ଖଣି ଅଞ୍ଚଳରେ ଛାତ୍ରୀଛାତ୍ରଙ୍କ ସ୍ବତନ୍ତ୍ର ବସ୍‌ ସେବା ବିପର୍ଯ୍ୟସ୍ତ : ଫିଟ୍‌ନେସ୍‌ ନ ଥିବା ବସ୍‌ରେ କରୁଛନ୍ତି ଯାତ୍ରା

କାଳିଆପାଣି,୧୩ା୯(ଡି.ଏନ୍‌.ଏ.)- ସୁକିନ୍ଦା ଖଣି ଅଞ୍ଚଳରେ କଲେଜ ଛାତ୍ରୀଛାତ୍ରଙ୍କ ଯାତାୟତ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ବସ୍‌ ସେବା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ଖଣି ମାଲିକଙ୍କ ଅର୍ଥରେ ୩ଟି ବସ୍‌ ଛାତ୍ରୀଛାତ୍ରଙ୍କ ଯାତାୟାତ ପାଇଁ ବ୍ୟବହାର କରାଯାଉଛି। ସେଥିରୁ ଗୋଟିଏର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନ ଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ବର୍ଷ ହେବ ବସ୍‌ଟି ଅଞ୍ଚଳରେ ଛାତ୍ରୀଛାତ୍ରଙ୍କୁ ନବାଆଣିବା କରୁଥିବା ଜଣାପଡିଛି। ନୂତନ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ସବୁଠି ଆଇନକୁ କଡ୍ଡାକଡି ପାଳନ କରାଯାଉଛି। ହେଲେ ଛାତ୍ରୀଛାତ୍ରଙ୍କ ଯାତାୟାତରେ ବ୍ୟବହୃତ ଉକ୍ତ ବସ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ଆଇନ ପରିଧି ଭିତରେ ନ ଆସିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକାଶ ଯେ, କାଳିଆପାଣି ଖଣି ଅଞ୍ଚଳରେ କଲେଜ ପ୍ରତିଷ୍ଠା କରିବାକୁ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ୨୦୧୬ରେ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ଅଞ୍ଚଳରେ କଲେଜ ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରୁଛି। ତେବେ କଲେଜ ପ୍ରତିଷ୍ଠା ହେବା ଯାଏ ସ୍ଥାନୀୟ ଅଞ୍ଚଳର ଛାତ୍ରୀଛାତ୍ରଙ୍କୁ ଯାତାୟାତ ସୁବିଧା ଯୋଗାଇବାକୁ ସେତେବେଳେ ପ୍ରାଥମିକସ୍ତରରେ ୧ ବସ୍‌ ସେବା ଆରମ୍ଭ ହୋଇଥିଲା। ସମୟକ୍ରମେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢିବାରୁ ଅଞ୍ଚଳର ସମସ୍ତ କମ୍ପାନୀଙ୍କ ମିଳିତ ଅର୍ଥରେ ଆଉ ୨ ବସ୍‌ ଚଳାଯାଉଛି। ସେଥିରୁ ଗୋଟିଏ ବସ୍‌ କାଳିଆପାଣି ଦେଇ ଚିତିରି କଲେଜକୁ ଯାଉଥିବା ବେଳେ ଅନ୍ୟ ୨ଟି ମଙ୍ଗଳପୁର ଦେଇ ସୁକିନ୍ଦା ଓ ହରିପୁର କଲେଜକୁ ଯାଉଛି। ହେଲେ ସୁକିନ୍ଦା କଲେଜକୁ ଯାଉଥିବା ବହୁପୁରାତନ ବସ୍‌ଟିରେ ନୂତନ ରଙ୍ଗ ଲଗାଯାଇ ବ୍ୟବହାର କରାଯାଉଛି। ଯେଉଁଥିରେ କଂସ, କାଳିଆପାଣି, ଚିଙ୍ଗୁଡ଼ିପାଳ, ରାଁସୋଳ ଅଞ୍ଚଳର ଆଦିବାସୀ ଅଧ୍ୟୁସିତ ପଞ୍ଚାୟତର ବହୁ ଛାତ୍ରଛାତ୍ରୀ ଯାତାୟାତ କରୁଛନ୍ତି। ବସ୍‌ଟି ବହୁ ସମୟରେ ଖରାପ ହୋଇ ରାସ୍ତାରେ ପଡ଼ିରହୁଥିବା ବେଳେ ରିସୋଲ ଟାୟାର ଲଗାଯାଇଛି। ଗତ କିଛି ଦିନ ତଳେ ଉକ୍ତ ବସ୍‌ର ଆଗ ଟାୟର ଫାଟିଯିବାରୁ ଛାତ୍ରୀଛାତ୍ର ଅଳ୍ପକେ ଦୁର୍ଘଟଣାରୁ ବତଯାଇଥିଲେ। କିନ୍ତୁ ରାସ୍ତାରେ ଟାୟାର ଫାଟିବାରୁ କେତେଜଣ ଛାତ୍ରୀଛାତ୍ର ଚାଲିଚାଲି କଲେଜ ଯାଇଥିବାବେଳେ ଆଉ କେତେଜଣ ଟ୍ରେକ୍‌ରେ ବସି ଯାଇଥିଲେ। ଏ ନେଇ କଲେଜ କମିଟି ସଭାପତି ପ୍ରଭାତ ପ୍ରଧାନଙ୍କୁ ପଚାରିବାରୁ, ବସ୍‌ ଦାୟିତ୍ୱ ଏବେ କମିଟି ହାତରେନାହିଁ। ବସ୍‌ ଚଳାଚଳ କଣ୍ଟ୍ରାକ୍ଟର ବୁଝୁଛନ୍ତି। ତେବେ ଦେଖାଦେଇଥିବା ସମସ୍ୟା ବାବଦରେ ବିଧାୟକଙ୍କୁ ଜଣାଇବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଚଣ୍ଡିଖୋଲ ଆର୍‌ଟିଓ ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri