Posted inଖେଳ

ଗ୍ୟାଲେରୀରେ ଆହିକା-ସୁତୀର୍ଥଙ୍କ ପିତାମାତା

କଟକ ଅଫିସ,୧୮ା୭- ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଛି । ପ୍ରଥମ ଦିବସରେ ଅନୁଷ୍ଠିତ ମ୍ୟାଚ୍‌କୁ ଉପଭୋଗ କରିବାପାଇଁ ଭାରତୀୟ ମହିଳା ଦଳର ଖେଳାଳି ଆହିକା ମୁଖାର୍ଜୀ ଓ ସୁତୀର୍ଥ ମୁଖାର୍ଜୀଙ୍କ ପିତାମାତାଙ୍କୁ ଗ୍ୟାଲେରୀର ୧୦ନଂ ବ୍ଲକରେ ବସିଥିବା ଦେଖିବାକୁ ମିଳିଥିଲା। ଉଭୟ ଖେଳାଳିଙ୍କ ପିତାମାତା ପାଖାପାଖି ବସିବା ସହ ନିଜ ଝିଅର ଖେଳକୁ ଉପଭୋଗ କରୁଥିଲେ । ପ୍ରତିଯୋଗିତାରେ ଭାରତ ଚାମ୍ପିୟନ ହେବ ବୋଲି ସେମାନେ ବେଶ୍‌ ଆବାଦୀ। ଆହିକା ମୁଖାର୍ଜୀଙ୍କ ପିତା ଗୌତମ ମୁଖାର୍ଜୀ ଓ ମା ସୌମା ମୁଖାର୍ଜୀ କହିଥିଲେ ଯେ, ଆହିକା ପିଲା ବେଳେ ମୋଟି ଥିଲା । ଯାହା ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥିଲା । ଏଣୁ ସାଢ଼େ ୩ବର୍ଷ ବୟସରେ ଟିଟି ଖେଳରେ ଆହିକାଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ଆହିକା ନିଜେ ଭାରତୀୟ ଦଳରୁ ଦିନେ ଖେଳିବେ ବୋଲି କହିଥିଲେ । ଏହାପରଠାରୁ ପରିବାରର ଯାହା କର୍ତ୍ତବ୍ୟ ତାହା ଆମେ କରିଛୁ । ପିତା ଗୌତମ ବିଏସ୍‌ଏଫରେ ଜବାନ ଥିଲେ ମଧ୍ୟ କେବଳ ଆହିକାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଭିଆର୍‌ଏସ୍‌ ଜରିଆରେ ଚାକିରୀ ଛାଡ଼ିଥିଲେ । ଅଲିମ୍ପିକ ଖେଳିବାର ସ୍ବପ୍ନ ଦେଖିଥିବା ଆହିକା ଏହାକୁ ନିଶ୍ଚିତ ପୂରଣ କରିବେ ବୋଲି ତାଙ୍କ ପିତାମାତା କହିଛନ୍ତି । ପାଖରେ ବସିଥିବା ସୁତୀର୍ଥଙ୍କ ପିତା ଅଭିଜିତ ମୁଖାର୍ଜୀ ଓ ମାତା ନୀତା ମୁଖାର୍ଜୀଙ୍କ ମତ ମଧ୍ୟ ପ୍ରାୟ ସମାନ ଥିଲା । ପିଲା ବେଳେ ଓଜନ ଅଧିକ ଥିବାରୁ ସୁତୀର୍ଥଙ୍କୁ ଟିଟି ଖେଳରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଜଣେ ସମ୍ପର୍କୀୟ ଟିଟି ଖେଳିବାକୁ ପରାମର୍ଶ ଦେଇଥିଲେ । ଏହି ଟୁର୍ନାମେଣ୍ଟରେ ସୁତୀର୍ଥ ଭଲ ପ୍ରଦର୍ଶନ କରିବେ ଓ ଭାରତ ଚାମ୍ପିୟନ ହେବ ବୋଲି ଏହି ଦମ୍ପତି ମଧ୍ୟ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଧର୍ମଶାଳାରେ ଇତିହାସ ରଚି…

ଧର୍ମଶାଳା,୧୩ା୬: ରୋହିତ ଶର୍ମା ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ସେ ମୋହିନ୍ଦର ଅମରନାଥଙ୍କ ୩୭…

ଅଧିନାୟକ ହେବା ପରେ, ମୁମ୍ବାଇର ୱର୍ଲିରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନେଲେ ଶ୍ରେୟସ ଆୟର; ଭଡା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୧୩।୬: ଶ୍ରେୟସ ଆୟରଙ୍କୁ ସମ୍ପ୍ରତି ଭାରତୀୟ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ, ସେ ମୁମ୍ବାଇର ହାଇକଷ୍ଟ ୱାର୍ଲି ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡା…

ମାତ୍ର ୧୦ ବର୍ଷ ବୟସରେ କମାଲ କଲେଣି ବୈଭବ ସୂର୍ଯ୍ୟବଂଶୀଙ୍କ ସାନ ଭାଇ

ପାଟନା,୧୩।୬: ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବ୍ୟାଟିଂରେ ଚହଳ ସୃଷ୍ଟି କରି ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ ଏବଂ ଏବେ ତାଙ୍କ ସାନ ଭାଇ ସମାନ ପ୍ରଭାବ ପକାଇବାକୁ…

ଷ୍ଟାର୍‌ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପିତାଙ୍କୁ କାହିଁକି ସାବଧାନ କଲେ ଏହି ପୂର୍ବତନ କ୍ରିକେଟର? ଜାଣନ୍ତୁ କ’ଣ ରହିଛି ବଡ଼ କାରଣ

ନୂଆଦିଲ୍ଲୀ, ୧୨।୬: ଭାରତୀୟ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଜିକାଲି କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି । ଅଣ୍ଡର-୧୯ କ୍ରିକେଟ ଏବଂ ଆଇପିଏଲ (IPL) ରେ ଚମତ୍କାର…

କମ୍‌ ବୟସରେ ଟଳିପଡ଼ିଲେ ଭାରତର ପ୍ରସିଦ୍ଧ ଶୁଟର: ଜିତିଥିଲେ ସ୍ବର୍ଣ୍ଣପଦକ

ନୂଆଦିଲ୍ଲୀ,୧୨।୬:ପ୍ରସିଦ୍ଧ ଶୁଟର ତଥା ଭାରତୀୟ ଅଲିମ୍ପିକ ଷ୍ଟାର ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ଦେହାନ୍ତ ହୋଇଛି। ମ୍ୟୁନିଚ୍‌ରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ ପରେ ଭାରତ ଫେରିବା…

ବିଳମ୍ବ ହୋଇପାରେ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ? ଭାରତର ଆୟରଲ୍ୟାଣ୍ଡ ଗସ୍ତକୁ ନେଇ ଲାଗି ରହିଛି ଅନିଶ୍ଚିତତା…

ନୂଆଦିଲ୍ଲୀ,୧୨।୬: ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ଏହି ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟସମ୍ୟାନଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ଯେଉଁମାନେ ଉତ୍ସାହର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri