କ୍ଷମତା ଚୌକିରେ ଗ୍ରୀନ୍‌ହର୍ନ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ମହାରାଷ୍ଟ୍ରରେ ‘ମରାଠୀ ମାନୁଷ୍‌’ କଥା ଉଠିଲେ ସମସ୍ତଙ୍କ ନଜର ପଡ଼େ ‘ମାତୋଶ୍ରୀ’ ଉପରେ। ମାତୋଶ୍ରୀ ଠାକ୍‌ରେ ପରିବାରର ଆଦ୍ୟପୀଠ, ଯେଉଁଠାରେ ଶିବସେନାର ସାଂଗଠନିକ ଆଦର୍ଶକୁ ଗୁନ୍ଥା ହୋଇ ରଖାଯାଇଆସିଛି। ଜନ୍ମମାଟିକୁ ଅତି ଭଲ ପାଇ ଦେଶଭକ୍ତିର ପରିଚୟ ସୃଷ୍ଟି କରିଥିବା ଶିବସେନାର ମାଉଥ୍‌ପିସ୍‌ ବା ମୁଖପତ୍ର ‘ସାମ୍‌ନା’ ମରାଠୀଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିଥାଏ ବୋଲି ସାଧାରଣରେ ଆଲୋଚନା ହୁଏ। ଏହିସବୁ ଚିନ୍ତାଧାରା ପଛରେ ଯେଉଁ ବ୍ୟକ୍ତିଙ୍କ ମଗଜ ଖଟୁଥିଲା, ସେ ଥିଲେ ବାଲାସାହେବ ଠାକ୍‌ରେ। ମହାରାଷ୍ଟ୍ର ସମେତ ଜାତୀୟ ରାଜନୀତିରେ ଯେତେବେଳେ କୌଣସି ଜଟିଳ ସମସ୍ୟା ଉପୁଜୁଥିଲା, ତାହାର ସମାଧାନ ପାଇଁ ସମାଜର ସବୁବର୍ଗ ଧାଉଁଥିଲେ ବାଲ୍‌ ଠାକ୍‌ରେଙ୍କ ପାଖକୁ। ସେ ଥିଲେ ସଂଗଠକ। ନିର୍ବାଚନ ଲଢ଼ି ନେତା ହେବାର ସବୁ ସୁଯୋଗ ଥିଲେ ମଧ୍ୟ ସେ ମରାଠୀଙ୍କ ମୁରବି ଭାବେ ରହିବାକୁ ପସନ୍ଦ କରୁଥିଲେ। କେବଳ ନିଜ ରାଜ୍ୟ ମଧ୍ୟରେ ତାଙ୍କ ବ୍ୟକ୍ତିତ୍ୱର ଚର୍ଚ୍ଚା ସୀମିତ ନ ଥିଲା। ଜାତୀୟ ସ୍ତରର ନେତାମାନେ ମଧ୍ୟ ତାଙ୍କୁ ସମ୍ମାନ ଦେଉଥିଲେ। ସେହି ପରିବାରରୁ କେହି ପ୍ରତ୍ୟକ୍ଷ ରାଜନୀତିକୁ ଆସନ୍ତୁ ବୋଲି ସେ ଚାହୁଁ ନ ଥିଲେ। ୨୦୧୨ରେ ତାଙ୍କ ଦେହାନ୍ତ ପରେ ଶିବସେନାର ଦାୟିତ୍ୱ ତାଙ୍କ ପୁଅ ଉଦ୍ଧବ ନେଇଥିଲେ। କୁହାଯାଏ ବାଲ୍‌ ଠାକ୍‌ରେଙ୍କ ଗୁଣ ତାଙ୍କ ପୁତୁରା ରାଜ୍‌ ଠାକ୍‌ରେଙ୍କଠାରେ ଅଧିକ ଦେଖାଯାଉଥିବାରୁ ସେ ତାଙ୍କୁ ଉତ୍ତରାଧିକାରୀ କରିବାକୁ ଚାହୁଁଥିଲେ। ସମୟ ଚକ୍ର ବଦଳିଗଲା। ଉଦ୍ଧବ ଓ ରାଜ୍‌ଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ଯୋଗୁ ଉଭୟେ ଭିନ୍ନେ ହୋଇଗଲେ। ଶିବସେନାରୁ ଅଲଗା ହୋଇ ରାଜ୍‌ ଗଢ଼ିଲେ ‘ମହାରାଷ୍ଟ୍ର ନବନିର୍ମାଣ ସେନା’ ଓ ଉଦ୍ଧବ ପିତାଙ୍କ ଉତ୍ତରାଧିକାରୀ ହୋଇଗଲେ। ଶିବସେନାର ନେତୃତ୍ୱ ନେଇଥିଲେ ମଧ୍ୟ ଉଦ୍ଧବ କ୍ଷମତାର ସ୍ବାଦ ଚାଖିବାକୁ ମନ ବଳାଇ ନ ଥିଲେ। ପ୍ରଥମ ଥର ଲାଗି ପୁଅ ଆତିଦ୍ୟଙ୍କୁ ନିର୍ବାଚନରେ ଲଢ଼ିବାକୁ ଦେଇଥିଲେ। ଆଦିତ୍ୟ ଓ୍ବର୍ଲି ଆସନରୁ ବିଜୟୀ ହୋଇଥିଲେ ହେଁ ଉଦ୍ଧବ ଏବେ ମୁଖ୍ୟମନ୍ତ୍ରୀ।
ରାଜନୈତିକ ବାଧ୍ୟବାଧକତା ଅପ୍ରତ୍ୟାଶିତ ଭାବେ ଉଦ୍ଧବଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରାଇଛି। ଅକ୍ଟୋବର ୨୦୧୯ରେ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲା। ଭାଜପା ସର୍ବାଧିକ ୧୦୫ ଆସନ ପାଇଥିବା ବେଳେ ତା’ର ସହଯୋଗୀ ଶିବସେନା ଖାତାକୁ ଯାଇଥିଲା ମାତ୍ର ୫୬। ଅନ୍ୟପଟେ ବିରୋଧୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ୫୪ ଆସନ ଅକ୍ତିଆର କରିଥିବା ବେଳେ କଂଗ୍ରେସ ୪୪ ଆସନରେ ସନ୍ତୁଷ୍ଟ ହୋଇଥିଲା। ଭାଜପା ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଚାଲିଲା। କୌଣସି ନିଷ୍କର୍ଷ ନ ଆସିବାରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେଲା। ଏହି ସନ୍ଧିକ୍ଷଣରେ ମତ ଓ ଆଦର୍ଶ ଭୁଲି ଭାଜପା-ଶିବସେନା ବିରୋଧୀ ଶିବିରରେ ଥିବା ଏନ୍‌ସିପି ଓ କଂଗ୍ରେସ ବିଧାୟକଙ୍କୁ ଗୋଟାଇବାରେ ଲାଗିଲେ। ପ୍ରଥମେ ଅଜିତ୍‌ ପାଓ୍ବାର ଏନ୍‌ସିପିର କିଛି ନେତାଙ୍କୁ ଧରି ଭାଜପାର ଦେବେନ୍ଦ୍ର ଫଡ୍‌ନବିସଙ୍କ ସହ ମିଶି ସରକାର ଗଢ଼ି ପକାଇଲେ। ହେଲେ ସଂଖ୍ୟା ଖେଳ ଅଜିତ୍‌ ଓ ଦେବେନ୍ଦ୍ରଙ୍କୁ ଅଡୁଆରେ ପକାଇଲା। ଫଳରେ ଏହାର ସୁଯୋଗ ନେଲେ ଉଦ୍ଧବ। ଏନ୍‌ସିପି ଓ କଂଗ୍ରେସ ସହଯୋଗ କରିବାରରୁ ଉଦ୍ଧବ ୨୮ ନଭେମ୍ବରରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ଶୁଣିବାକୁ ମିଳୁଥିଲା ପୁଅ ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଉଦ୍ଧବ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ସମ୍ଭବତଃ ଆଦିତ୍ୟଙ୍କ ସପକ୍ଷରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସବୁଜ ସଙ୍କେତ ନ ଦେବାରୁ ଉଦ୍ଧବ ସର୍ବସମ୍ମତି ପାଇଲେ।
ବମ୍ବେଠାରେ ୨୭ ଜୁଲାଇ ୧୯୬୦ରେ ଉଦ୍ଧବ ଜନ୍ମଗ୍ରହଣ କରିଥିଲେ। ୨୦୦୨ରେ ତାଙ୍କ ରାଜନୈତିକ କ୍ୟାରିୟର ବ୍ରିହାନ୍‌ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ ନିର୍ବାଚନ ପ୍ରଚାର ବେଳେ ଆରମ୍ଭ ହୋଇଥିଲା। ତାଙ୍କ ନେତୃତ୍ୱରେ ଦଳ ସଫଳତା ପାଇବା ପରେ ୨୦୦୩ରେ ତାଙ୍କୁ ଶିବସେନାର କାର୍ଯ୍ୟକାରୀ ସଭାପତି କରାଯାଇଥିଲା। ୨୦୦୬ରେ ସେ ‘ସାମ୍‌ନା’ର ମୁଖ୍ୟ ସମ୍ପାଦକ ହୋଇଥିଲେ। ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ସେ ସମ୍ପାଦନାରୁ ଓହରିଯାଇଛନ୍ତି। ତେବେ ପିତା ବାଲାସାହେବଙ୍କ ଦେହାନ୍ତ ପରେ ଉଦ୍ଧବ ୨୦୧୩ରେ ଶିବସେନାର ସଭାପତି ହୋଇଥିଲେ।
ରାଜନୀତିକୁ ଛାଡ଼ିଦେଲେ ଉଦ୍ଧବଙ୍କ ସର୍ବାଧିକ ପସନ୍ଦ ଫଟୋଗ୍ରାଫିରେ ରହିଆସିଛି। ‘ମହାରାଷ୍ଟ୍ର ଦେଶା’ ଓ ‘ପାହାବ ଭିଟ୍ଟଲ’ ନାମରେ ସେ ଦୁଇଟି କଫି ଟେବଲ୍‌ ବୁକ୍‌ ପ୍ରକାଶ କରିଛନ୍ତି। ପ୍ରକୃତିପ୍ରେମୀ ହୋଇଥିବାରୁ ସେ ଚିନ୍ତାରୁ ମୁକ୍ତି ପାଇବା ସକାଶେ ଯେତେବେଳେ ଚାହାନ୍ତି, ସେତେବେଳେ ‘ଆନିମଲ୍‌ ପ୍ଲାନେଟ’ ଓ ‘ଡିସ୍‌କଭରି’ ଚ୍ୟାନେଲ ଦେଖିଥାଆନ୍ତି। ନୀରବ ରହିବାକୁ ତାଙ୍କୁ ଭଲ ଲାଗେ। କିନ୍ତୁ ସମାଲୋଚକଙ୍କୁ କ୍ଷମା ଦେବାରେ ତାଙ୍କର ମହାନୁଭବତା ନ ଥାଏ। ସେ ଯାହା ପଛରେ ପଡ଼ନ୍ତି ତାଙ୍କୁ ଠିକ୍‌ ସମୟରେ ଉଚିତ ଜବାବ ଦେଇଥାଆନ୍ତି ବୋଲି ସମୀକ୍ଷକ ମତ ଦେଇଥାଆନ୍ତି। କ୍ଷମତା ଚୌକିରେ ଉଦ୍ଧବ ଗ୍ରୀନ୍‌ହର୍ନ (ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନୂଆ)। ସହଧର୍ମିଣୀ ରଶ୍ମି ତାଙ୍କ ପରାମର୍ଶଦାତା (ଏପରି କି ରାଜନୈତିକ ଉପଦେଷ୍ଟା) ବୋଲି କୁହାଯାଏ। ଦୁଇ ପୁଅ ଆଦିତ୍ୟ ଓ ତେଜସ୍‌। ଆଦିତ୍ୟ ସକ୍ରିୟ ରାଜନୀତିରେ ଥିବା ବେଳେ ତେଜସ୍‌ ଏବେ ନ୍ୟୁୟର୍କରେ ପଢ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri