Posted inଖେଳ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ପ୍ରତିଯୋଗୀଙ୍କ ଦ୍ୱାରା ଟ୍ରଫି ଉନ୍ମୋଚିତ

ଭୁବନେଶ୍ୱର, ୨୦।୨ (ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି)ର ପ୍ରଥମ ସଂସ୍କରଣ ଶନିବାରଠାରୁ ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହେବ। ଏଥିପୂର୍ବରୁ ଶୁକ୍ରବାର କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉତ୍ସବ ମଧ୍ୟରେ ଏହାର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଗୁରୁବାର ଏହି ପ୍ରତିଯୋଗିତାର ଟ୍ରଫି ଔପଚାରିକ ଭାବେ ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ କିଟ୍‌ କ୍ୟାମ୍ପସ ରଗ୍‌ବୀ ଗ୍ରାଉଣ୍ଡରେ ଅନୁଷ୍ଠିତ ଟ୍ରଫି ଉନ୍ମୋଚନ ଉତ୍ସବରେ ମହୀଶୂର ବିଶ୍ୱବିଦ୍ୟାଳୟ ଓ ଲକ୍ଷ୍ମୀବାଇ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକାଲ ଏଜୁକେଶନ (ଗ୍ବାଲିୟର)ର ଛାତ୍ରୀଛାତ୍ରମାନେ ଏହି ଟ୍ରଫିକୁ ଉନ୍ମୋଚନ କରିଥିଲେ। ମହୀଶୂର ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାଗ୍ୟଶ୍ରୀ, ପ୍ରିୟଙ୍କା ଓ ବୈଷ୍ଣବୀ ଏବଂ ଲକ୍ଷ୍ମୀବାଇ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକାଲ ଏଜୁକେଶନ ପକ୍ଷରୁ ହିମାଂଶୁୀ ଯାଦବ, ବିନାୟକ କୁମାର ଓ ପଙ୍କଜ ବୋରା ଉପସ୍ଥିତ ରହିଥିଲେ। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣରେ ଅଂଶଗ୍ରହଣ କରିଥିବାରୁ ପ୍ରିୟଙ୍କା ବେଶ୍‌ ଉତ୍ସାହିତ ଥିଲେ। ଏଭଳି ଏକ ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିଥିବାରୁ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏଥିସହ ଭବିଷ୍ୟତରେ ଏଥିରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ବାହାରି ପାରିବେ ବୋଲି ଭଲିବଲରେ ଭାଗନେବାକୁ ଆସିଥିବା ପ୍ରିୟଙ୍କା ଏହା ଆଶାବ୍ୟକ୍ତ କରିଛନ୍ତି।
୧୭ କ୍ରୀଡ଼ାରେ ଭାଗନେବେ ୩୩୪୩ ଆଥ୍‌ଲେଟ:
ଫେବୃୟାରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ କେଆଇୟୁଜିର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ ଭାରତର ପାଖାପାଖି ୧୦୦ ବିଶ୍ୱବିଦ୍ୟାଳୟରୁ ୩୩୪୩ ଛାତ୍ରୀଛାତ୍ର ଅଂଶଗ୍ରହଣ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଯେଉଁଥିରେ ୧୬୦୫ ଛାତ୍ରୀ ଓ ୧୭୩୮ ଛାତ୍ର ସାମିଲ ରହିଛନ୍ତି। ପ୍ରତିଯୋଗୀଙ୍କ ବ୍ୟତୀତ ଟେକ୍ନିକାଲ ଓ ସପୋର୍ଟିଂ ଷ୍ଟାଫ୍‌ ମଧ୍ୟ ଦଳ ସହ ଆସିଛନ୍ତି। ସେହିଭଳି ମୋଟ୍‌ ୧୭ଟି କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଗୁଡ଼ିକ ମଧ୍ୟରେ ତୀରନ୍ଦାଜ, ଆଥ୍‌ଲେଟିକ୍ସ, ବକ୍ସିଂ, ଫେନସିଂ, ଜୁଡୋ, ସୁଇମିଂ, ଭାରୋତ୍ତୋଳନ ଓ କୁସ୍ତିରେ ପ୍ର୍‌ତିଯୋଗୀମାନେ ବ୍ୟକ୍ତିଗତ ଭାବେ ଭାଗ ନେଇପାରିବେ। ସେହିଭଳି ଟିମ୍‌ ଇଭେଣ୍ଟରେ ବ୍ୟାଡ୍‌ମିଣ୍ଟନ, ବାସ୍କେଟବଲ, ଫୁଟ୍‌ବଲ, ହକି, ଟେବୁଲ ଟେନିସ, ଟେନିସ, ଭଲିବଲ୍‌, ରଗ୍‌ବୀ ଓ କବାଡ଼ି ସାମିଲ ରହିଛି।
୧୦ଟି ସ୍ଥାନରେ ଖେଳ
ଭୁବନେଶ୍ୱର ଓ କଟକରେ ମିଳିତ ଭାବେ କେଆଇୟୁଜିର ପ୍ରତିଯୋଗିତାଗୁଡ଼ିକ ଅନୁଷ୍ଠିତ ହେବ। ଉଭୟ ସହରର ମୋଟ୍‌ ୧୦ଟି ସ୍ଥାନରେ ଇଭେଣ୍ଟ ଖେଳାଯିବ। କିଟ୍‌ ପ୍ରତିଯୋଗିତାର ମୁଖ୍ୟ ସେଣ୍ଟର ରହିଛି। ସେଗୁଡ଼ିକ ମଧ୍ୟରେ କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ ରହିଥିବାବେଳେ ଭୁବନେଶ୍ୱରରୁ କଳିଙ୍ଗ ଷ୍ଟାଡିୟମ, ସହିଦ୍‌ ନଗର ସ୍ପୋଟର୍‌ସ ହଲ୍‌, କିଟ୍‌ରୁ କ୍ୟାମ୍ପସ ୫, ୮,୯, ୧୩ରେ ବିଭିନ୍ନ ଇଭେଣ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?