Posted inଖେଳ

ଗଗନ ନାରଙ୍ଗ ଶୁଟିଂ ସେଣ୍ଟର ଆରମ୍ଭ: ସ୍କୁଲରୁ ପ୍ରତିଭା ଚିହ୍ନଟ କାର୍ଯ୍ୟ

ଭୁବନେଶ୍ୱର,୧୪।୧୧(ସ୍ପୋଟର୍‌ସ ବ୍ୟୁରୋ)- ବିର୍ଲା ଗଗନ ନାରଙ୍ଗ ହାଇ ପରଫର୍ମାନ୍ସ ସେଣ୍ଟର ଇନ୍‌ ଶୁଟିଂ ବୁଧବାର କାର୍ଯ୍ୟ କରିବା ଆରମ୍ଭ କରିଛି। ଗଗନ ନାରଙ୍ଗ ସ୍ପୋଟର୍‌ସ ପ୍ରମୋଶନ ଫାଉଣ୍ଡେଶନ ଓ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମିଳିତ ସହଭାଗିତାରେ ସ୍ଥାପନ ହୋଇଥିବା ଏହି ଶୁଟିଂ ସେଣ୍ଟର ‘ଓଡ଼ିଶା ଟାଲେଣ୍ଟ ଆଡପଶନ ପ୍ରୋଗ୍ରାମ(ଓଟିଏଫି)’ ବ୍ୟାନର ତଳେ ଆରମ୍ଭ ହୋଇଛି। ରାଜ୍ୟରେ ଶୁଟିଂର ପ୍ରଚାର, ପ୍ରସାର ଓ ବିକାଶ ପାଇଁ ଏହା କାର୍ଯ୍ୟ କରିବ। ଏହି ସେଣ୍ଟର ଦୁଇଟି ଅଭିମୁଖ୍ୟ ନେଇ କାର୍ଯ୍ୟ କରିବ।
ପ୍ରଥମଟି ହେଲା ଓଡ଼ିଶାର ଜାତୀୟସ୍ତରର ଆଥଲେଟ୍‌ ତଥା ରାଇଫଲ ଓ ଶୁଟରଙ୍କ ପାଇଁ ହାଇ ପରଫର୍ମାନ୍ସ ଟ୍ରେନିଂ କ୍ୟାମ୍ପ ଆୟୋଜନ କରିବା। ଏହା ଓଡ଼ିଶା ରାଇଫଲ ଆସୋସିଏଶନ (ଓଆଇଏ) ଏଥିରେ ସହଯୋଗ କରିବ। ଏହି ଜାତୀୟ ପ୍ରସ୍ତୁତି ଶିବିରରେ ଜାତୀୟ ଆଥଲେଟ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବ। ଭୋପାଳରେ ଆସନ୍ତା ଡିସେମ୍ବର ୭ରୁ ଜାନୁୟାରୀ ୩ ତାରିଖରେ ଆୟୋଜନ ହେବାକୁ ଥିବା ଜାତୀୟ ଶୁଟିଂ ଟୁର୍ନାମେଣ୍ଟକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତୁତି ଶିବିର ଆୟୋଜନ ହେବ।
ଦ୍ୱିତୀୟଟି ହେଲା, ପ୍ରତିଭା ଚିହ୍ନଟ ପ୍ରକ୍ରିୟା। ଏହା ଏବେ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ଚାଲୁ ରହିଛି। ୧୧ରୁ ୧୪ ବର୍ଷ ବୟସ ବର୍ଗରେ ମାନସିକ ଓ ଶାରୀରିକ ପରୀକ୍ଷା କରାଯାଇ ସ୍ବାଭାବିକ ଭାବେ ପ୍ରତିଭାଶାଳୀ ସ୍କୁଲ ଛାତ୍ରମାନଙ୍କୁ ଚିହ୍ନଟ କରାଯାଉଛି। ଏହି ପରୀକ୍ଷାରେ ବିଏମ୍‌ଆଇ, ୩ଡି କୋର୍ଡିନେଶନ, ମଶଲ ଷ୍ଟ୍ରେନ୍ଥ, ଫିଙ୍ଗର ଡେକ୍ସଟେରିଟି, ଫିଙ୍ଗର ଟାପ୍ପିଙ୍ଗ୍‌, ରିଆକ୍ସନ ଟାଇମ, ଆଡାପ୍ଟିଭ୍‌ ମାଟ୍ରିସେସ୍‌ ଟେଷ୍ଟ, ରିଆକ୍ଟିଭ ଷ୍ଟ୍ରେସ୍‌ ଟଲରେନ୍ସ ଓ ଟୁ ହାଣ୍ଡ କୋର୍ଡିନେସନ ସାମିଲ ରହିଛି। ଏବେ କିସ୍‌ରେ ୧୦୦୦ ପିଲାଙ୍କର ସାଇଣ୍ଟିଫିକ୍‌ ଟେଷ୍ଟ ଚାଲୁରହିଛି। ଭୁବନେଶ୍ୱର ବିଭିନ୍ନ ସ୍କୁଲରୁ ମୋଟ ୪,୦୦୦ ପିଲା ଓଟିଏପିର ପ୍ରତିଭା ଚିହ୍ନଟ ପରୀକ୍ଷାରେ ସାମିଲ ହେବେ। ଏମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ନୂଆ କରି ନିର୍ମାଣ କରାଯାଇଥିବା ୧୦ ମିଟର ଶୁଟିଂ ରେଞ୍ଜ୍‌ରେ ମାଗଣାରେ ପ୍ରଶିକ୍ଷଣ ଦିଆଯିବ।
ଏହି ପରୀକ୍ଷାରେ ସଫଳ ହୋଇଥିବା ପିଲାଙ୍କୁ ଶୁଟିଂ କ୍ରୀଡ଼ାରେ ସାମିଲ କରାଯିବ ବୋଲି ଗଗନ ନାରଙ୍ଗ ସ୍ପୋଟର୍‌ସ ପ୍ରମୋଶନ ଫାଉଣ୍ଡେଶନ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଗଗନ ନାରଙ୍ଗ କହିଛନ୍ତି। ସେହିପରି ଶୁଟିଂର ବିକାଶ ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବେ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି। ଇନ୍‌ଫୋ ଭ୍ୟାଲିର ୨୦ ଏକର ବିଶିଷ୍ଟ ସ୍ଥାନରେ ସ୍ଥାୟୀ ଶୁଟିଂ ରେଞ୍ଜ୍‌ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି। ଏହି ରେଞ୍ଜ୍‌ରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଶୁଟିଂ ପ୍ରତିଯୋଗିତା ଆୟୋଜନ ହେବ। ସେହିପରି ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ, ଆଦିତ୍ୟ ବିର୍ଲା ଗ୍ରୁପ୍‌ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମିଶ୍ର ମଧ୍ୟ ରାଜ୍ୟରେ ଶୁଟିଂର ବିକାଶ ନେଇ ନିଜର ଉତ୍ସାହ ପ୍ରକଟ କରିଛନ୍ତି। ଏବେ ରାଜ୍ୟର ଆଥଲେଟମାନେ ବିଭିନ୍ନ କ୍ରୀଡ଼ାରେ ଅନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶା ଏକାଧିକ ତାରକା ଶୁଟର ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଟ କରିଛନ୍ତି। ଉଲ୍ଲେଖଥାଉ କି, ୨୦୧୮ରେ ଏହି ଶୁଟିଂ ହାଇ ପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ନେଇ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri