ଗୋଟିଏ ସପ୍ତାହ ପୂର୍ବରୁ ଲାଗୁ କରିବାର ଥିଲା ‘ଜନତା କର୍ଫ୍ୟୁ’: ସଞ୍ଜୟ ରାଉତ

ମୁମ୍ବାଇ,୨୨।୩: କରୋନା ଭାଇରସର ସଂକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆହ୍ବାନ ଦେଇଥିଲେ ‘ଜନତା କର୍ଫ୍ୟୁ’ ତାହା ରବିବାର ସାରା ଦେଶରେ ପାଳନ କରାଯାଉଛି। ଲୋକେ ଶାନ୍ତି ଶୃଙ୍ଖଳାର ସହ ଏହା ପାଳନ କରିଥିବା ବେଳେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ‘ଜନତା କର୍ଫ୍ୟୁ’ ଗୋଟିଏ ସପ୍ତାହ ପୂର୍ବରୁ ପାଳନ କରିବାର ଥିଲା। ଅବଶ୍ୟ ଏହା ତାଙ୍କର ନିଜସ୍ବ ମତ ବୋଲି ସେ କହିଛନ୍ତି। ସରକାର ଏହା ଉପରେ ଅନ୍ୟ କିଛି କହିପାରନ୍ତି ବୋଲି ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ତେବେ କରୋନା ଭାଇରସ ଆମ ଦେଶର ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପକାଇବ ବୋଲି ମଧ୍ୟ ସେ ମତ ରଖିଛନ୍ତି। ଯାହାର ପ୍ରଭାବ ଆଉ କିଛି ବର୍ଷ ପର୍ଯ୍ୟନ୍ତ ରହିବ। ତେବେ ବର୍ତ୍ତମାନ ଦେଶରେ କରୋନା ଭାଇରସର ଯେଉଁ ପ୍ରଭାବ ରହିଛି ତାକୁ ଦୃଷ୍ଟିରେ ରଖି ଆମେ ପରସ୍ପର ମଧ୍ୟରେ ସହଯୋଗ ରଖି ଠିକ୍‌ ଭାବେ ସଚେତନ ହେଲେ ଏହି ମହାମାରୀ ସହ ଲଢି ପାରିବା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୭୪ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ା-କୋରାପୁଟ ରେଲଓ୍ୱେ ଟ୍ରାକ୍‌ରେ ଉପରେ ଖସିଲା ପଥର, ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

​କଲ୍ୟାଣସିଂହପୁର,୨୫।୯(ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡ଼ା ଓ ଶିଖରପାଇ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଟନେଲ…

ଲଗାଣ ବର୍ଷାରେ ବେହାଲ ଝରିଗାଁ: ହଷ୍ଟେଲ ଭିତରେ ୨ ଫୁଟ୍ ପାଣି, ଭୟରେ ରାତି ବିତାଇଲେ ଛାତ୍ର

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ…

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ବଡ଼ ଦାବି କଲେ ସୋନମ ୱାଙ୍ଗଚୁକ, କହିଲେ ପ୍ରଥମେ ଜେଲରେ ଭର୍ତ୍ତି କଲେ ଏବେ ଏନକାଉଣ୍ଟର….

ନୂଆଦିଲ୍ଲୀ,୨୫।୯: ଲଦାଖରେ ହୋଇଥିବା ହିଂସାକୁ ଗୁରୁବାର ଏକ ବର୍ଷ ପୂରିଛି । ଏହି ଅବସରରେ ଆନ୍ଦୋଳନକାରୀ ତଥା Leh Apex Body (LAB) ସହ ଜଡ଼ିତ ସୋନମ…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?