ଗୋରୁ ବୋଝେଇ ଗାଡି ଜବତ: ୧ ମୃତ, ୨ ଗୁରୁତର

ବାହାନଗା, ୨୨ା୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କୋଚିଆକୋଇଲି ପଞ୍ଚାୟତର ୭ ନମ୍ବର ୱାର୍ଡ କରଞ୍ଜେଇ ଗ୍ରାମ ରାସ୍ତାରୁ ଚୋରା ଚାଲାଣ ହେଉଥିବା ଗୋରୁ ବୋଝେଇ ୪୦୭ ଗାଡିକୁ ଗ୍ରାମର ଯୁବକ ଓ ଅନନ୍ତପୁର ଫାଣ୍ଡି ପୋଲିସ୍‌ ଜବତ କରିଥିଲେ। ଗାଡିରେ ଥିବା ୫୨ ଗୋରୁଙ୍କ ମଧ୍ୟରୁ ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବା ବେଳେ ୨ଟି ଗୋରୁକୁ ଗୁରୁତର ଅବସ୍ଥାରେ ଲୋକମାନେ ଉଦ୍ଧାର କରିଥିଲେ। ତେବେ ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ବାସୁଦେବପୁର ଅଞ୍ଚଳରୁ ସଲ୍ଟ ରୋଡ ଦେଇ ରାତି ସାଢେ ଗୋଟାଏ ବେଳେ ସୋର ଆଡକୁ ଆସୁଥିବା ଏକ ୪୦୭ (ନଂ.ଓଡି-୦୧ଡବ୍ଲ୍ୟୁ୬୪୭୭)ରେ ଚୋରାରେ ଗୋରୁ ଚାଲାଣ ହେଉଥିବର ଖବରପାଇ ଅନନ୍ତପୁର ଫାଣ୍ଡି ପୋଲିସ ଧରିବା ପାଇଁ ଗୋଡାଇଥିଲେ। ଗାଡି ଡ୍ରାଇଭର ସୋର ଆଡକୁ ନ ଯାଇ ପାଖର ଛକରୁ ବାହାନଗା ବ୍ଲକ ସାଉଡୁ ପଞ୍ଚାୟତର ନଡିଆଳି ଗ୍ରାମ ରାସ୍ତା ଦେଇ କୋଚିଆକୋଇଲି ପଞ୍ଚାୟତର କରଞ୍ଜେଇ ଗ୍ରାମ ଦେଇ ପଳାଉଥିବା ବେଳେ ରାତିରେ କରଞ୍ଜେଇ ରାସ୍ତା କାମ ହେଉଥିବାରୁ ଗାଡି ଆଗକୁ ଆଉ ଯାଇ ପାରି ନ ଥିଲା ା ଫଳରେ ରାତିରେ ଗାଡି କଣ ପାଇଁ ଆସିଲା ଭାବି ଗ୍ରାମରେ ଉପସ୍ଥିତ କେତେକ ଯୁବକ ଗାଡିରେ ବିପଦସଙ୍କୁଳ ଅବସ୍ଥାରେ ଗୋରୁଗୁଡିକ ଲଦା ହୋଇଥିବା ଦେଖିଥିଲେ। ଯୁବକମାନେ ଡ୍ରାଇଭରଙ୍କୁ ମାଡ ମାରିବା ସହିତ ଗ୍ରାମବାସୀଙ୍କୁ ଡାକିଥିଲେ ା ଏହି ସମୟରେ ଗାଡି ଡ୍ରାଇଭର ଖସିପଳାଇବାକୁ ସକ୍ଷମ ହୋଇଥିଲେ। କିଛି ସମୟ ପରେ ରାତିରେ ଅନନ୍ତପୁର ଫାଣ୍ଡି ପୋଲିସ ପହଞ୍ଚି ଲୋକଙ୍କ ସହାୟତାରେ ଗାଡି ଭିତରୁ ଗୋରୁଗୁଡିକୁ ବାହାର କରିଥିଲେ। ରାତିରେ ପୋଲିସ ଗୋରୁଗୁଡିକୁ ଗ୍ରାମବାସୀଙ୍କ ଜିମାରେ ରଖିବା ସହିତ ସକାଳେ ଗୋଟିଏ ଗୋରୁର ଶବ ବ୍ୟବଚ୍ଛେଦ ପାଇଁ ବାହାନଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଦେବବ୍ରତ ଦାସଙ୍କୁ ମଙ୍ଗଳବାର ସକାଳ ଡକାଇଥିଲେ ା ସେ ସକାଳେ ସେଠାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲେ। ଗୁରୁତର ଆହତ ଦୁଇଟି ଗୋରୁଙ୍କୁ ଚିକିତ୍ସା କରାଯାଇଛି। ମଙ୍ଗଳବାର ସକାଳେ ସୋର ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ୪୯ ଗୋରୁ କୁ ବାମପଦା ଗୋଶାଳାକୁ ପଠାଇ ଦେଇଥିଲେ ା ଗୋରୁ ବୋଝେଇ ୪୦୭ ଗାଡିକୁ ପୋଲିସ୍‌ ଜବତ କରି ଥାନାକୁ ନେଇଯାଇଥିଲା ା ଏଥିନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କଲେ ଭକ୍ତ ଦାସ

କେସିଙ୍ଗା,୬।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୯ ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଜନସମ୍ପର୍କ ପଦଯାତ୍ରା କରିବା ସହ ନିର୍ବାଚନୀ...

ମାଉସୀଙ୍କ ହାତରେ ପ୍ରସ୍ତୁତ ପୋଡ଼ ପିଠା ଖାଇ ମନ୍ଦିର ଫେରିଲେ ମା’ଠାକୁରାଣୀ

ଦାରିଙ୍ଗବାଡ଼ି,୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚାଲିଥିବା ମା’ଠାକୁରାଣୀଙ୍କ ଯାତ୍ରାର ପୂର୍ଣ୍ଣାହୁତି ହୋଇଯାଇଛି। ରବିବାର ମା’ଙ୍କ ଘଟ ପରିକ୍ରମାର ଶେଷ ଦିବସ ରହିଥିବା ବେଳେ ମା’ଙ୍କୁ...

କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ

ଦାରିଙ୍ଗବାଡି, ୬।୫ (ଅରୁଣ ସାହୁ ):କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ୧୧ ନଂ ଜିଲାପରିଷଦ ଜୋନ ଝିଞ୍ଜିରୀଗୁଡାରେ ସୋମବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।...

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ,୬।୫: ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି।...

ନାମାଙ୍କନପତ୍ର ଦାଖଲ କଲେ ସସ୍ମିତା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥିନୀ ସସ୍ମିତାରାଣୀ ସିଂହ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri