ଗାଈ ଚରାଉଛନ୍ତି ଜାତୀୟସ୍ତରର କବାଡ଼ି ଖେଳାଳି

ଜୟପୁର,୨୩ା୨(ନି.ପ୍ର.) ନୁଆଁଣିଆ ଟିଣ ଛପର ଘର ଖଣ୍ଡେ। ଆଉ ଏହାରି ମଧ୍ୟରେ ମା’-ବାପାଙ୍କ ସହ ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଜଣେ ଯୁବକ। କେତେବେଳେ ଘର କାମରେ ମାଆଙ୍କୁ ସହାୟତା କରୁଛନ୍ତି ତ ଆଉ କେତେବେଳେ ଚାଷକାମରେ ବାପାଙ୍କୁ ହାତ ବଢ଼େଇ ଦେଉଛନ୍ତି। ଅନେକ ସମୟରେ ଗାଁରେ ଗାଈ ଚରାଇବାଠାରୁ ଆରମ୍ଭ କରି ଜମିରେ ମାଟି ହାଣିବାରେ ତାଙ୍କ ସମୟ ବିତୁଛି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ, ଏ ସବୁ କାମରେ ନିୟୋଜିତ ହୋଇଥିବା ଯୁବକ ଜଣଙ୍କ ଦିନେ ଥିଲେ ଜାତୀୟ ସ୍ତରର କବାଡି ଖେଳାଳି। ସ୍କୁଲ ସ୍ତରରେ ରାଜ୍ୟ ଓ ବାହାରେ ଅନେକ କବାଡି ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ଓ ପ୍ରଶଂସା ସାଉଣ୍ଟିଥିଲେ। ଏପରିକି କବାଡି ଖେଳ ପାଇଁ ତାଙ୍କୁ ଅଧାରେ ପାଠ ବି ଛାଡ଼ିବାକୁ ପଡ଼ିଥିଲା। ଏହି ଯୁବକ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲା ବୈପାରୀଗୁଡ଼ା ବ୍ଳକ ଦିସାରିଗୁଡାର ଉମାକାନ୍ତ ଖରା। ଦୁର୍ଭାଗ୍ୟର କଥା ଯେଉଁ କବାଡି ପାଇଁ ନିଜର ସର୍ବସ୍ବ ଜଳାଞ୍ଜଳି ଦେଇଥିଲେ, ସେହି ଖେଳ ହଁି ତାଙ୍କୁ ଆଜି ପର କରି ଦେଇଛି। ପ୍ରାଥମିକ ଶିକ୍ଷା ନିଜ ଗାଁରେ ସାରିବା ପରେ ସ୍ଥାନୀୟ ବ୍ରାହ୍ମଣଗୁଡ଼ା ହାଇସ୍କୁଲରେ ନାଁ ଲେଖାଇଥିଲେ ଉମାକାନ୍ତ। ଆଉ ଏଠାରେ ଭଲ କବାଡି ଖେଳି ଜାତୀୟ ସ୍ତରରେ ନିଜକୁ ପରିଚିତ କରିପାରିଥିଲେ। ସ୍କୁଲସ୍ତରରେ ଜାତୀୟ କବାଡି ପ୍ରତିଯୋଗିତାରେ ଭାଗ ନେଇଥିଲେ ବି ସୁଯୋଗ ଓ ଅର୍ଥ ଅଭାବରୁ ଉଭୟ ଖେଳ ଓ ପାଠ ଅଧାରୁ ଛାଡ଼ିବାକୁ ପଡ଼ିଛି। ଏବେ ପୁରୁଣା ସାର୍ଟିଫିକେଟ ଓ ପୁରସ୍କାର ଦେଖି ସେ ନିଜ ମନକୁ ସାନ୍ତ୍ୱନା ଦେଉଛନ୍ତି। ନିରୁପାୟ ଉମାକାନ୍ତ ଦିନ ମଜୁରିଆ ସାଜିବାକୁ ବାଧ୍ୟ ହୋଇଛନ୍ତି। ଗାଈ ଚରାଇବା ଓ ଚାଷକାମ ସହ ଜୟପୁର ଡାକ୍ତରଖାନାରେ ସୁରକ୍ଷାକର୍ମୀ ଭାବେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କୁ ପରିଗଣନା ଫର୍ମ ବାଣ୍ଟିଲେ ଭଞ୍ଜନଗର ଉପଜିଲାପାଳ, ବିଏଲଓମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଏସ ଆଇ ଆର କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ରବିବାର ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର…

କେସିଙ୍ଗାରେ ଦଶମ-ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

କେସିଙ୍ଗା,୩୧ା୫(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଯୋଲକୋ ସ୍ଥିତ ବୌଦ୍ଧ ମଣ୍ଡପ ଠାରେ ଚଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୮୦ ପ୍ରତିଶତରୁ…

ଯୁବକଙ୍କ ଉପରେ ଚଢ଼ିଗଲା ହାଇଓ୍ବା; ଯୁବକ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବାଙ୍କୀ,୩୧ା୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ବୈଦେସ୍ଵର ଥାନା ଅନ୍ତର୍ଗତ ଖଳିପଲ୍ଲୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ…

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

ଦୁଇ ବର୍ଷର କାର୍ଯ୍ୟଦକ୍ଷତା ନେଇ ପ୍ରଧାନମନ୍ତ୍ରୀ ମାଗିଛନ୍ତି ତଥ୍ୟ: ମନମୋହନ କହିଲେ…

ଭୁବନେଶ୍ୱର,୩୧।୫: ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟଦକ୍ଷତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥ୍ୟ ମାଗିଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ଭାଜପା ସଭାପତି ମନମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri