ଘର ପାଲଟିଲା ସିନେମା ହଲ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପାଇଁ ଏବେ ସବୁ ସିନେମା ହଲ୍‌କୁ ବନ୍ଦ କରି ଦିଆଯାଇଛି। ସେଥିପାଇଁ ଘର ବାହାରେ ମନୋରଞ୍ଜନର କୌଣସି ସୁବିଧା ନାହିଁ। କିନ୍ତୁ ଏଭଳି ଏକ ସମୟରେ ନିଜ ଘରକୁ ବି ସିନେମା ହଲ୍‌ର ରୂପ ଦେଇହେବ। ଏଭଳି ଏକ ଚିନ୍ତାକୁୁ ରୂପ ଦେଇଛନ୍ତି ମାଇକେଲ୍‌ ଓ ମାରିସା। ଏହି ଦମ୍ପତ୍ତି ନିଜ ଘରକୁ ସିନେମା ହଲର ରୂପ ଦେଇ ଏକ ସୁନ୍ଦର ଟିକ୍‌ ଟକ୍‌ ଭିଡିଓ କରି ସୋସିଆଲ୍‌ ମିଡିଆରେ ଶେୟାର କରିଛନ୍ତି।
ମାଇକେଲ୍‌ ହିଁ ତାଙ୍କ ଜୀବନସାଥୀ ମାରିସାଙ୍କ ପାଇଁ ଘରକୁ ସିନେମା ହଲ୍‌ରେ ପରିଣତ କରି ଦେଇିଛନ୍ତି। ତେଣୁ ମାରିସା ପ୍ରଥମେ ଘର ଭିତରକୁ ଆସିବା ପୂର୍ବରୁ କାଗଜରେ ଡିଜାଇନ୍‌ ହୋଇ ଲେଖାଥିବା ଏକ ସିନେମା ଟିକେଟ୍‌ ତାଙ୍କୁ ଧରାଇ ଦିଆଯାଉଛି। ଏହାପରେ ଜଣେ ତାଙ୍କୁ ଚେକ୍‌ କରି ଭିତରକୁ ପ୍ରବେଶ କରାଉଛି। ଭିତରକୁ ପ୍ରବେଶ କରିବା ମାତ୍ରେ ତାଙ୍କ ନିଜ ଘରେ ତାଙ୍କୁ ସିନେମା ହଲ୍‌ ଭଳି ଅଡିଟୋରିଅମ୍‌, ୱାଶ୍‌ରୁମ୍‌, ଚା କଫି ଆଦି ସବୁକିଛି ସ୍ବତନ୍ତ୍ର ଶୈଳୀରେ ମିଳିଯାଉଛି। ସିନେମା ହଲ୍‌ ଭଳି ତାଙ୍କୁ ଏକ ବଡ଼ ଜାଗାରେ ଚିପ୍ସ ଓ ପପ୍‌କର୍ଣ୍ଣ ଦେଇ ପାଛୋଟି ନେଉଛନ୍ତି ତାଙ୍କ ସାଥୀ ମାଇକେଲ୍‌। ଏହାପରେ ଘର ଭିତରେ ସେମାନେ ଏକ ସୁନ୍ଦର ଆଲୋକ ସଜ୍ଜା ପରିବେଶରେ ଟିଭି ଦେଖୁଛନ୍ତି।
ମାଇକେଲଙ୍କ ଏଭଳି ଏକ ଚିନ୍ତାଧାରା ଏବେ ତାଙ୍କ ସାଥୀଙ୍କୁ ତ ଇମ୍ପ୍ରେସ୍‌ କରିପାରିଛି ତା’ସହ ସାଧାରଣ ଲୋକଙ୍କୁ ବି ବେଶ୍‌ ପସନ୍ଦ ଆସିଛି। ଏହି ଟିକ୍‌ ଟକ୍‌ ଭିଜୁଆଲ୍‌ ପୋଷ୍ଟ ହେବାର ମାତ୍ର ଚାରିଦିନ ପରେ ଏହାକୁ ୧.୩ ମିଲିଅନ୍‌ରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଏହା ସହିତ ୮ହଜାରରୁ ଅଧିକ ଲୋକ ଏନେଇ ସୁନ୍ଦର ସୁନ୍ଦର କମେଣ୍ଟ ବି ଦେଇଛନ୍ତି। ନିଜସାଥୀଙ୍କୁ ଇମ୍ପ୍ରେସ୍‌ କରିବା ପାଇଁ ଏତେ ସୁନ୍ଦର ଶୈଳୀର ପରିକଳ୍ପନାକୁ ନେଇ ଲୋକେ ମାଇକେଲଙ୍କୁ ଢେର୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri