ଘର କରୁନାହାନ୍ତି ହିତାଧିକାରୀ, ପ୍ରତିବାଦରେ ପ୍ରଶାସନର ଧାରଣା

ପାଲଲହଡ଼ା, ୬ା୨(ଡି.ଏନ.ଏ.)- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ସହ ଟଙ୍କା ପାଇଥିବା ହିତାଧିକାରୀମାନେ ଗୃହ ନିର୍ମାଣ କରୁ ନ ଥିବାରୁ ସେମାନଙ୍କ ଘର ଆଗରେ ପାଲଲହଡ଼ା ବିଡିଓ ରବି ନାରାୟଣ ମାଝି କର୍ମଚାରୀଙ୍କ ସହ ବୁଧବାର ଧାରଣା ଦେଇଛନ୍ତି। ପ୍ରଥମେ ବିଡିଓ, ବ୍ଲକ କର୍ମଚାରୀ ଏବଂ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିମାନେ ବ୍ଲକର ଈଶ୍ୱରନଗର ପଞ୍ଚାୟତର ଗୁଡ଼ାପଦା ଗ୍ରାମକୁ ଯାଇ ହିତାଧିକାରୀଙ୍କୁ ଘର ନିର୍ମାଣ ନ କରିବାର କାରଣ ପଚାରିବା ସହ ଧାରଣାରେ ବସିଥିଲେ। ସମସ୍ତ ହିତାଧିକାରୀ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଗୃହ ନିର୍ମାଣ କରିବାକୁ କହିବା ପରେ ବିଡିଓ ଧାରଣାରୁ ହଟିଥିଲେ। ପରେ ବିଡିଓ ଏବଂ କର୍ମଚାରୀମାନେ ନିଜିଗଡ଼ ପଞ୍ଚାୟତର ପାଟବେଡା ଗ୍ରାମକୁ ଯାଇ ଜଣେ ହିତାଧିକାରୀଙ୍କ ଘର ସମ୍ମୁଖରେ ଧାରଣା ଦେବାରୁ ହିତାଧିକାରୀମାନେ ଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହିପରି ଧାରଣା ଦିଆଯାଇ ମାର୍ଚ୍ଚ ସୁଦ୍ଧା ସମସ୍ତ ଗୃହ ନିର୍ମାଣ କରାଯିବାକୁ କୁହାଯିବ ବୋଲି ବିଡିଓ କହିଛନ୍ତି। ଅତିରିକ୍ତ ବିଡିଓ ଏସ. ନୈବେଦ୍ୟ ଲଲାଟେନ୍ଦୁ, କନିଷ୍ଠ ଯନ୍ତ୍ରୀ ଗଲାଟି ଶଙ୍କର ଆଚାରୀ, ଧରଣୀଧର ସାହୁ, ସମିତିସଭ୍ୟ ଦିଲୀପ କୁମାର ଉଦାବଳ, କୃଷ୍ଣ କୁମାର ବୋଷ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri