କ୍ୟାନସର ପୀଡିତ ସାଇରାଜଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ

ସୋନପୁର,୨୮।୩(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ସଦର ବ୍ଲକ କେନ୍ଦୁମୁଣ୍ଡା ଗାଁର ଅନିମା ଓ ସହଦେବ ଦୀପଙ୍କ ୪ ବର୍ଷର ପୁଅ ସାଇରାଜ। ପୁଅ ଜନ୍ମ ନେଲା ପରେ ମା ବାପା ଖୁସିରେ ଆତ୍ମହରା ହୋଇ ପଡିଥିଲେ। ହେଲେ ଏହି ଖୁସି ବେଶୀଦିନ ରହିଲା ନାହିଁ। ଜନ୍ମର କିଛି ଦିନ ପରେ ପୁଅକୁ ହେଲା ଟ୍ୟୁମର। ଟ୍ୟୁମରରୁ ପୁଣି କ୍ୟାନସର। ଚିକିତ୍ସା ପାଇଁ ବୁର୍ଲାରୁ କଟକ ନେଇଛନ୍ତି। ସବୁଠି ନିରାଶ। ଏବେ ସାଇରାଜ୍‌ଙ୍କୁ ଚିକିତ୍ସା ପାଇଁ ଯିବାକୁ ହେବ ବମ୍ବେସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲକୁ । ହେଲେ ଦୁଇ ଓଳି ଖାଇବା ପାଇଁ ଦାନା ନଥିବା ସହଦେବଙ୍କ ପରିବାର ପାଇଁ ଅର୍ଥ ବାଧକ ସାଜିଛି ।
ଜନ୍ମ ହେବାର କିଛି ଦିନ ପରେ ସାଇରାଜଙ୍କ ପେଟ ଫୁଲିଲା । ପ୍ରାଥମିକ ଚିକିତ୍ସା ପରେ ଜଣାପଡିଲା ପେଟରେ ଟ୍ୟୁମର ହୋଇଛି । ଚିକିତ୍ସା ପାଇଁ ଘରେ ଯାହାଥିଲା, ବାପା ଅଜା ସମ୍ପତ୍ତି ବିକ୍ରି କରି ସହଦେବ ପୁଅର ଟ୍ୟୁମର ଅପରେଶନ କରାଇଲେ। ହେଲେ ମାସକ ପରେ ଜଣାପଡିଲା ସେ କ୍ୟାନସରରେ ପୀଡିତ। ଏବେ ଶ୍ରମଜୀବୀ ମା ବାପାଙ୍କ ମୁଣ୍ଡରେ ଯେମିତି ଚଡକ ପଡିଛି । ଯେଉଁ ବୟସରେ ପିଲାମାନେ ସାଙ୍ଗସାଥୀ ମେଳରେ ଗାଁ ଦାଣ୍ଡରେ ଧୂଳି ଖେଳିବା କଥା ସେହି ବୟସରେ ମାର କୋଳ ହିଁ ତା ପାଇଁ ଆଶ୍ରା ପାଲଟିଛି । ଘରେ ଦୁଇଓଳି ଖାଇବାକୁ ଦାନା ନଥିବା ବେଳେ ପୁଅର ଚିକିତ୍ସା କିପରି କରିବେ ସେହି ଚିନ୍ତାରେ ପଡି ଯାଇଛନ୍ତି ମା’ବାପ। ସହଦେବ କୁହନ୍ତି, ଘରେ ଯାହାଥିଲା ବିକ୍ରିକରି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ପୁଅର ଅସ୍ତ୍ରୋପଚାର କରିଥିଲେ। ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମାସକ ପରେ ପୁଣି ଅସ୍ତ୍ରୋପଚାର କରିବାକୁ ହେବ। ହେଲେ ଏଥିପାଇଁ ସମ୍ବଳ ନାହିଁ କି ଶକ୍ତି ନାହିଁ । ସେହିପରି ଭୁବନେଶ୍ୱର ଏମ୍‌ସର ଡାକ୍ତରଙ୍କ କହିବା କଥା ବମ୍ବେ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସା କଲେ ପୁଅ ଭଲ ହେବ। ଏଥିପାଇଁ ଆବଶ୍ୟକ ୪ ଲକ୍ଷ ଟଙ୍କା । ସେପଟେ ରୋଗ ବଢିବଢି ଯାଉଛି। ସରକାରୀ ସହାୟତା ପାଇଁ ମା ବାପା ପ୍ରଧାନମନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ଜିଲା ପ୍ରଶାସନ ଯାଏଁ ଆବେଦନ କରିଛନ୍ତି। ହେଲେ କିଛି ସୁଫଳ ମିଳିନି। ଅପରପକ୍ଷେ ଟାଟା ମେମୋରିଆଲ ହସ୍ପିିଟାଲରୁ ଚିକିତ୍ସାର ବ୍ୟୟ ଅଟକଳ ଆଣିଲେ ଚିକିତ୍ସା ସହାୟତା ପ୍ରଦାନ କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲୀପ କୁମାର ପଣ୍ଡା କହିଛନ୍ତି। ହେଲେ ଏହି ପରିସ୍ଥିତିରେ ସହଦେବ ବ୍ୟୟ ଅଟକଳ ଆଣିବା ପାଇଁ ପୁଅକୁ ନେଇ ବମ୍ବେ ଯିବାକୁ ଆବଶ୍ୟକ ଅର୍ଥ ଯୋଗାଡ କରି ପାରୁ ନାହାନ୍ତି । ଏହି ଅସହାୟ ଗରିବ ପରିବାରକୁ ତୁରନ୍ତ ଜିଲା ପ୍ରଶାସନ ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦୁମୁଣ୍ଡା ଗ୍ରାମବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri