Posted inଖେଳ

ଗଗନ ନାରଙ୍ଗ ଶୁଟିଂ ସେଣ୍ଟର ଆରମ୍ଭ: ସ୍କୁଲରୁ ପ୍ରତିଭା ଚିହ୍ନଟ କାର୍ଯ୍ୟ

ଭୁବନେଶ୍ୱର,୧୪।୧୧(ସ୍ପୋଟର୍‌ସ ବ୍ୟୁରୋ)- ବିର୍ଲା ଗଗନ ନାରଙ୍ଗ ହାଇ ପରଫର୍ମାନ୍ସ ସେଣ୍ଟର ଇନ୍‌ ଶୁଟିଂ ବୁଧବାର କାର୍ଯ୍ୟ କରିବା ଆରମ୍ଭ କରିଛି। ଗଗନ ନାରଙ୍ଗ ସ୍ପୋଟର୍‌ସ ପ୍ରମୋଶନ ଫାଉଣ୍ଡେଶନ ଓ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମିଳିତ ସହଭାଗିତାରେ ସ୍ଥାପନ ହୋଇଥିବା ଏହି ଶୁଟିଂ ସେଣ୍ଟର ‘ଓଡ଼ିଶା ଟାଲେଣ୍ଟ ଆଡପଶନ ପ୍ରୋଗ୍ରାମ(ଓଟିଏଫି)’ ବ୍ୟାନର ତଳେ ଆରମ୍ଭ ହୋଇଛି। ରାଜ୍ୟରେ ଶୁଟିଂର ପ୍ରଚାର, ପ୍ରସାର ଓ ବିକାଶ ପାଇଁ ଏହା କାର୍ଯ୍ୟ କରିବ। ଏହି ସେଣ୍ଟର ଦୁଇଟି ଅଭିମୁଖ୍ୟ ନେଇ କାର୍ଯ୍ୟ କରିବ।
ପ୍ରଥମଟି ହେଲା ଓଡ଼ିଶାର ଜାତୀୟସ୍ତରର ଆଥଲେଟ୍‌ ତଥା ରାଇଫଲ ଓ ଶୁଟରଙ୍କ ପାଇଁ ହାଇ ପରଫର୍ମାନ୍ସ ଟ୍ରେନିଂ କ୍ୟାମ୍ପ ଆୟୋଜନ କରିବା। ଏହା ଓଡ଼ିଶା ରାଇଫଲ ଆସୋସିଏଶନ (ଓଆଇଏ) ଏଥିରେ ସହଯୋଗ କରିବ। ଏହି ଜାତୀୟ ପ୍ରସ୍ତୁତି ଶିବିରରେ ଜାତୀୟ ଆଥଲେଟ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବ। ଭୋପାଳରେ ଆସନ୍ତା ଡିସେମ୍ବର ୭ରୁ ଜାନୁୟାରୀ ୩ ତାରିଖରେ ଆୟୋଜନ ହେବାକୁ ଥିବା ଜାତୀୟ ଶୁଟିଂ ଟୁର୍ନାମେଣ୍ଟକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତୁତି ଶିବିର ଆୟୋଜନ ହେବ।
ଦ୍ୱିତୀୟଟି ହେଲା, ପ୍ରତିଭା ଚିହ୍ନଟ ପ୍ରକ୍ରିୟା। ଏହା ଏବେ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ଚାଲୁ ରହିଛି। ୧୧ରୁ ୧୪ ବର୍ଷ ବୟସ ବର୍ଗରେ ମାନସିକ ଓ ଶାରୀରିକ ପରୀକ୍ଷା କରାଯାଇ ସ୍ବାଭାବିକ ଭାବେ ପ୍ରତିଭାଶାଳୀ ସ୍କୁଲ ଛାତ୍ରମାନଙ୍କୁ ଚିହ୍ନଟ କରାଯାଉଛି। ଏହି ପରୀକ୍ଷାରେ ବିଏମ୍‌ଆଇ, ୩ଡି କୋର୍ଡିନେଶନ, ମଶଲ ଷ୍ଟ୍ରେନ୍ଥ, ଫିଙ୍ଗର ଡେକ୍ସଟେରିଟି, ଫିଙ୍ଗର ଟାପ୍ପିଙ୍ଗ୍‌, ରିଆକ୍ସନ ଟାଇମ, ଆଡାପ୍ଟିଭ୍‌ ମାଟ୍ରିସେସ୍‌ ଟେଷ୍ଟ, ରିଆକ୍ଟିଭ ଷ୍ଟ୍ରେସ୍‌ ଟଲରେନ୍ସ ଓ ଟୁ ହାଣ୍ଡ କୋର୍ଡିନେସନ ସାମିଲ ରହିଛି। ଏବେ କିସ୍‌ରେ ୧୦୦୦ ପିଲାଙ୍କର ସାଇଣ୍ଟିଫିକ୍‌ ଟେଷ୍ଟ ଚାଲୁରହିଛି। ଭୁବନେଶ୍ୱର ବିଭିନ୍ନ ସ୍କୁଲରୁ ମୋଟ ୪,୦୦୦ ପିଲା ଓଟିଏପିର ପ୍ରତିଭା ଚିହ୍ନଟ ପରୀକ୍ଷାରେ ସାମିଲ ହେବେ। ଏମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ନୂଆ କରି ନିର୍ମାଣ କରାଯାଇଥିବା ୧୦ ମିଟର ଶୁଟିଂ ରେଞ୍ଜ୍‌ରେ ମାଗଣାରେ ପ୍ରଶିକ୍ଷଣ ଦିଆଯିବ।
ଏହି ପରୀକ୍ଷାରେ ସଫଳ ହୋଇଥିବା ପିଲାଙ୍କୁ ଶୁଟିଂ କ୍ରୀଡ଼ାରେ ସାମିଲ କରାଯିବ ବୋଲି ଗଗନ ନାରଙ୍ଗ ସ୍ପୋଟର୍‌ସ ପ୍ରମୋଶନ ଫାଉଣ୍ଡେଶନ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଗଗନ ନାରଙ୍ଗ କହିଛନ୍ତି। ସେହିପରି ଶୁଟିଂର ବିକାଶ ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବେ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି। ଇନ୍‌ଫୋ ଭ୍ୟାଲିର ୨୦ ଏକର ବିଶିଷ୍ଟ ସ୍ଥାନରେ ସ୍ଥାୟୀ ଶୁଟିଂ ରେଞ୍ଜ୍‌ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି। ଏହି ରେଞ୍ଜ୍‌ରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଶୁଟିଂ ପ୍ରତିଯୋଗିତା ଆୟୋଜନ ହେବ। ସେହିପରି ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ, ଆଦିତ୍ୟ ବିର୍ଲା ଗ୍ରୁପ୍‌ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମିଶ୍ର ମଧ୍ୟ ରାଜ୍ୟରେ ଶୁଟିଂର ବିକାଶ ନେଇ ନିଜର ଉତ୍ସାହ ପ୍ରକଟ କରିଛନ୍ତି। ଏବେ ରାଜ୍ୟର ଆଥଲେଟମାନେ ବିଭିନ୍ନ କ୍ରୀଡ଼ାରେ ଅନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶା ଏକାଧିକ ତାରକା ଶୁଟର ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଟ କରିଛନ୍ତି। ଉଲ୍ଲେଖଥାଉ କି, ୨୦୧୮ରେ ଏହି ଶୁଟିଂ ହାଇ ପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ନେଇ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri