ଖଡିଆଳ, ବୋଡେନ ଓ ସିନାପାଲିରେ ସ୍ବାସ୍ଥ୍ୟ ସମସ୍ୟା ବେହାଲ

ନୂଆପଡା ଅଫିସ,୨୨ା୯
ନୂଆପଡା ଜିଲାର ଖଡିଆଳ, ବୋଡେନ ଏବଂ ସିନାପାଲି ବ୍ଲକ ଅଞ୍ଚଳରେ ସରକାରୀ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରେ ମୁକ୍ତ ଚିକିତ୍ସା ବ୍ୟବସ୍ଥା କରୁଥିଲେ ମଧ୍ୟ ସରକାରୀ ଉଦାସୀନତା ଯୋଗୁ ସୁବିଧା ଉପଲବ୍ଧ ହୋଇପାରୁନାହିଁ। ଏହା ଉପରେ ଲୋକେ ବାରମ୍ବାର ଅଧିକାରୀ, ନେତାମାନଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଶେଷରେ ଜିଲା ଦଳିତ ଅଧିକାର ମଞ୍ଚ ନୂଆପଡା ଆସି ଜିଲାପାଲଙ୍କୁ ଭେଟି ଏହାର ସମାଧାନ ପାଇଁ ଜଣାଇଛନ୍ତି ।
ଶନିବାର ଅପରାହ୍ନରେ ଦଳିତ ଅଧିକାର ମଞ୍ଚର ଜିଲା ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ନୂଆପଡା ଆସି ଜିଲାପାଳଙ୍କୁ ଭେଟିଥିଲେ। ତାଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ସ୍ବାସ୍ଥ୍ୟ ସମସ୍ୟା ନେଇ ଆଲୋଚନା କରିଥିଲେ। ଜିଲାପାଳ ଏହା ଉପରେ ଦୃଷ୍ଟି ଦେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦାବିପତ୍ର ଅନୁଯାୟୀ ଖଡିଆଳ ସରକାରୀ ହସ୍ପିଟାଲ ଜିଲାର ଏକ ବଡ ହସ୍ପିଟାଲ । ଏହା ଉପରେ ଲକ୍ଷାଧିକ ଲୋକ ନିର୍ଭର କରିଥାନ୍ତି । ହେଲେ ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ଏଠାରେ ମୋଟ ୫ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୨ଜଣ ଡାକ୍ତର । ବ୍ଲଡ ବ୍ୟାଙ୍କ, ଶୁଦ୍ଧ ପାନୀୟ ଜଳ, ଶୌଚାଳୟ, ଡିଜିଟାଲ ଏକ୍ସରେ ବ୍ୟବସ୍ଥା ନ ଥିବାବେଳେ ଚକ୍ଷୁ ବିଭାଗ, ଶଲ୍ୟ ବିଶେଷଜ୍ଞ ପଦବୀ ଖାଲି ପଡିଛି । ଏହିଭଳି ସିନାପାଲି ଏବଂ ବୋଡେନ ହସ୍ପିଟାଲରେ ମଧ୍ୟ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାବେଳେ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ । ବିଭିନ୍ନ ସମୟରେ ଡାକ୍ତରଖାନାଗୁଡିକରେ ଗରିବ ଗର୍ଭବତୀମାନେ ଛୁଆ ଜନ୍ମ କରିବାକୁ ଲାଞ୍ଚ ଦେଇ ଶୋଷିତ ହେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଖଡିଆଳ ନିକଟସ୍ଥ ଚନାବେଡାଠାରେ ଏକ ବୃହତ ହସ୍ପିଟାଲ ବିଲଡିଂ ନିର୍ମାଣ କାମ ଆରମ୍ଭ ହୋଇଛି । ହେଲେ ବହୁ ବର୍ଷ ପରେ ମଧ୍ୟ ତାହା ଶେଷ ହୋଇପାରୁନାହିଁ । ବିଭିନ୍ନ କାରଣକୁ ନେଇ ଅଟକି ରହିଛି । ଏହା ଉପରେ ପ୍ରଶାସନ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ କରିବା ଜରୁରୀ ହୋଇପଡିଛ। ଜିଲାପାଳ ଏସବୁ ଉପରେ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ କରିବାକୁ ମଞ୍ଚ ଦାବି କରିଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାଇ ଦିଆଯାଇଛି । ଏହା ଉପରେ ପ୍ରଶାସନ କିପରି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

୧୬ କେଜି ଗଞ୍ଜେଇ ଜବତ, ୨ ଗିରଫ

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଅବକାରୀ ବିଭାଗ କର୍ମଚାରୀ ସୋମବାର ପୃଥକ୍‌ ସ୍ଥାନରେ ଚଢ଼ାଉ କରି ୧୬ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ…

ବିପଦ ସୃଷ୍ଟି କରୁଛି ମୁକୁଳା ଟ୍ରାନ୍ସଫର୍ମର: ଛାତ୍ରୀଛାତ୍ରଙ୍କ ପ୍ରତି ବିପଦ

ନୂଆପଡ଼ା,୨୧ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗାଁ ରାସ୍ତା କଡରେ ବିପଦସଙ୍କୁଳ ଅବସ୍ଥାରେ ମୁକଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରହିଥିବାରୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri