ଗ୍ରାହକଙ୍କୁ ଟାଣୁଛି ଜ୍ଞାନେନ୍ଦ୍ରଙ୍କ ବିରିଚକୁଳି ଆଳୁଦମ୍‌

କେନ୍ଦୁଝର, ୬ା୬(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ସଦର ମହକୁମାରେ ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ଜଳଖିଆ ତିଆରି ହୋଇ ବିକ୍ରି ହେଉଛି। ତେବେ ଗ୍ରାହକମାନଙ୍କ ମନମୋହୁଛି କଲେଜରୋଡରେ ଠେଲାଗାଡିରେ ବିକ୍ରି ହେଉଥିବା ବିରିଚକୁଳି ଓ ଆଳୁଦମ୍‌। ସେ ହେଲେ ଡମ୍ବୋ ଗ୍ରାମର ଜ୍ଞାନେନ୍ଦ୍ର ସାହୁ। ସକାଳ ୭ଘଟିକାରୁ ଗ୍ରାହକଙ୍କ ଭିଡ ଜମେ କଲେଜ ରୋଡସ୍ଥିତ ରାମମନ୍ଦିର ନିକଟରେ ଥିବା ଜ୍ଞାନେନ୍ଦ୍ରଙ୍କ ଠେଲା ଗାଡି ନିକଟରେ। ଏଠାରେ ବିକ୍ରି ହୁଏ ବିରିଚକୁଳି ଓ ଆଳୁଦମ୍‌। ଅନ୍ୟ କେତେକ ପ୍ରକାର ଜଳଖିଆ ତିଆରି ହେଉଥିଲେ ବି ବିରିଚକୁଳି ଓ ଆଳୁଦମ୍‌ ଚଟଣିର ସ୍ବାଦ ନିଆରା। ଯିଏ ଥରେ ଖାଇଛି ସିଏ ବାରମ୍ବାର ଆସିଛି ବୋଲି ଜ୍ଞାନେନ୍ଦ୍ର କହିଛନ୍ତି। ବିରିଚକୁଳିର ସ୍ବାଦ ଗ୍ରାହକଙ୍କୁ ଟାଣୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ସକାଳ ବେଳା ସେ ଠେଲା ଲଗାନ୍ତି। ଅପରାହ୍ନରେ ଘର ଲୋକଙ୍କୁ ସମୟ ଦେଇଥାନ୍ତି। ତାଙ୍କର ସଂସାର କହିଲେ ସ୍ତ୍ରୀ,ଗୋଟିଏ ଛୋଟ ଝିଅ,ବାପା, ମା’ ଓ ଜଣେ ଭଉଣୀ।
ତାଙ୍କ ବ୍ୟବସାୟରେ ତାଙ୍କ ବାପା ବଳରାମ ସାହୁ ଓ ମା’ ଅନୁପମା ସାହୁ ସାହାଯ୍ୟ କରନ୍ତି। ଏହି ଠେଲା ଗତ ତିନିବର୍ଷ ହେଲା ସେ ଲଗାଉଛନ୍ତି। ମାଟ୍ରିକ୍‌ ପାସ ପରେ ଏଣେତେଣେ ଛୋଟ ଚାକିରି କରି ପରିବାରର ୬ଜଣ ପ୍ରାଣୀଙ୍କ ପେଟ ପୋଷିବା ସମ୍ଭବପର ନ ହେବାରୁ ନିଜେ ବ୍ୟବସାୟ ଆରମ୍ଭ କରିଥିଲେ ଜ୍ଞାନେନ୍ଦ୍ର। ପ୍ରତିଦିନି ସବୁ ଖର୍ଚ୍ଚ ଯାଇ ୭୦୦ରୁ ୮୦୦ ଟଙ୍କା ରୋଜଗାର କରନ୍ତି ଓ ସେଥିରେ ସେ ସନ୍ତୁଷ୍ଟ ବୋଲି ପ୍ରକାଶ କରିଛନ୍ତି। ଗ୍ରାହକମାନେ ମଧ୍ୟ ତାଙ୍କ ହାତ ତିଆରି ଚକୁଳି ଓ ଆଳୁଦମ୍‌ ପ୍ରତି ବେଶ ଆଗ୍ରହ ଦେଖାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri