Posted inଖେଳ

ଖେଳରତ୍ନ ପାଇଁ ରୋହିତ, ନୀରଜଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୩୧ା୫ (ପି.ଟି.)-ମର୍ଯ୍ୟାଦାପୂର୍ଣ୍ଣ ଖେଳରତ୍ନ ପୁରସ୍କାର ପାଇଁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ତାରକା ଆଥଲେଟ୍‌ ନୀରଜ ଚୋପ୍ରାଙ୍କ ନାମ ସୁପାରିସ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ରୋହିତ ଏବଂ ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫଆଇ) ପକ୍ଷରୁ ନୀରଜଙ୍କ ନାମ ସୁପାରିସ କରାଯାଇଛି।
୨୦୧୯ରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ରେ ରୋହିତଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ଭାରତୀୟ ଟିମ୍‌ର ସବୁଠାରୁ ସିନିୟର ପେସ୍‌ ବୋଲର ଈଶାନ୍ତ ଶର୍ମାଙ୍କ ସହିତ ରୋହିତଙ୍କ ଓପନିଂ ପାର୍ଟନର ଶିଖର ଧାଓ୍ବନଙ୍କ ନାମ ପୁଣି ଥରେ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ବାମହାତୀ ବ୍ୟାଟ୍ସମ୍ୟାନ ଧାଓ୍ବନ ୨୦୧୮ରେ ଅର୍ଜୁନ ପୁରସ୍କାରରୁ ବଞ୍ଚତ୍ତ ହୋଇଥିଲେ। ମହିଳା ବିଭାଗରେ ବିସିସିଆଇ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ଗତ ୩ ବର୍ଷ ହେଲା ସେ ଉଭୟ ଅନ୍ତର୍ଜାତୀୟ ଦିନିକିଆ ଓ ଅନ୍ତର୍ଜାତୀୟ ଟି୨୦ରେ ସ୍ଥିର ପ୍ରଦର୍ଶନ କରିଆସୁଛନ୍ତି। ଏଏଫ୍‌ଆଇ ପକ୍ଷରୁ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ଭାବେ କେବଳ ୨୨ ବର୍ଷୀୟ ନୀରଜଙ୍କ ନାମ ପଠାଯାଇଛି। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିବାପରେ ୨୦୧୮ରେ ନୀରଜ ଅର୍ଜୁନ ପୁରସ୍କାର ପାଇଥିଲେ। ୨୦୧୮ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟ ପାଇଁ ୨୦୧୯ରେ ତାଙ୍କ ନାମ ଖେଳରନତ୍ ପୁରସ୍କାର ପାଇଁ ସୁପାରିସ କରାଯାଇଥିଲା।
ଅର୍ଜୁନ ଦୌଡ଼ରେ ଦୂତୀ
ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦଙ୍କ ନାମ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଏଫଆଇ ନିକଟକୁ ପଠାଯାଇଛି। ଗତବର୍ଷ ନାମ ପଠାଯିବାରେ ବିଳମ୍ବ ହେବାରୁ ଦୂତୀ ଏହି ପୁରସ୍କାର ଦୌଡ଼ରେ ସାମିଲ ହୋଇପାରି ନ ଥିଲେ। ଏଏଫ୍‌ଆଇ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ୨୦୧୯ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଦୂତୀ ୨୦୧୮ ଏସିଆନ ଗେମ୍ସର ଉଭୟ ୧୦୦ ଓ ୨୦୦ ମିଟରରେ ଗୋଟିଏ ଲେଖାଏ ରୌପ୍ୟ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ଆମିରଙ୍କୁ ମିଳୁନି ଭିଜା: ସମସ୍ୟାରେ ପାକିସ୍ତାନ କ୍ରିକେଟ ବୋର୍ଡ

ଲାହୋର,୬ା୫: ମହମ୍ମଦ ଆମିରଙ୍କ ଲାଗି ଭିଜା ସମସ୍ୟା ଦେଖା ଦେଇଛି। ଫଳରେ ଆୟର୍ଲାଣ୍ଡରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ଲାଗି ମଙ୍ଗଳବାର ପାକିସ୍ତାନ...

ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଚାଲିଛି ଆଗ-ପଛ: ଜାଣନ୍ତୁ କିଏ ଅଛନ୍ତି ଶୀର୍ଷରେ

ନୂଆଦିଲ୍ଲୀ,୬।୫:ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜନରେ ପଏଣ୍ଟ ଟେବୁଲରେ କୋଲକାତା ନାଇଟ ରାଇଡର୍ସ ଭଲ ପ୍ରଦର୍ଶନ କରୁଛନ୍ତି। କେକେଆର ଟେବୁଲରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ...

କ୍ରିକେଟ୍‌ ଖେଳୁଥିବାବେଳେ ପ୍ରାଇଭେଟ୍‌ ପାର୍ଟରେ ବାଜିଲା ବଲ୍‌: ପଡ଼ିଆରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ,୬।୫: ଆଜିକାଲି ଯୁବବର୍ଗଙ୍କୁ କ୍ରିକେଟ୍‌ ନିଶା ଘାରିଛି। କ୍ରିକେଟ୍‌ ଦେଖିବା ଏବଂ ଖେଳିବାକୁ ମଜା ଲାଗିଥାଏ। ବେଳେବେଳେ ଏହି ଖେଳ ବିପଜ୍ଜନକ ପ୍ରମାଣିତ ହୁଏ। କ୍ରିକେଟରେ...

ଧୋନୀଙ୍କୁ ବୋଲ୍ଡ କରି ଘୃଣାର ଶିକାର ହେଲେ ଏହି ବୋଲର

ଧର୍ମଶାଳା,୬।୫: ଆଇପିଏଲ ୨୦୨୪ର ୫୩ତମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଏବଂ ଚମତ୍କାର ଥିଲା। ଏହି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ ନୁହଁନ୍ତି ବରଂ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ।...

ସୁପରମ୍ୟାନ୍‌ ସାଜିଲେ ରମନଦୀପ: ଏମିତି କ୍ୟାଚ୍‌ ନେଲେ ସମସ୍ତେ ରହିଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ର ୫୪ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ କୋଲକାତା ଏକ ବଡ଼...

ଐତିହାସିକ ରେକର୍ଡ ହାସଲ କଲେ ସୁନୀଲ ନାରିନ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ପାଇଁ ବଲ ଅପେକ୍ଷା ସୁନୀଲ ନାରିନ ବ୍ୟାଟ ସହିତ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣ କରୁଛନ୍ତି। ଚଳିତ...

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ଏବଂ ପୁରୁଷ ୪X୪୦୦ ମିଟର ରିଲେ ଟିମ୍

ନୂଆଦିଲ୍ଲୀ,୬।୫: ସୋମବାର ବିଶ୍ୱ ଆଥଲେଟିକ୍ସ ରିଲେରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ଏବଂ ମହିଳା ୪X୪୦୦ ମିଟର ରିଲେ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ...

ଟି-୨୦ ବିଶ୍ୱକପ୍‌ବେଳେ ଆତଙ୍କବାଦୀ ଆକ୍ରମଣ ଧମକ: ବଢିଲା ଚିନ୍ତା

ନୂଆଦିଲ୍ଲୀ,୬।୫:ଆଇପିଏଲ ୨୦୨୪ ସିଜନ ପରେ ତୁରନ୍ତ ଜୁନ ୧ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ଅନେକ ଦଳ ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri