍ୟୁ ପରେ ଚକ୍ଷୁ ଦାନ କରିବା ଉଚିତ ବୋଲି ମତପ୍ରକାଶ ପାଇଛି। ବୁଧବାର ବ୍ରହ୍ମପୁର ଫ୍ରେଣ୍ଡସ ହେଲପିଙ୍ଗ୍‌ କ୍ଲବ ଆନୁକୂଲ୍ୟରେ ତଥା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଚକ୍ଷୁ ବିଭାଗ ସହାୟତା ଏବଂ ଜାତୀୟ ଚକ୍ଷୁ ଦାନ ପକ୍ଷ ପାଳନ ଅବସରରେ ଚକ୍ଷୁଦାନ ପାଇଁ ସହରବାସୀଙ୍କୁ ସଚେତନ କରାଯାଇଛି। ଏହି ଅବସରରେ ଆୟୋଜିତ ପଦଯାତ୍ରା ଗାନ୍ଧୀ ମାର୍କେଟ ନିକଟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ ହୋଇଥିଲା। ସହର ପରିକ୍ରମା କରିବା ପରେ ପୁଣି ସେଠାରେ ପହଞ୍ଚିଥିଲା।
ଫୋରମ୍‌ ଫର୍‌ ଗଞ୍ଜାମ ଆବାହକ ସୁଧୀର ରାଉତ ଏବଂ ବ୍ରହ୍ମପୁର ମେଡିକାଲ କଲେଜ ଚକ୍ଷୁ ବିଭାଗ ମୁଖ୍ୟ ପ୍ରଫେସର ଡା. ସୁଚିତ୍ରା ଦାସ ପତାକା ଦେଖାଇ ଏହାକୁ ଆରମ୍ଭ କରିଥିଲେ। ଚକ୍ଷୁ ବିଭାଗ ଅବସରପ୍ରାପ୍ତ ପ୍ରଫେସର ଡା. ବି. ନାଗେଶ୍ୱର ରାଓ ସୁବୁଦ୍ଧି ପକ୍ଷ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଭାରତରେ ପ୍ରାୟ ୩୦ ଲକ୍ଷ ଲୋକ ସ୍ବଚ୍ଛ ପଟଳ ଅନ୍ଧତ୍ୱର ଶିକାର ହେଉଛନ୍ତି । ୨୦୧୮- ୧୯ରେ ୨୮ହଜାର ଲୋକଙ୍କ ସ୍ବଚ୍ଛ ପଟଳ ପ୍ରତିରୋପଣ କରାଯାଇ ଅନ୍ଧତ୍ୱରୁ ମୁକ୍ତ କରାଯାଇଛି।
୨୦୦୦ରେ ଫ୍ରେଣ୍ଡ୍‌ସ ହେଲ୍‌ପିଙ୍ଗ କ୍ଲବ ସଭାପତି ଭି. ଶ୍ରୀରାମୁଲୁଙ୍କ ବିୟୋଗରେ ପ୍ରଥମେ ଚକ୍ଷୁ ଦାନ ଆରମ୍ଭ ହୋଇଥିଲା। ସେହି ଦିନଠାରୁ ଫ୍ରେଣ୍ଡ୍‌ସ ହେଲ୍‌ପିଙ୍ଗ କ୍ଲବ ମାଧ୍ୟମରେ ଓ ମେଡିକାଲ କଲେଜ ଚକ୍ଷୁ ବିଭାଗ ସହାୟତାରେ ବ୍ରହ୍ମପୁର ସହର ସହ ଭଞ୍ଜନଗର, ଆସିକା, ବାଲିପଦର, କୁକୁଡ଼ାଖଣ୍ଡି ଓ ଗୋଳାବନ୍ଧ ଏପରିକି ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର କାବିଟି, ପଲାସା ଇତ୍ୟାଦି ଅଞ୍ଚଳର ପ୍ରାୟ ୪ଶହ ଚକ୍ଷୁର ସ୍ବଚ୍ଛ ପଟଳ ସଂଗ୍ରହ କରାଯାଇଛି। ତାହାକୁ ୩୫୦ ଜଣଙ୍କଠାରେ ପ୍ରତି ରୋପଣ କରାଯିବା ପରେ ସେମାନେ ଦୃଷ୍ଟିଶକ୍ତି ପାଇଛନ୍ତି। ମେଡିକାଲ କଲେଜର ସଂଗୃହୀତ ମୋଟ ପ୍ରାୟ ୫୦୦ ରୁ ୪୪୦ ଲୋକଙ୍କ ଠାରେ ଚକ୍ଷୁ ସ୍ବଚ୍ଛ ପଟଳ ପ୍ରତିରୋପଣ କରାଯିବାରୁ ଦୃଷ୍ଟିଶକ୍ତି ଫେରି ପାଉଛନ୍ତି । ଓଡ଼ିଶାରେ ଫ୍ରେଣ୍ଡ୍‌ସ ହେଲ୍‌ପିଙ୍ଗ କ୍ଲବ ଚକ୍ଷୁଦାନ କାର୍ଯ୍ୟକ୍ରମରେ ଇତିହାସ ସୃଷ୍ଟି କରିଥିବା ପ୍ରଫେସର ସୁବୁଦ୍ଧି କହିଥିଲେ। କାର୍ଯ୍ୟକ୍ରମରେ ଫ୍ରେଣ୍ଡସ ହେଲପିଙ୍ଗ କ୍ଲବ ସଭାପତି କେ.ପୁରୁଷୋତ୍ତମ ସୁବୁଦ୍ଧି, ଜାମୁଲା ସୁରେଶ, ଇ.ଜଗଦୀଶ୍ୱର ରାଓ, ବି.ଲଷ୍ମୀନାରାୟଣ ପାତ୍ର, ଏସ୍‌. ଆନନ୍ଦ ରାଓ, ଭି.ଭେଙ୍କଟରତ୍ନମ ରାଜୁ, ସିଏଚ୍‌. ଶିବପ୍ରସାଦ ରାଓ, ଇ.ରଘୁନାଥମ, ଡା ଜେ. ସୋମେଶ୍ୱର ରାଓ, ମାନବବାଦୀ ହେତୁବାଦୀ ସଂଗଠନ ସଭାପତି ଇ.ତେଜେଶ୍ୱର ରାଓ, କେ.ନନ୍ଦେସୁ ସେନାପତି, ରାଜା ସୁରେଶ, କିଶୋର ଚନ୍ଦ୍ର ମିଶ୍ର, କେ.ବାସବରାଜୁ, ସ୍ବେଚ୍ଛାକୃତ ରକ୍ତଦାତା ସଂଘର ମନୋଜ କୁମାର ପାଢୀ, ଫୋରମ ଫର ଗଞ୍ଜାମର ଶ୍ୟାମ ସୁନ୍ଦର ଖାଢ଼ଙ୍ଗା, ସ୍ବରାଜ୍ୟ ସୁବୁଦ୍ଧି, ମାନସ ପାତ୍ର, ଗଞ୍ଜାମ ଚାମ୍ବର ଅଫ୍‌ କମର୍ସ ସଭାପତି ଇ.ଶିବପ୍ରସାଦ, ସମ୍ପାଦକ ଭି. ସନ୍ତୋଷ, ଉପସଭାପତି ସନ୍ତୋଷ କୁମାର ସାହୁ, ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା, ସତ୍ୟସାଇ ସମିତିର କେ.ବି.ଏସ୍‌. ନାରାୟଣ, ସିଟି ହାଇସ୍କୁଲ ପୁରାତନ ଛାତ୍ର ସଂଘର ସତ୍ୟ ନାରାୟଣ, ପି. ବଦ୍ରିନାରାୟଣ, ଇ. ଆଦିନାରାୟଣ ପ୍ରମୁଖ ବହୁ ସ୍ବେଛାସେବୀ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ବିଜେଡି ନେତା, ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ପୂର୍ବତନ ବିଧାୟକ କହିଲେ…

ଗଞ୍ଜାମ ,୯।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ମରିବୁ ପଛେ ଛାଡିବୁ ନାହିଁ : ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ମତ୍ସ୍ୟଜୀବୀ, ସମାଧାନ ନ ହେଲେ…

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ମରିବୁ ପଛେ ଛାଡିବୁ ନାହିଁ। ପ୍ରଶାସନ ଓ ପୋର୍ଟ କର୍ତ୍ତୃପକ୍ଷ ଆମକୁ ଦିନକୁ ଦିନ ଧୋକା ଦେବାରେ ଲାଗିଛନ୍ତି । ଏନେଇ ଆନ୍ଦୋଳନ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ଭଞ୍ଜନଗର ଏଏସପିଙ୍କ ମହାନତା: ରାସ୍ତା କଡ଼ରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri