Posted inଜାତୀୟ

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା

ଅହମ୍ମଦାବାଦ୍‌,୧୯।୮: ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଭାରୁଚରେ ଦଳର ୭ ନେତା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ଭାରୁଚ ସିଟି କଂଗ୍ରେସ ସଭାପତି ବିକି ସୋଖୀ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ନିକୁଲ ମିସ୍ତ୍ରୀ, ଭାରୁଚ ନଗର ଉପାଧ୍ୟକ୍ଷ କିରଣ ଚୌହାନ, କୋଷାଧ୍ୟକ୍ଷ କିରଣ ପରମାର, ଜିଲା ଯୁବ କଂଗ୍ରେସ ନେତା ରାଧେ ପଟେଲ ଏବଂ ଦଳର କର୍ମକର୍ତ୍ତା କିଶୋର ସିଂ ଏବଂ ରାକେଶ ଗୋହିଲ ଅଛନ୍ତି। ଏହି ପଦକ୍ଷେପ ପାଇଁ ସେ ଗୁଜରାଟ କଂଗ୍ରେସ ସଭାପତି ଜଗଦୀଶ ଠାକୁରଙ୍କୁ ଦାୟୀ କରିଛନ୍ତି।
ବିକି ସୋଖୀ କହିଛନ୍ତି, ଆମେ ଗତ ୨୫ ବର୍ଷ ଧରି କଂଗ୍ରେସ ସହିତ ଥିଲୁ ଏବଂ ସମସ୍ତେ ଗୁରୁତର ପରିସ୍ଥିତିରେ ଦଳ ସହ ଜଡିତ ଥିଲେ। ଗତ ବର୍ଷର ତାଲୁକା ପଞ୍ଚାୟତ ଏବଂ ଜିଲା ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଭାରୁଚର କିଛି କଂଗ୍ରେସ ନେତାଙ୍କ ତାଲିକା ଆମେ ପଠାଇଥିଲୁ। ତେବେ ଜଗଦୀଶ ଠାକୁର ଏନେଇ କୌଣସି ପଦକ୍ଷେପ ନେଇ ନ ଥିଲେ। ଏନେଇ ଆମେ ସଭାପତିଙ୍କୁ ପ୍ରଶ୍ନ ମଧ୍ୟ କରିଥିଲୁ। ଏହାର ଜବାବରେ ସେ କହିଥିଲେ, ଯେଉଁମାନେ ଦଳରେ ରହିବାକୁ ଚାହୁଁଛନ୍ତି ସେମାନେ ରହିପାରିବେ ଏବଂ ଯେଉଁମାନେ ଯିବାକୁ ଚାହାଁନ୍ତି ସେମାନେ ଯାଇପାରିବେ। ଆମେ ଏହି ପ୍ରକାରର ଉତ୍ତର ଆଶା କରି ନ ଥିଲୁ ତେଣୁ ଆଜି ଦଳ ଛାଡିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

ଜଳୁଛି ଜଙ୍ଗଲ: ବନ୍ୟଜନ୍ତୁ ଗାଁ ମୁହାଁ

ମାଲକାନଗିରି,୧୦।୬: ମାଲକାନଗିରି ସଦର ମହକୁମାର ନିକଟ ଜଙ୍ଗଲରେ ନିଆଁ ଲାଗିଯାଇଛି। ନିଆଁ ମଙ୍ଗଳବାରଠାରୁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରାଯାଇନାହିଁ। ଫଳରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି।…

କଂଗ୍ରେସରେ ମିଶିଯିବ TMC? ରାହୁଲଙ୍କୁ ଭେଟିଲେ… ରାଜନୀତିରେ ବଡ଼ ହଲଚଲ!

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଖିନ୍‌ଭିନ୍‌ ହେଉଥିବା ପରି ମନେ ହେଉଛି, ଦଳର ନେତାମାନେ ତୁରନ୍ତ ଇସ୍ତଫା ଦେଉଛନ୍ତି। ଏହା…

ଦିଦିଙ୍କୁ ଝଟ୍‌କା ପରେ ଝଟ୍‌କା: ପୁଣି ଏମ୍‌ପି ଦେଲେ ଇସ୍ତଫା

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି)କୁ ଆଉ ଏକ ଝଟକା ଲାଗିଛି। ଏମ୍‌ପି ସୁସ୍ମିତା ଦେବ ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ଆସାମ ମୁଖ୍ୟମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ବର୍ଷ ପୂର୍ତ୍ତି: ଦୀପ ଲଗାଇ ସ୍ବତନ୍ତ୍ର ପୂଜା, ପ୍ରାର୍ଥନା କଲେ ବିଧାୟକଙ୍କ ସହିତ ଶହ ଶହ ନେତା, କର୍ମୀ

ଛତ୍ରପୁର,୧୦।୬ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଅଗ୍ରାହରମ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌରୀଶଙ୍କର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଏଲନ ମସ୍କଙ୍କୁ ଜୋରଦାର ଝଟକା: ରୋକିଲା ଭାରତ

ଓ୍ବାଶିଂଟନ୍‌,୧୦।୬: ଏଲନ ମସ୍କଙ୍କୁ ଏକ ବଡ଼ ଝଟକା ଲାଗିଛି। ଭାରତ ସରକାର ଷ୍ଟାରଲିଙ୍କ ସେବା ଆରମ୍ଭ ପାଇଁ ଅନୁମୋଦନକୁ ବନ୍ଦ କରିଦେଇଛନ୍ତି। ଏହାର ଅର୍ଥ ହେଉଛି ଷ୍ଟାରଲିଙ୍କ…

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ, ଏବେ ଏହି ନାମରେ…

କୋଲକାତା,୧୦ା୬: ଶେଷରେ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଛି ‘ଧାମ’ ଶବ୍ଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧକ୍ରମେ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ସେ…

ଝିଅର ନିର୍ବନ୍ଧ ପୂର୍ବରୁ ହଠାତ୍‌ ଫେରାର୍‌ ହୋଇଗଲେ ମାଆ, ହ଼୍ବାଟସଆପ୍‌ ଷ୍ଟାଟସ୍‌ ଦେଖି ସ୍ୱାମୀ କାବା!

ମୁମ୍ୱାଇ,୧୦।୬: ଝିଅର ନିର୍ବନ୍ଧକୁ ଥିଲା ଆଉ ମାତ୍ର ୫ ଦିନ। ପ୍ରସ୍ତୁତିରେ ଲାଗିପଡ଼ିଥିଲା ପୂରା ପରିବାର। ନିର୍ବନ୍ଧ ପାଇଁ ସମ୍ପର୍କୀୟମାନେ ବି ଘରକୁ ଆସୁଥାନ୍ତି। ସେପଟେ ଚାଲିଥାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri