ଖାଦ୍ୟ ବିପ୍ଳବ

ବିଶ୍ୱରେ ୧୯୧୮-୧୯ରେ ସ୍ପାନିସ୍‌ ଫ୍ଲୁ ବେଳେ ଯେଉଁସବୁ ଦେଶରେ ମୃତ୍ୟୁ ଘଟିଥିଲା, ତା’ର ସ୍ପଷ୍ଟ ତଥ୍ୟ ଇତିହାସରେ ଲିପିବଦ୍ଧ ହୋଇ ରହିଛି। ସେତେବେଳେ ଭାରତରେ ୧ କୋଟି ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା ବୋଲି ବ୍ରିଟିଶ ସରକାର ଚରିତ୍ରଗତ ଭାବେ ସତ୍ୟ ପ୍ରକାଶ କରିଥିଲେ। ଏବେ କୋଭିଡ୍‌-୧୯ ସଂକ୍ରମଣରେ ଭାରତର ବାସ୍ତବ ତଥ୍ୟ ପାଇବା ଅସମ୍ଭବ ହୋଇପଡ଼ିଲାଣି। ପ୍ରଥମେ କୁହାଗଲା ଚାଇନାର ଉହାନ ଅଞ୍ଚଳରେ ଘଟୁଥିବା ମୃତ୍ୟୁକୁ ସେହି ଦେଶର ଏକଚ୍ଛତ୍ରବାଦୀ ସରକାର ସବୁଆଡୁ ଲୁକ୍କାୟିତ ରଖିଲେ। ପରିସ୍ଥିତି ଅସମ୍ଭାଳ ହେଲାରୁ କିଛି ତଥ୍ୟ ପ୍ରକାଶ ପାଇଲା। ଅନୁରୂପ ଭାବେ ଏବେ ରୁଷିଆରେ ସଂକ୍ରମଣ ସ୍ତର ବୃଦ୍ଧିପାଇବା ସହିତ ଏଇ ସମୟ ମଧ୍ୟରେ ମୃତ୍ୟୁହାର ଅନେକ ପରିମାଣରେ ବଢ଼ିଯାଇଛି। ‘ନ୍ୟୁୟର୍କ ଟାଇମ୍ସ’ ଖବରକାଗଜ ଅନୁଯାୟୀ କେବଳ ରାଜଧାନୀ ମସ୍କୋରେ ଅନ୍ୟ ସମୟ ତୁଳନାରେ ଏହି ସମୟରେ ୧୭ ଶହ ଅଧିକ ମୃତ୍ୟୁ ଘଟିଛି। ଏହା ଗୋଟିଏ ମାତ୍ର ସହରର ତଥ୍ୟ। ସେହିଭଳି ଭାରତରେ ପ୍ରକୃତ ତଥ୍ୟ ପାଇବା ଏକ ଅସମ୍ଭବ ବ୍ୟାପାର ହୋଇପଡ଼ିଲାଣି। ପୂର୍ବରୁ ଶୁଣାଯାଇଥିଲା ଜିଡିପି ହାର, ବେକାରି ସଂଖ୍ୟା ଏବଂ ସରକାରଙ୍କ ଅନ୍ୟ ତଥ୍ୟ ସବୁ ଗୋଳମାଳିଆ କରି ରଖାଯାଇଛି, ଯଦ୍ଦ୍ବାରା ଦେଶବାସୀ ବାସ୍ତବ ଚିତ୍ର ଜାଣିପାରିବେ ନାହିଁ। ତଥ୍ୟ ଏବଂ ପରିସଂଖ୍ୟାନ ଉପରେ ଗବେଷଣା କରୁଥିବା ସରକାରୀ କର୍ତ୍ତୃପକ୍ଷ ସତ କହିକରି ଚାକିରିରୁ ବିଦା ହେବାର ଉଦାହରଣ ମଧ୍ୟ ରହିଛି।
ଷ୍ଟାଟିଷ୍ଟିକା ଡଟ୍‌ କମ୍‌ ସାଇଟ୍‌ ଅନୁଯାୟୀ ସର୍ବାଧିକ କୋଭିଡ୍‌-୧୯ ପରୀକ୍ଷା ସ୍ପେନ୍‌, ପର୍ତ୍ତୃଗାଲ ଏବଂ ବେଲ୍‌ଜିୟମ୍‌ରେ ହେଉଛି, ଯେଉଁଥିରେ ସେହିସବୁ ଦେଶର ଜନସଂଖ୍ୟାର ପ୍ରତି ନିୟୁତ ପିଛା ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଟେଷ୍ଟିଂ କରାଯାଉଛି। ଅନ୍ୟପଟେ ମେକ୍ସିକୋ, ଭାରତ ଏବଂ ପାକିସ୍ତାନରେ ଏକ ନିୟୁତ ଜନସଂଖ୍ୟାରେ ମାତ୍ର ହଜାରେ ଟେଷ୍ଟିଂ କରାଯାଉଛି। ଏହିଭଳି ତଥ୍ୟକୁ ଭିତ୍ତିକରି ଆମ ସରକାର ଯେଉଁସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ପ୍ରକୃତ ପରିସ୍ଥିତି ଉପରେ ଆଧାରିତ ହେଉନାହିଁ। ସେଥିପାଇଁ ଧାରଣା ସୃଷ୍ଟି ହେଉଛି ଯେ, ସବୁ ପଦକ୍ଷେପ ଭୁଲ୍‌ ହୋଇଯାଉଛି।
ଏଠାରେ ଭାରତର ଆଭିମୁଖ୍ୟ କେଉଁଭଳି ତ୍ରୁଟିପୂର୍ଣ୍ଣ ତାହା ବିଚାରଯୋଗ୍ୟ। ୧୨ ମେ’ ରାତି ୮ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବା ବେଳେ ୪.୦ ଲକ୍‌ଡାଉନ୍‌ ସମ୍ପର୍କରେ ସଂକେତ ଦେଇଛନ୍ତି। ୧୮ ମେ’ରୁ ନୂଆ ଗାଇଡ୍‌ଲାଇନ ସହ ଲକ୍‌ଡାଉନ୍‌ ୪ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଆହୁରି କେତେକ କଟକଣା କୋହଳ କରାଯିବ। ଏ ସମ୍ପର୍କିତ ତଥ୍ୟ ନେଇ ଦେଶବାସୀଙ୍କୁ ୧୮ ମେ’ ପୂର୍ବରୁ ଅବଗତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏହି ଘୋଷଣା କଲାବେଳେ ମନେହେଉଥିଲା ସତେ ଯେପରି ସମ୍ପୂର୍ଣ୍ଣ ଭାବେ ଧନୀ ଶିଳ୍ପପତିଙ୍କ ପାଖକୁ ଏହା ଯାଇପାରେ। ଗରିବଙ୍କ ସକାଶେ କିଛି ଦିନର ଖାଦ୍ୟ ବ୍ୟବସ୍ଥା ସେଥିରେ ରହିଥାଇପାରେ। କୁହାଗଲା ଦେଶର ପରବର୍ତ୍ତୀ ସମୟ ପାଇଁ ରୋଡ୍‌ମ୍ୟାପ୍‌ ଦେବେ ପ୍ରଧାନମନ୍ତ୍ରୀ। କିନ୍ତୁ ସେହି ନକ୍ସା ଦେଶବାସୀ ତାଙ୍କ ଭାଷଣରୁ ପାଇପାରିଲେ ବୋଲି ବିଶ୍ୱାସ ହେଉନାହିଁ। ତେବେ ଅପେକ୍ଷା ରହିଲା ସୁଫଳ ପାଇବାକୁ।
ବିନା ଦ୍ୱନ୍ଦ୍ୱରେ କହିହେବ ଯେ, ୨୪ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଲକ୍‌ଡାଉନ ଇତିମଧ୍ୟରେ ଭାରତର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇ ସାରିଲାଣି। ‘ମେକ୍‌ ଇନ୍‌ ଇଣ୍ଡିଆ’ ଭଳି ସରକାରୀ ଯୋଜନା କେବଳ ବାହୁସ୍ଫୋଟରେ ରହିଗଲା ବୋଲି ଆମର କର୍ପୋରେଟ ଜଗତ ଦୋକାନୀ ହେବା ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ଉତ୍ପାଦନ କରିବାର କ୍ଷମତା ରଖିନାହିଁ। ସବୁ ଶିଳ୍ପପତି ଏବଂ ଦୋକାନୀ ଚିନ୍ତିତ ଯେ, ଏବେ ଚାଇନାରୁ ସାମଗ୍ରୀ ଆସିବା ବନ୍ଦ ହୋଇଯାଇଥିବାରୁ ସେମାନଙ୍କର ବ୍ୟବସାୟ ଚାଲିବ କିପରି। ଅର୍ଥାତ୍‌ ଚାଇନା ଉପରେ ଭାରତର ବ୍ୟବସାୟିକ ଗୋଷ୍ଠୀ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ। ସେହି ଅକର୍ମା ଭାରତୀୟ ବ୍ୟବସାୟୀ ଗୋଷ୍ଠୀ ପାଇଁ ସରକାର ନୀତି ସୃଷ୍ଟି କରିବା ସକାଶେ ବ୍ୟସ୍ତ ଥିବା ବେଳେ କରୋନା ଭାଇରସ୍‌ର ଦ୍ୱିତୀୟ ପର୍ଯ୍ୟାୟ ଆସିବାର ସବୁ ଆଶଙ୍କା ରହିଛି। ସେଭଳି ପରିସ୍ଥିତି ଘଟିଲେ ଭାରତରେ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ମଧ୍ୟ ସୃଷ୍ଟି ହେଲାଣି।
ଅନ୍ୟ ଏକ ଚିନ୍ତା ମନକୁ ଆସୁଛି। ଭାରତୀୟ ବ୍ୟବସାୟୀମାନେ ଡିମାଣ୍ଡ-ସପ୍ଲାଏ ବା ଚାହିଦା-ଯୋଗାଣ ବ୍ୟବସ୍ଥାରେ ନିଜର ବ୍ୟବସାୟ ବୃଦ୍ଧି କରିଆସୁଛନ୍ତି। ସରକାର ସେହି ଗୋଷ୍ଠୀର ବୋଲକରା ହୋଇ ରହିଥିବା ବେଳେ କୃଷିକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିରଖିଛି। ଯଦି କୃଷକ ତା’ର ଉତ୍ପାଦ ବିକ୍ରି କରିବାରେ ଅସଫଳ ହୋଇ ମନସ୍ଥ କରିନେବ ଯେ ଡିମାଣ୍ଡ ବା ଚାହିଦା ହ୍ରାସ ପାଉଥିବାରୁ ସପ୍ଲାଏ ବା ଯୋଗାଣ ମଧ୍ୟ କମ୍‌ କରିଦେବ, ତେବେ ଦେଶର ପରିସ୍ଥିତି କେତେ ଭୟଙ୍କର ହେବ ବୁଝାପଡ଼ୁଛି। ଯେତେବେଳେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦକମାନେ ସେମାନଙ୍କ ଉତ୍ପାଦନ ହ୍ରାସ କରିଦେଇଛନ୍ତି, କାରଣ ଶିଳ୍ପ ଚାଲୁ ନ ଥିବାରୁ ଚାହିଦା କମିଛି, ସେତେବେଳେ ସରକାର ସେହି ବିଦ୍ୟୁତ୍‌ ଉତ୍ପାଦକମାନଙ୍କ ଚାପରେ ଅନେକ କିଛି ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଚିନ୍ତା କରୁଛନ୍ତି। ସେଭଳି ପରିସ୍ଥିତି କୃଷକମାନେ ଖାଦ୍ୟ ସାମଗ୍ରୀ ପାଇଁ ସୃଷ୍ଟି କରିପାରିଲେ, ସରକାରଙ୍କ ବେକ ମୋଡ଼ି ହେବ ଓ ସେମାନଙ୍କ କଥା ଶୁଣିବାକୁ ସରକାର ବାଧ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri