ବିବାହ ଶୋଭାଯାତ୍ରାରେ ବାଣ ଫୁଟାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ: ଖଣ୍ଡା, କାତି ବୁଲିଲା; ୭ ଆହତ, ଜଣେ ଗୁରୁତର

ଛତ୍ରପୁର,୧୧।୧୧(ଦିଲ୍ଲୀପ ସାମଲ): ବିବାହ ଶୋଭାଯାତ୍ରାରେ ବାଣ ଫୁଟାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ଗଣ୍ଡଗୋଳ ଓ ମାରପିଟ୍‌ ଘଟି ୭ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ସୁବଳୟା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଗ୍ରାମରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବା ସମୟରେ ବାଣ ଫୁଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ତେବେ ଦେଖୁ ଦେଖୁ ଏହା ଉଗ୍ରରୂପ ଧାରଣ କରିଥିଲା ଏବଂ ଉଭୟ ପକ୍ଷ ମୁହାଁମୁହିଁ ହୋଇ ମାରପିଟ୍‌ ଆରମ୍ଭ କରିଦେଇଥିଲେ। ସଂଘର୍ଷ ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ଖଣ୍ଡା ଓ କାତି ଭଳି ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର ହୋଇଥିବା ଜଣାପଡ଼ିଛି।

ଏହି ଗୋଷ୍ଠୀ ସଂଘର୍ଷରେ କଣ୍ଟିଆଗଡ଼ ଗ୍ରାମର ରାଜା ପ୍ରଧାନ, ସୁନୀଲ ପ୍ରଧାନ ଓ ଅନିଲ ପ୍ରଧାନଙ୍କ ସମେତ ଉଭୟ ଗୋଷ୍ଠୀର ମୋଟ ୭ ଜଣ ରକ୍ତାକ୍ତ ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ତେବେ ଆହତଙ୍କ ମଧ୍ୟରୁ ରାଜା ପ୍ରଧାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ରମ୍ଭା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ସୂଚାରୁ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡା ଚୋଟରେ ସ୍ୱାମୀ ଗୁରୁତର, ୩ ଦିନ ପରେ ବି ପୋଲିସ ହାତ ଖାଲି: ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

ଛତ୍ରପୁର,୧୧।୧୧(ଦିଲ୍ଲୀପ ସାମଲ): ରାସ୍ତା ମଝିରେ ସଂଘାତିକ ଆକ୍ରମଣ। ଖଣ୍ଡା ଚୋଟରେ ସ୍ୱାମୀ ଗୁରୁତର ହୋଇ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ଘଟଣାର ୩ ଦିନ…

ବାଲି ମାଫିଆଙ୍କ ନିଦ ହଜାଇଲା ‘ଅପରେସନ୍ ବୈତରଣୀ’: ହାଟଡିହୀରେ ରାତିଅଧିଆ ଚଢ଼ାଉ, ୧୦ ବାଲି ବୋଝେଇ ହାଇୱା…

ହାଟଡିହୀ,୧୧।୧୧(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲା କେନ୍ଦୁଝରରେ ବେଆଇନ ବାଲି ମାଫିଆଙ୍କ ବିରୋଧରେ ଶକ୍ତ ଆକ୍ସନ୍‌। କେନ୍ଦୁଝର ଏସପି ନୀତିନ କୁଶଲକର ଦାଗୁଡ଼ୁଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିବା…

କଟକ ବାଲିଯାତ୍ରା: ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି

କଟକ,୧୧ା୧୧: ଓଡ଼ିଶାର ଐତିହାସିକ ତଥା ଗୌରବମୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ‘କଟକ ବାଲିଯାତ୍ରା’କୁ ନେଇ ଆସିଛି ଏକ ବଡ଼ ଖବର। ଚଳିତ ବର୍ଷର ବାଲିଯାତ୍ରା ଉଦ୍‌ଘାଟନୀ ସମାରୋହରେ…

ଅଞ୍ଚଳର ଭିତ୍ତିଭୂମିର ବିକାଶ ସହ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ନେଇ ମନ୍ତ୍ରୀ-ବିଧାୟକଙ୍କ ସମୀକ୍ଷା

ଛତ୍ରପୁର,୧୧ା୧୧(ଦିଲ୍ଲୀପ ସାମଲ): ଉପକୂଳବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ବିକାଶ ଓ ମତ୍ସ୍ୟଜୀବୀଙ୍କ ଜୀବନଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ନୋଳିଆ ନୂଆଗାଁଠାରେ ଉପକୂଳବର୍ତ୍ତୀ ରାସ୍ତା ଓ…

ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କଲା ଆସିକା ପୌରପରିଷଦ, ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରି…

ଛତ୍ରପୁର,୧୧ା୧୧(ଦିଲ୍ଲୀପ ସାମଲ): ସ୍ବଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜାତୀୟ ସ୍ତରରେ ଗଞ୍ଜାମ ଜିଲାର ଗୌରବ ବୃଦ୍ଧି କରିଛି ଆସିକା ପୌରପରିଷଦ। ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର…

ଚାଲିଥିଲା ଡକାୟତି ଯୋଜନା: ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଧରି…

ଅତାବିରା,୧୧ା୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାର ଏକ ଢାବା ନିକଟରେ ମଙ୍ଗଳବାର ଡକାୟତି ଯୋଜନା କରୁଥିବାବେଳେ ୩ ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ,…

ଅତୀତର ସ୍ମୃତିକୁ ମନେ ପକାଇଲେ ୨୦୧୩ ବ୍ୟାଚ୍‌ର ଛାତ୍ରୀଛାତ୍ର

ଦିଗପହଣ୍ଡି,୧୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବୋରିପଦର ଗ୍ରାମ ହାଇସ୍କୁଲ ୨୦୧୩ ମାଟ୍ରିକ୍‌ ବ୍ୟାଚ୍‌ର ପୁରାତନ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବନ୍ଧୁମିଳନ…

କମ୍ପୁଛି କେସିଙ୍ଗା ସହର, ମା’କାଳୀଙ୍କ ଆଶୀର୍ବାଦ ନେବାକୁ ଛୁଟି ଆସୁଛନ୍ତି ଭକ୍ତ

କେସିଙ୍ଗା,୧୧ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଧୂମ୍‌ଧାମରେ ହେଉଛି ମା’ ଶ୍ୟାମାକାଳୀ ପୂଜୋତ୍ସବ। କେସିଙ୍ଗାର ମା’ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ସୋମବାରଠାରୁ ଆରମ୍ଭ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?