ଗଇଲୋ ଅଞ୍ଚଳରେ ନରହନ୍ତା ଦନ୍ତା

ଢେଙ୍କାନାଳ ଅଫିସ, ୧୨।୫- ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତା ହାତୀକୁ ଶୁକ୍ରବାର ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ ଗଇଲୋ ଅଞ୍ଚଳରେ ଠାବ କରାଯାଇଛି। ଏହାକୁ ନେଇ ସାଧାରଣରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ତାଳଚେର ଅଞ୍ଚଳରେ ୫ଜଣଙ୍କ ଜୀବନ ନେବାପରେ ଟ୍ରାଙ୍କୁଲାଇଜ କରି ଉକ୍ତ ହାତୀର ଦାନ୍ତ କଟାଯାଇଥିଲା। ଏହାପରେ ହାତୀର ହିଂସ୍ର ଆଚରଣ କମିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ତଥାପି ହାତୀଟି ଜନବସତିରେ ପଶି ବ୍ୟାପକ କ୍ଷତି କରୁଛି। ଶୁକ୍ରବାର ସନ୍ଧ୍ୟାରେ ଉକ୍ତ ଦନ୍ତାହାତୀ ଓଡ଼ାପଡ଼ା ବ୍ଲକ ଗଇଲୋ ଅଞ୍ଚଳରେ ପଶିଥିଲା। ରାତିରେ ମେରାମଣ୍ଡଳୀ ଅଞ୍ଚଳରେ ଏକ ଘର ଭାଙ୍ଗିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଧନଜୀବନ ହାନି ଭୟରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତୀକୁ ତୁରନ୍ତ ଅନ୍ୟତ୍ର ଘଉଡ଼ାଇବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ରନାଥ ଦାସ କୁହନ୍ତି, ଦନ୍ତାହାତୀ ପରଜଙ୍ଗ ଅଞ୍ଚଳର ଡିହଡୋଳ, ଅନୁଗୋଳ ଜିଲା ସମେତ ଢେଙ୍କାନାଳ ସଦର ରେଞ୍ଜ ଅଧୀନ ଓଡ଼ାପଡ଼ା ବ୍ଲକ ଅଞ୍ଚଳରେ ଚଲାବୁଲା କରୁଛି। ବନ ବିଭାଗ କର୍ମଚାରୀ ହାତୀ ଗତିବିଧି ଉପରେ ନଜର ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ ହେବ ତ ଏମିତି: ବୌଦ୍ଧରେ ଧାନ ରୋଇଲେ, ଦାରିଙ୍ଗବାଡିରେ ଚର୍ଚ୍ଚା, ଦେଖନ୍ତୁ VIDEO

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ମାଟିର ପୁଅ ଯେତେବେଳେ କିଛି ଭଲ କାର୍ଯ୍ୟ କରି ଲୋକଲୋଚନକୁ ଆସେ, ସେତେବେଳେ କେବଳ ସେ ମାଟିର ସୁନା ପୁଅ ପାଇଁ ତାଙ୍କ ପରିବାର…

ସରକାରଙ୍କ ବଡ଼ ପଦକ୍ଷେପ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ

ଭୁବନେଶ୍ୱର,୨୧।୭: ରାଜ୍ୟ ସରକାର ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା…

ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ

ଭୁବନେଶ୍ୱର,୨୧।୭: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ UDISE+(Unified District Information System for Education Plus (UDISE+) ରିପୋର୍ଟରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ମୁତାବକ,…

ମହିଳା ସଶକ୍ତିକରଣ ଜରୁରୀ: ଶକ୍ତିଶ୍ରୀ ଯୋଜନା ମାଧ୍ୟମରେ…

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଶକ୍ତିଶ୍ରୀ ଯୋଜନା ମାଧ୍ୟମରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ଉପରେ ଏକ…

୧୬ କେଜି ଗଞ୍ଜେଇ ଜବତ, ୨ ଗିରଫ

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଅବକାରୀ ବିଭାଗ କର୍ମଚାରୀ ସୋମବାର ପୃଥକ୍‌ ସ୍ଥାନରେ ଚଢ଼ାଉ କରି ୧୬ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ଉତ୍ସାହିତ ଭାଜପା କର୍ମକର୍ତ୍ତା: ଗାଁ ଗାଁରେ ସରକାରୀ ଯୋଜନା ପହଞ୍ଚାଇବା ଲକ୍ଷ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ଏବେ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ଶାସନ କରୁଛି। ସେହିପରି କନ୍ଧମାଳ ସଂସଦୀୟ କ୍ଷେତ୍ର ମଧ୍ୟ ଭାଜପା ହାତରେ ରହିଛି। ଏହି ପ୍ରରିପ୍ରେକ୍ଷୀରେ…

ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଛତ୍ରପୁର,୨୧।୭(ଦିଲ୍ଲୀପ ସାମଲ/ଦ୍ଵାରୀକା ପଟ୍ଟନାୟକ): ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ମହାବିଦ୍ୟାଳୟରେ ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଦରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri