ଚକ୍ଷୁଦାନ ପ୍ରତି ଆଗ୍ରହ ବଢ଼ୁଛି: ଦୁନିଆ ଦେଖିପାରୁଛନ୍ତି ଦୃଷ୍ଟିହୀନ

ବ୍ରହ୍ମପୁର ଅଫିସ୍‌,୫।୯-ମଣିଷ ଶରୀରର ମୃତ୍ୟୁ ଅଛି, କିନ୍ତୁ ଚକ୍ଷୁର ମୃତ୍ୟୁ ନାହିଁ। ମଣିଷ ମୃତ୍ୟୁ ଘଟିବାର ୪ରୁ ୬ଘଣ୍ଟା ପର୍ଯ୍ୟନ୍ତ ଚକ୍ଷୁ ଜୀବିତ ଥାଏ। ତାକୁ ନେଇ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯାଇପାରିବ। ଫଳରେ ଜଣେ ଦୃଷ୍ଟିହୀନ ମଧ୍ୟ ଦୁନିଆ ଦେଖିପାରିବେ। ସେଥିପାଇଁ ମୃୃତ୍ୟୁ ପରେ ଚକ୍ଷୁ ଦାନ କରିବା ଉଚିତ ବୋଲି ମତପ୍ରକାଶ ପାଇଛି। ବୁଧବାର ବ୍ରହ୍ମପୁର ଫ୍ରେଣ୍ଡସ ହେଲପିଙ୍ଗ୍‌ କ୍ଲବ ଆନୁକୂଲ୍ୟରେ ତଥା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଚକ୍ଷୁ ବିଭାଗ ସହାୟତା ଏବଂ ଜାତୀୟ ଚକ୍ଷୁ ଦାନ ପକ୍ଷ ପାଳନ ଅବସରରେ ଚକ୍ଷୁଦାନ ପାଇଁ ସହରବାସୀଙ୍କୁ ସଚେତନ କରାଯାଇଛି। ଏହି ଅବସରରେ ଆୟୋଜିତ ପଦଯାତ୍ରା ଗାନ୍ଧୀ ମାର୍କେଟ ନିକଟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ ହୋଇଥିଲା। ସହର ପରିକ୍ରମା କରିବା ପରେ ପୁଣି ସେଠାରେ ପହଞ୍ଚିଥିଲା।
ଫୋରମ୍‌ ଫର୍‌ ଗଞ୍ଜାମ ଆବାହକ ସୁଧୀର ରାଉତ ଏବଂ ବ୍ରହ୍ମପୁର ମେଡିକାଲ କଲେଜ ଚକ୍ଷୁ ବିଭାଗ ମୁଖ୍ୟ ପ୍ରଫେସର ଡା. ସୁଚିତ୍ରା ଦାସ ପତାକା ଦେଖାଇ ଏହାକୁ ଆରମ୍ଭ କରିଥିଲେ। ଚକ୍ଷୁ ବିଭାଗ ଅବସରପ୍ରାପ୍ତ ପ୍ରଫେସର ଡା. ବି. ନାଗେଶ୍ୱର ରାଓ ସୁବୁଦ୍ଧି ପକ୍ଷ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଭାରତରେ ପ୍ରାୟ ୩୦ ଲକ୍ଷ ଲୋକ ସ୍ବଚ୍ଛ ପଟଳ ଅନ୍ଧତ୍ୱର ଶିକାର ହେଉଛନ୍ତି । ୨୦୧୮- ୧୯ରେ ୨୮ହଜାର ଲୋକଙ୍କ ସ୍ବଚ୍ଛ ପଟଳ ପ୍ରତିରୋପଣ କରାଯାଇ ଅନ୍ଧତ୍ୱରୁ ମୁକ୍ତ କରାଯାଇଛି।
୨୦୦୦ରେ ଫ୍ରେଣ୍ଡ୍‌ସ ହେଲ୍‌ପିଙ୍ଗ କ୍ଲବ ସଭାପତି ଭି. ଶ୍ରୀରାମୁଲୁଙ୍କ ବିୟୋଗରେ ପ୍ରଥମେ ଚକ୍ଷୁ ଦାନ ଆରମ୍ଭ ହୋଇଥିଲା। ସେହି ଦିନଠାରୁ ଫ୍ରେଣ୍ଡ୍‌ସ ହେଲ୍‌ପିଙ୍ଗ କ୍ଲବ ମାଧ୍ୟମରେ ଓ ମେଡିକାଲ କଲେଜ ଚକ୍ଷୁ ବିଭାଗ ସହାୟତାରେ ବ୍ରହ୍ମପୁର ସହର ସହ ଭଞ୍ଜନଗର, ଆସିକା, ବାଲିପଦର, କୁକୁଡ଼ାଖଣ୍ଡି ଓ ଗୋଳାବନ୍ଧ ଏପରିକି ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର କାବିଟି, ପଲାସା ଇତ୍ୟାଦି ଅଞ୍ଚଳର ପ୍ରାୟ ୪ଶହ ଚକ୍ଷୁର ସ୍ବଚ୍ଛ ପଟଳ ସଂଗ୍ରହ କରାଯାଇଛି। ତାହାକୁ ୩୫୦ ଜଣଙ୍କଠାରେ ପ୍ରତି ରୋପଣ କରାଯିବା ପରେ ସେମାନେ ଦୃଷ୍ଟିଶକ୍ତି ପାଇଛନ୍ତି। ମେଡିକାଲ କଲେଜର ସଂଗୃହୀତ ମୋଟ ପ୍ରାୟ ୫୦୦ ରୁ ୪୪୦ ଲୋକଙ୍କ ଠାରେ ଚକ୍ଷୁ ସ୍ବଚ୍ଛ ପଟଳ ପ୍ରତିରୋପଣ କରାଯିବାରୁ ଦୃଷ୍ଟିଶକ୍ତି ଫେରି ପାଉଛନ୍ତି । ଓଡ଼ିଶାରେ ଫ୍ରେଣ୍ଡ୍‌ସ ହେଲ୍‌ପିଙ୍ଗ କ୍ଲବ ଚକ୍ଷୁଦାନ କାର୍ଯ୍ୟକ୍ରମରେ ଇତିହାସ ସୃଷ୍ଟି କରିଥିବା ପ୍ରଫେସର ସୁବୁଦ୍ଧି କହିଥିଲେ। କାର୍ଯ୍ୟକ୍ରମରେ ଫ୍ରେଣ୍ଡସ ହେଲପିଙ୍ଗ କ୍ଲବ ସଭାପତି କେ.ପୁରୁଷୋତ୍ତମ ସୁବୁଦ୍ଧି, ଜାମୁଲା ସୁରେଶ, ଇ.ଜଗଦୀଶ୍ୱର ରାଓ, ବି.ଲଷ୍ମୀନାରାୟଣ ପାତ୍ର, ଏସ୍‌. ଆନନ୍ଦ ରାଓ, ଭି.ଭେଙ୍କଟରତ୍ନମ ରାଜୁ, ସିଏଚ୍‌. ଶିବପ୍ରସାଦ ରାଓ, ଇ.ରଘୁନାଥମ, ଡା ଜେ. ସୋମେଶ୍ୱର ରାଓ, ମାନବବାଦୀ ହେତୁବାଦୀ ସଂଗଠନ ସଭାପତି ଇ.ତେଜେଶ୍ୱର ରାଓ, କେ.ନନ୍ଦେସୁ ସେନାପତି, ରାଜା ସୁରେଶ, କିଶୋର ଚନ୍ଦ୍ର ମିଶ୍ର, କେ.ବାସବରାଜୁ, ସ୍ବେଚ୍ଛାକୃତ ରକ୍ତଦାତା ସଂଘର ମନୋଜ କୁମାର ପାଢୀ, ଫୋରମ ଫର ଗଞ୍ଜାମର ଶ୍ୟାମ ସୁନ୍ଦର ଖାଢ଼ଙ୍ଗା, ସ୍ବରାଜ୍ୟ ସୁବୁଦ୍ଧି, ମାନସ ପାତ୍ର, ଗଞ୍ଜାମ ଚାମ୍ବର ଅଫ୍‌ କମର୍ସ ସଭାପତି ଇ.ଶିବପ୍ରସାଦ, ସମ୍ପାଦକ ଭି. ସନ୍ତୋଷ, ଉପସଭାପତି ସନ୍ତୋଷ କୁମାର ସାହୁ, ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା, ସତ୍ୟସାଇ ସମିତିର କେ.ବି.ଏସ୍‌. ନାରାୟଣ, ସିଟି ହାଇସ୍କୁଲ ପୁରାତନ ଛାତ୍ର ସଂଘର ସତ୍ୟ ନାରାୟଣ, ପି. ବଦ୍ରିନାରାୟଣ, ଇ. ଆଦିନାରାୟଣ ପ୍ରମୁଖ ବହୁ ସ୍ବେଛାସେବୀ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

ନୂଆବର୍ଷ ଭେଟି ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri