Posted inରାଜ୍ୟ

ଗୁଣାତ୍ମକ ଶିକ୍ଷାରେ ଜିଲା ପଛୁଆ: ମାଟ୍ରିକ ପରୀକ୍ଷାରେ ୪୦୦୦ ପିଲା ଫେଲ୍‌

ଢେଙ୍କାନାଳ ଅଫିସ, ୩୦ା୫: ଗୁଣାତ୍ମକ ଶିକ୍ଷାରେ ପଛରେ ପଡ଼ିଛି ଢେଙ୍କାନାଳ ଜିଲା। ମାଟ୍ରିକ ପରୀକ୍ଷାରେ ୪ ହଜାର ପିଲା ଅକୃତକାର୍ଯ୍ୟ ହେବା ପରେ ଏପରି ଚିତ୍ର ପଦାକୁ ଆସିଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛି ଜିଲା ଶିକ୍ଷା ବିଭାଗ। ଏହାପରେ ମାଟ୍ରିକ୍‌ ପାସ୍‌ ହାର ବଢ଼ାଇବାକୁ ଆରମ୍ଭ ହୋଇଛି ପ୍ରଶାସନିକ କସରତ। ବୁଧବାର ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏହାର ସମୀକ୍ଷା କରିଛନ୍ତି।
ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ଆରମ୍ଭ ହୋଇଛି ‘ସାଥ୍‌’। ଏହାର ମାସିକ ସମୀକ୍ଷା କରାଯାଉଛି। ରିପୋର୍ଟ ପଠାଯାଉଛି ରାଜ୍ୟ ସରକାରଙ୍କୁ। ତଥାପି ଢେଙ୍କାନାଳ ଜିଲାରେ ଏତେ ସଂଖ୍ୟାରେ ମାଟ୍ରିକ ପରୀକ୍ଷାର୍ଥୀ ଫେଲ ହେବା ଆଶ୍ଚର୍ଯ୍ୟ କରିଛି। ଶିକ୍ଷାୟତନରେ ଶୈକ୍ଷିକ ପରିବେଶ ନ ଥିବାରୁ ଏପରି ରେଜଲ୍ଟ ହୋଇଥିବା କୁହାଯାଉଛି। ଫେଲ୍‌ ହୋଇଥିବା ୪୦୦୦ ଛାତ୍ରୀଛାତ୍ରଙ୍କୁ ପାସ୍‌ କରାଇବା ଲାଗି ରିମେଡିଆଲ କୋଚିଂ ଯୋଗାଇ ଦେବାକୁ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି।
ଜିଲାର ୪୪% ବିଦ୍ୟାଳୟରେ ବିଦ୍ୟୁତ୍‌ ସଂଯୋଗ ନାହିଁ। ଶୌଚାଳୟ ନ ଥିବାରୁ ଛାତ୍ରୀଛାତ୍ର ସମସ୍ୟା ଭୋଗୁଛନ୍ତି। ଅନେକ ସ୍କୁଲରେ ସ୍ବଚ୍ଛ ପାନୀୟ ଜଳର ସୁବିଧା ଅଦ୍ୟାବଧି ଉପଲବ୍ଧ କରାଯାଇପାରିନାହିଁ। ଆସନ୍ତା ଜୁଲାଇ ସୁଦ୍ଧା ଶୌଚାଳୟ କାର୍ଯ୍ୟ ଶେଷ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅନ୍ୟାନ୍ୟ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।
ଏହି ଅବସରରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ‘ଫନୀ’ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୩୦ଲକ୍ଷ ୩୨ହଜାର ୯୨୧ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା ବୈଠକ ପରିଚାଳନା କରିଥିବାବେଳେ ‘ସାଥ୍‌’ ଅଧିକାରୀ ସଂଘମିତ୍ରା ତ୍ରିପାଠୀ ଏବଂ ପ୍ରଫୁଲ୍ଲ ପରଖ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦।୪: ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ବିଜେଡି ବିଧାୟକଙ୍କ ରାଲିରେ ମାଡିଗଲା ଟ୍ରକ୍‌: ୩ ଆହତ

ଭୁବନେଶ୍ୱର,୩୦।୪: କଟକ ଜିଲା ବଡମ୍ବାରେ ବିଜେଡି ବିଧାୟକଙ୍କ ରାଲି ଉପରକୁ ମାଡିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବଡମ୍ବା...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri