କ୍ଷତିପୂରଣ ଦାବିକଲେ ଜମି ମାଲିକ

ଦାରିଙ୍ଗବାଡ଼ି,୧୧ା୨(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ିର ଲଦପାଙ୍ଗାର ଏକ ପଥର ଖୋଲରୁ ଡିଜେଲ ବାହାରିବା ଯୋଗୁ ନିକଟସ୍ଥ ଚାଷଜମିରେ ଫସଲ ନଷ୍ଟ ହୋଇଥିଲା। ଜମି ମାଲିକମାନେ ଫସଲ ନଷ୍ଟ ନେଇ ସ୍ଥାନୀୟ ତହସିଲଦାର ନୀତିଶ ତ୍ରିପାଠୀଙ୍କ ନିକଟରେ ସୋମବାର ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା, ଡଲାବାଡ଼ିଠାରେ ଏକ ପେଟ୍ରୋଲ ପମ୍ପ ରହିଛି। ଏହା ନିକଟରେ ଥିବା ଜମିରେ ମାସେ ହେଲା ଭଲ ଫସଲ ହେଉନାହିଁ। ତେବେ କାହିଁକି ଏଭଳି ହେଉଛି ବୋଲି ସେମାନେ ଚିନ୍ତା କରୁଥିବାବେଳେ ଶନିବାର ଉକ୍ତ ଜମିରେ ଥିବା ଏକ ପଥରଖୋଲରୁ ଡିଜେଲ ବାହାରିଥିଲା। ଏହାପରେ ଫସଲ ନଷ୍ଟର କାରଣ ସମ୍ପର୍କରେ ଜମି ମାଲିକ ଦୈତାରୀ ପଡ୍ରା ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି। ଦୈତାରୀଙ୍କ ନିକଟରେ ଥିବା ଜମି ମାଲିକ ପ୍ରଭାତ କୁମାର ପଡ୍ରା, ନରିଚି ନାୟକ, ଦୀନବନ୍ଧୁ ପଡ୍ରା, ପୀତବାସ ପ୍ରଧାନ, ଶେଷଦେବ ପଡ୍ରା, କବିଚନ୍ଦ୍ର ନାୟକ, ଦଣ୍ଡପାଣି ପଡ୍ରା ପ୍ରମୁଖ ମଧ୍ୟ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି। ସେହିପରି ଡିଜେଲ ବାହାରିବା ଘଟଣାକୁ ନେଇ ରବିବାର ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ ପକ୍ଷରୁ ଏକ ଠିକା ସଂସ୍ଥାକୁ ପଠାଇ ଯାଞ୍ଚ କରାଯାଇଥିଲା। ହେଲେ ପ୍ରକୃତ କାରଣ ଜଣାପଡିନାହିଁ। ତେଣୁ ପୁଣି ପାଇପ ଲାଇନ ଖୋଳି ଯାଞ୍ଚ କରାଯିବ, ଯଦି ପାଇପ ଫାଟିଥିବ ତେବେ ମରାମତି କରାଯିବା ପରେ ପେଟ୍ରୋଲ ପମ୍ପ ଖୋଲାଯିବ ବୋଲି ଓଡ଼ିଶୀ ପେଟ୍ରୋଲ ପମ୍ପ ମାଲିକ ଅରୂପ କୁମାର ସାହୁ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡ଼ିରେ ଥିବା ଏହି ଏକମାତ୍ର ପେଟ୍ରୋଲ ପମ୍ପ ବନ୍ଦ ଯୋଗୁ ଅଞ୍ଚଳବାସୀ ନାହିଁ ନ ଥିବା ହଇରାଣ ଭୋଗୁଛନ୍ତି। ଏହାର ଫାଇଦା ନେଇ କେତେକ ଅସାଧୁ ବ୍ୟବସାୟୀ ଚଢାରେ କଳାବଜାର କରୁଛନ୍ତି। ଏନେଇ ତହସିଲଦାର ନୀତିଶ ତ୍ରିପାଠୀ ତଦନ୍ତ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

କଂଗ୍ରେସ ଦଳ ବୈଠକରେ କର୍ମୀଙ୍କ ପ୍ରଶ୍ନରେ ବିଧାୟକ ଘାଇଲା, ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି…

ଦାରିଙ୍ଗବାଡ଼ି,୨୦ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରଫୁଲ ପ୍ରଧାନ ବୁଧବାର ବ୍ରାହ୍ମଣୀଗାଁ ଗସ୍ତରେ ଯାଇଥିଲେ। ସେଠାରେ ବିଧାୟକଙ୍କୁ କିଛି କର୍ମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri