Posted inଖେଳ

କୋମାଳିକାଙ୍କୁ ହରାଇଲେ ପ୍ରିୟଙ୍କା

ଭୁବନେଶ୍ୱର, ୨୫।୨ (ସ୍ପୋଟର୍‌ସ ବ୍ୟୁରୋ)- ପୂର୍ବତନ ବିଶ୍ୱ ତୀରନ୍ଦାଜୀ ୟୁଥ୍‌ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ କୋମାଳିକା ବାରିଙ୍କୁ ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ନିରାଶ ହେବାକୁ ପଡ଼ିଛି। ସୋମବାର ଏଠାରେ ଅନୁଷ୍ଠିତ ବାଳିକା ରିକର୍ଭ ତୀରନ୍ଦାଜୀ ଇଭେଣ୍ଟରେ ଝାଡ଼ଖଣ୍ଡର କୋଲହାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କୋମାଳିକା ସେମିଫାଇନାଲରୁ ବିଦାୟ ନେଇଛନ୍ତି। ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ (ରୋହତକ)ର ପ୍ରିୟଙ୍କା ଥାକରନ୍‌ ସେମିଫାଇନାଲରେ କୋମାଳିକାଙ୍କୁ ପରାସ୍ତ କରିଛନ୍ତି। ପ୍ରିୟଙ୍କା ଏଥିପୂର୍ବରୁ ରାଉଣ୍ଡ-୧୬ରେ କୋଲହାନ ବିଶ୍ୱବିଦ୍ୟାଳୟର ଅନ୍ୟତମ ତୀରନ୍ଦାଜ ବାସନ୍ତୀ ବିରୁଆଙ୍କୁ ୧୨୭-୧୧୮ ସ୍କୋରରେ ହରାଇଥିଲେ। ଏହାପରେ କ୍ୱାର୍ଟର ଫାଇନାଲରେ ପ୍ରିୟଙ୍କା ୮୨-୬୨ରେ ମଣିପୁର ନ୍ୟାଶନାଲ ସ୍ପୋଟର୍‌ସ ବିଶ୍ୱବିଦ୍ୟାଳୟର ଦୁର୍ଗେଶ ଗୋସ୍ବାମୀଙ୍କୁ ମାତ୍‌ ଦେଇ ସେମିଫାଇନାଲରେ ପହଞ୍ଚତ୍ଥିଲେ। ଯେଉଁଠି ସେ ୨୦୧୯ ବିଶ୍ୱ ତୀରନ୍ଦାଜୀ ୟୁଥ୍‌ ଚାମ୍ପିୟନଶିପ୍‌ର ସ୍ବର୍ଣ୍ଣ ପଦକ ବିଜୟିନୀ କୋମାଳିକାଙ୍କୁ ପରାସ୍ତ କରିଛନ୍ତି। ‘ନିଶ୍ଚିତ ଭାବେ ମୁଁ ଜାଣିଥିଲି କୋମାଳିକା ପ୍ରତିଯୋଗିତାର ଜଣେ ଶ୍ରେଷ୍ଠ ତୀରନ୍ଦାଜ। କିନ୍ତୁ ମୋ ଖେଳ ଉପରେ ମୁଁ ଫୋକସ୍‌ କରିଥିଲି ଏବଂ ଏହାର ଫଳ ପାଇଛି’ ବୋଲି ଜନ୍ମଦିନରେ ବଡ଼ ବିଜୟ ହାସଲ କରିଥିବା ପ୍ରିୟଙ୍କା କହିଛନ୍ତି। ପ୍ରିୟଙ୍କାଙ୍କ ପ୍ରଦର୍ଶନରେ ତାଙ୍କ କୋଚ୍‌ ଅନିଲ କୁମାର ଖୁସି ଜାହିର କରିଛନ୍ତି। ନବମ ଶ୍ରେଣୀରେ ପଢ଼ୁଥିବାବେଳେ ପ୍ରିୟଙ୍କା ତୀରନ୍ଦାଜୀ କ୍ରୀଡ଼ାରେ ପ୍ରବେଶ କରିଥିଲେ। ୨୦୧୮ ନ୍ୟାଶନାଲରେ ସେ ରୌପ୍ୟ ପଦକ ବିଜୟୀ ହରିୟାଣା ଦଳର ସଦସ୍ୟା ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?