ଘୋଷଣାରେ ସୀମିତ ବାଲ୍ୟ ବିବାହମୁକ୍ତ ଗଞ୍ଜାମ

ଛତ୍ରପୁର,୨୭ା୩(ଡି.ଏନ୍‌.ଏ):ଗଞ୍ଜାମକୁ ବାଲ୍ୟବିବାହମୁକ୍ତ ଜିଲା ଭାବେ ୨୦୨୨ ଜାନୁଆରୀ ୩ରେ ଘୋଷଣା କରାଯାଇଥିଲା। ରାଜ୍ୟରେ ଏପରି ଘୋଷଣା ପ୍ରଥମ ବୋଲି ସେତେବେଳେ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେବେ ବାସ୍ତବରେ ଏହା ଘୋଷଣାରେ ସୀମିତ ରହିଛି। କାରଣ ଏବେବି ଜିଲାର ବିଭିନ୍ନ ସ୍ଥାନରେ ବାଲ୍ୟବିବାହ ହେଉଥିବା ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ବାଲ୍ୟବିବାହକୁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ରୋକିବାରେ ସଫଳ ହୋଇଛନ୍ତି। ଚଳିତ ବର୍ଷ ଜାନୁଆରୀରେ ୧୨ ଓ ଫେବୃଆରୀରେ ୧୫ଟି ବାଲ୍ୟବିବାହ ରୋକାଯାଇଥିବା ବିଭାଗୀୟ ପକ୍ଷରୁ ସୂଚନା ମିଳିଛି । ଏଥିରୁ ଜଣାପଡୁଛି ଗଞ୍ଜାମ ଜିଲାରେ ବାଲ୍ୟବିବାହ ସମ୍ପୂର୍ଣ୍ଣ ବନ୍ଦ ହୋଇନି। ତେବେ ଜିଲା ପ୍ରଶାସନର ଉଦ୍ୟମ ଓ ବିଭିନ୍ନ ଯୋଜନା ଯୋଗୁଁ ବହୁମାତ୍ରାରେ ବାଲ୍ୟବିବାହ କମିଥିବା ଜଣାଯାଇଛି।
ବାଲ୍ୟବିବାହ ଓ କନ୍ୟ ଭ୍ରୁଣ ହତ୍ୟା ରୋକିବା ସହ ଝିଅ ଓ ପୁରୁଷ ଅନୁପାତ ସମାନ କରିବା ଉଦ୍ଦେଶ୍ୟରେ ଜିଲାପ୍ରଶାସନ ପକ୍ଷରୁ ‘ମୋ ଗେହ୍ଲା ଝିଅ’, ‘ନିର୍ଭୟା କଢୀ’ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତତ୍କାଳୀନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମୟରେ ଏହି ସବୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିସହ ସେ ହିଁ ଗଞ୍ଜାମ ଜିଲାକୁ ବାଲ୍ୟବିବାହମୁକ୍ତ ଜିଲା ଘୋଷଣା କରିଥିଲେ। ଗଞ୍ଜାମ ଜିଲାର ୩୩୦୯ ଗ୍ରାମ, ୨୮୦ ଟି ସହରାଞ୍ଚଳ ୱାର୍ଡ ଓ ୫୦୩ ଟି ପଞ୍ଚାୟତକୁ ବାଲ୍ୟ ବିବାହମୁକ୍ତ ଭାବେ ଘୋଷଣା କରାଯାଇଥିଲା। ପ୍ରଶାସନ ପଦକ୍ଷେପ ସ୍ବରୂପ ଯେଉଁ ଅଞ୍ଚଳର ସ୍କୁଲରେ ଲଗାତର କୌଣସି ଝିଅ ଅନୁପସ୍ଥିତ ରହିଲେ, କେଉଁ କାରଣ ପାଇଁ ଅନୁପସ୍ଥିତ ରହିଲେ, ତାହାର ସତ୍ୟତା ନେଇ ଶିକ୍ଷକମାନେ ଯାଞ୍ଚ କରିବାକୁ କୁହାଯାଇଥିଲା। ସେହିପରି ଅଙ୍ଗନାବାଡି କର୍ମୀ/ଆଶାଦିଦି ମଧ୍ୟ ନିଜ ଅଞ୍ଚଳରେ ହେଉଥିବା ବାଲ୍ୟ ବିବାହ ଉପରେ ତୁରନ୍ତ ସିଡିପିଓ ଓ ସୁପର ଭାଇଜରଙ୍କୁ ଅବଗତ କରାଇବେ। ବାଲ୍ୟ ବିବାହ ରୋକିବା ଉପରେ କୂଳ ସମାଜର ମୁଖ୍ୟ ଭୂମିକା ଏବଂ ଗ୍ରାମ୍ୟ କମିଟିର ମଧ୍ୟ ମୁଖ୍ୟ ଭୂମିକା ରହିଛି। ସେମାନେ ବିଲ୍ୟ ବିବାହକୁ ମନା କଲେ ଜିଲାରେ ଆଉ ବାଲ୍ୟ ବିବାହ ହେବନାହିଁ । ତେବେ ଏତେସବୁ ପଦକ୍ଷେପ ପରେ ମଧ୍ୟ ବାଲ୍ୟବିବାହ ନେଇ ଲୋକଙ୍କଠାରେ ସଚେତନତା ଅଭାବ ପରିଲକ୍ଷିତ ହେଉଛି। ଏକ ସମୀକ୍ଷାରୁ ଜଣାଯାଇଛି ଯେ ଜିଲାରେ ୬ବର୍ଷ ମଧ୍ୟରେ ୮୫୧ଟି ବାଲ୍ୟ ବିବାହ ପୋଲିସ ସହାୟତାରେ ପ୍ରଶାସନ ପକ୍ଷରୁ ରୋକାଯାଇଛି । ୨୦୧୭ରେ ୨୪, ୨୦୧୮ରେ ୨୨, ୨୦୧୯ରେ ୪୫, ୨୦୨୦ରେ ୨୨୮, ୨୦୨୧ରେ ୨୦୧ ଓ ୨୦୨୨ରେ ସର୍ବାଧିକ ୩୩୧, ବାଲ୍ୟ ବିବାହ ରୋକିବାରେ ଜିଲାପ୍ରଶାସନ ସଫଳ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri