ଖାଦ୍ୟ ବିପ୍ଳବ

ବିଶ୍ୱରେ ୧୯୧୮-୧୯ରେ ସ୍ପାନିସ୍‌ ଫ୍ଲୁ ବେଳେ ଯେଉଁସବୁ ଦେଶରେ ମୃତ୍ୟୁ ଘଟିଥିଲା, ତା’ର ସ୍ପଷ୍ଟ ତଥ୍ୟ ଇତିହାସରେ ଲିପିବଦ୍ଧ ହୋଇ ରହିଛି। ସେତେବେଳେ ଭାରତରେ ୧ କୋଟି ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା ବୋଲି ବ୍ରିଟିଶ ସରକାର ଚରିତ୍ରଗତ ଭାବେ ସତ୍ୟ ପ୍ରକାଶ କରିଥିଲେ। ଏବେ କୋଭିଡ୍‌-୧୯ ସଂକ୍ରମଣରେ ଭାରତର ବାସ୍ତବ ତଥ୍ୟ ପାଇବା ଅସମ୍ଭବ ହୋଇପଡ଼ିଲାଣି। ପ୍ରଥମେ କୁହାଗଲା ଚାଇନାର ଉହାନ ଅଞ୍ଚଳରେ ଘଟୁଥିବା ମୃତ୍ୟୁକୁ ସେହି ଦେଶର ଏକଚ୍ଛତ୍ରବାଦୀ ସରକାର ସବୁଆଡୁ ଲୁକ୍କାୟିତ ରଖିଲେ। ପରିସ୍ଥିତି ଅସମ୍ଭାଳ ହେଲାରୁ କିଛି ତଥ୍ୟ ପ୍ରକାଶ ପାଇଲା। ଅନୁରୂପ ଭାବେ ଏବେ ରୁଷିଆରେ ସଂକ୍ରମଣ ସ୍ତର ବୃଦ୍ଧିପାଇବା ସହିତ ଏଇ ସମୟ ମଧ୍ୟରେ ମୃତ୍ୟୁହାର ଅନେକ ପରିମାଣରେ ବଢ଼ିଯାଇଛି। ‘ନ୍ୟୁୟର୍କ ଟାଇମ୍ସ’ ଖବରକାଗଜ ଅନୁଯାୟୀ କେବଳ ରାଜଧାନୀ ମସ୍କୋରେ ଅନ୍ୟ ସମୟ ତୁଳନାରେ ଏହି ସମୟରେ ୧୭ ଶହ ଅଧିକ ମୃତ୍ୟୁ ଘଟିଛି। ଏହା ଗୋଟିଏ ମାତ୍ର ସହରର ତଥ୍ୟ। ସେହିଭଳି ଭାରତରେ ପ୍ରକୃତ ତଥ୍ୟ ପାଇବା ଏକ ଅସମ୍ଭବ ବ୍ୟାପାର ହୋଇପଡ଼ିଲାଣି। ପୂର୍ବରୁ ଶୁଣାଯାଇଥିଲା ଜିଡିପି ହାର, ବେକାରି ସଂଖ୍ୟା ଏବଂ ସରକାରଙ୍କ ଅନ୍ୟ ତଥ୍ୟ ସବୁ ଗୋଳମାଳିଆ କରି ରଖାଯାଇଛି, ଯଦ୍ଦ୍ବାରା ଦେଶବାସୀ ବାସ୍ତବ ଚିତ୍ର ଜାଣିପାରିବେ ନାହିଁ। ତଥ୍ୟ ଏବଂ ପରିସଂଖ୍ୟାନ ଉପରେ ଗବେଷଣା କରୁଥିବା ସରକାରୀ କର୍ତ୍ତୃପକ୍ଷ ସତ କହିକରି ଚାକିରିରୁ ବିଦା ହେବାର ଉଦାହରଣ ମଧ୍ୟ ରହିଛି।
ଷ୍ଟାଟିଷ୍ଟିକା ଡଟ୍‌ କମ୍‌ ସାଇଟ୍‌ ଅନୁଯାୟୀ ସର୍ବାଧିକ କୋଭିଡ୍‌-୧୯ ପରୀକ୍ଷା ସ୍ପେନ୍‌, ପର୍ତ୍ତୃଗାଲ ଏବଂ ବେଲ୍‌ଜିୟମ୍‌ରେ ହେଉଛି, ଯେଉଁଥିରେ ସେହିସବୁ ଦେଶର ଜନସଂଖ୍ୟାର ପ୍ରତି ନିୟୁତ ପିଛା ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଟେଷ୍ଟିଂ କରାଯାଉଛି। ଅନ୍ୟପଟେ ମେକ୍ସିକୋ, ଭାରତ ଏବଂ ପାକିସ୍ତାନରେ ଏକ ନିୟୁତ ଜନସଂଖ୍ୟାରେ ମାତ୍ର ହଜାରେ ଟେଷ୍ଟିଂ କରାଯାଉଛି। ଏହିଭଳି ତଥ୍ୟକୁ ଭିତ୍ତିକରି ଆମ ସରକାର ଯେଉଁସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ପ୍ରକୃତ ପରିସ୍ଥିତି ଉପରେ ଆଧାରିତ ହେଉନାହିଁ। ସେଥିପାଇଁ ଧାରଣା ସୃଷ୍ଟି ହେଉଛି ଯେ, ସବୁ ପଦକ୍ଷେପ ଭୁଲ୍‌ ହୋଇଯାଉଛି।
ଏଠାରେ ଭାରତର ଆଭିମୁଖ୍ୟ କେଉଁଭଳି ତ୍ରୁଟିପୂର୍ଣ୍ଣ ତାହା ବିଚାରଯୋଗ୍ୟ। ୧୨ ମେ’ ରାତି ୮ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବା ବେଳେ ୪.୦ ଲକ୍‌ଡାଉନ୍‌ ସମ୍ପର୍କରେ ସଂକେତ ଦେଇଛନ୍ତି। ୧୮ ମେ’ରୁ ନୂଆ ଗାଇଡ୍‌ଲାଇନ ସହ ଲକ୍‌ଡାଉନ୍‌ ୪ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଆହୁରି କେତେକ କଟକଣା କୋହଳ କରାଯିବ। ଏ ସମ୍ପର୍କିତ ତଥ୍ୟ ନେଇ ଦେଶବାସୀଙ୍କୁ ୧୮ ମେ’ ପୂର୍ବରୁ ଅବଗତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏହି ଘୋଷଣା କଲାବେଳେ ମନେହେଉଥିଲା ସତେ ଯେପରି ସମ୍ପୂର୍ଣ୍ଣ ଭାବେ ଧନୀ ଶିଳ୍ପପତିଙ୍କ ପାଖକୁ ଏହା ଯାଇପାରେ। ଗରିବଙ୍କ ସକାଶେ କିଛି ଦିନର ଖାଦ୍ୟ ବ୍ୟବସ୍ଥା ସେଥିରେ ରହିଥାଇପାରେ। କୁହାଗଲା ଦେଶର ପରବର୍ତ୍ତୀ ସମୟ ପାଇଁ ରୋଡ୍‌ମ୍ୟାପ୍‌ ଦେବେ ପ୍ରଧାନମନ୍ତ୍ରୀ। କିନ୍ତୁ ସେହି ନକ୍ସା ଦେଶବାସୀ ତାଙ୍କ ଭାଷଣରୁ ପାଇପାରିଲେ ବୋଲି ବିଶ୍ୱାସ ହେଉନାହିଁ। ତେବେ ଅପେକ୍ଷା ରହିଲା ସୁଫଳ ପାଇବାକୁ।
ବିନା ଦ୍ୱନ୍ଦ୍ୱରେ କହିହେବ ଯେ, ୨୪ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଲକ୍‌ଡାଉନ ଇତିମଧ୍ୟରେ ଭାରତର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇ ସାରିଲାଣି। ‘ମେକ୍‌ ଇନ୍‌ ଇଣ୍ଡିଆ’ ଭଳି ସରକାରୀ ଯୋଜନା କେବଳ ବାହୁସ୍ଫୋଟରେ ରହିଗଲା ବୋଲି ଆମର କର୍ପୋରେଟ ଜଗତ ଦୋକାନୀ ହେବା ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ଉତ୍ପାଦନ କରିବାର କ୍ଷମତା ରଖିନାହିଁ। ସବୁ ଶିଳ୍ପପତି ଏବଂ ଦୋକାନୀ ଚିନ୍ତିତ ଯେ, ଏବେ ଚାଇନାରୁ ସାମଗ୍ରୀ ଆସିବା ବନ୍ଦ ହୋଇଯାଇଥିବାରୁ ସେମାନଙ୍କର ବ୍ୟବସାୟ ଚାଲିବ କିପରି। ଅର୍ଥାତ୍‌ ଚାଇନା ଉପରେ ଭାରତର ବ୍ୟବସାୟିକ ଗୋଷ୍ଠୀ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ। ସେହି ଅକର୍ମା ଭାରତୀୟ ବ୍ୟବସାୟୀ ଗୋଷ୍ଠୀ ପାଇଁ ସରକାର ନୀତି ସୃଷ୍ଟି କରିବା ସକାଶେ ବ୍ୟସ୍ତ ଥିବା ବେଳେ କରୋନା ଭାଇରସ୍‌ର ଦ୍ୱିତୀୟ ପର୍ଯ୍ୟାୟ ଆସିବାର ସବୁ ଆଶଙ୍କା ରହିଛି। ସେଭଳି ପରିସ୍ଥିତି ଘଟିଲେ ଭାରତରେ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ମଧ୍ୟ ସୃଷ୍ଟି ହେଲାଣି।
ଅନ୍ୟ ଏକ ଚିନ୍ତା ମନକୁ ଆସୁଛି। ଭାରତୀୟ ବ୍ୟବସାୟୀମାନେ ଡିମାଣ୍ଡ-ସପ୍ଲାଏ ବା ଚାହିଦା-ଯୋଗାଣ ବ୍ୟବସ୍ଥାରେ ନିଜର ବ୍ୟବସାୟ ବୃଦ୍ଧି କରିଆସୁଛନ୍ତି। ସରକାର ସେହି ଗୋଷ୍ଠୀର ବୋଲକରା ହୋଇ ରହିଥିବା ବେଳେ କୃଷିକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିରଖିଛି। ଯଦି କୃଷକ ତା’ର ଉତ୍ପାଦ ବିକ୍ରି କରିବାରେ ଅସଫଳ ହୋଇ ମନସ୍ଥ କରିନେବ ଯେ ଡିମାଣ୍ଡ ବା ଚାହିଦା ହ୍ରାସ ପାଉଥିବାରୁ ସପ୍ଲାଏ ବା ଯୋଗାଣ ମଧ୍ୟ କମ୍‌ କରିଦେବ, ତେବେ ଦେଶର ପରିସ୍ଥିତି କେତେ ଭୟଙ୍କର ହେବ ବୁଝାପଡ଼ୁଛି। ଯେତେବେଳେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦକମାନେ ସେମାନଙ୍କ ଉତ୍ପାଦନ ହ୍ରାସ କରିଦେଇଛନ୍ତି, କାରଣ ଶିଳ୍ପ ଚାଲୁ ନ ଥିବାରୁ ଚାହିଦା କମିଛି, ସେତେବେଳେ ସରକାର ସେହି ବିଦ୍ୟୁତ୍‌ ଉତ୍ପାଦକମାନଙ୍କ ଚାପରେ ଅନେକ କିଛି ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଚିନ୍ତା କରୁଛନ୍ତି। ସେଭଳି ପରିସ୍ଥିତି କୃଷକମାନେ ଖାଦ୍ୟ ସାମଗ୍ରୀ ପାଇଁ ସୃଷ୍ଟି କରିପାରିଲେ, ସରକାରଙ୍କ ବେକ ମୋଡ଼ି ହେବ ଓ ସେମାନଙ୍କ କଥା ଶୁଣିବାକୁ ସରକାର ବାଧ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri