କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମୀକ୍ଷା: ଶିଶୁ, ମାତୃ ମୃତ୍ୟୁହାର ରୋକିବାକୁ ଜିଲାପାଳଙ୍କ ତାଗିଦ

ନୂଆପଡା ଅଫିସ/କୋମନା,୨୪।୯(ଡି.ଏନ.ଏ.)
ନୂଆପଡା ଜିଲାର ଉପାନ୍ତ ତଥା ଅବହେଳିତ ବ୍ଲକ କୋମନା ଅଞ୍ଚଳରେ ବିଭିନ୍ନ ସମୟରେ ମାତୃ ଏବଂ ଶିଶୁ ମୃତ୍ୟୁହାର ବୃଦ୍ଧି ଘଟିଥିବାର ବହୁ ନଜିର ରହିଛି। ଏହି ଅଞ୍ଚଳରେ ଲୋକଙ୍କ ସରଳତାର ସୁଯୋଗ ନେଇ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ଅବହେଳା କରୁଥିବା ଅଭିଯୋଗ ହେଉଥିବାବେଳେ ଜିଲାପାଳ ମଧୁସ୍ମିତା ସାହୁ ବିଶେଷ ଦୃଷ୍ଟି ଦେଇଛନ୍ତି । ଏଠାରେ ଶିଶୁ ଏବଂ ମାତୃମୃତ୍ୟୁ ହାର ରୋକିବାକୁ ଯତ୍ନବାନ ହେବାକୁ ଜିଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଅବହେଳା କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚାଇ ଦେଇଛନ୍ତି । ସୋମବାର ତାଙ୍କର କୋମନା ବ୍ଲକ ଗସ୍ତ ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି ।
କୋମନା ବ୍ଲକ ପରିସରରେ କୋମନା ବ୍ଲକର ସ୍ବାସ୍ଥ୍ୟ ସମସ୍ୟା ଉପରେ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ଜିଲାପାଳ ସାହୁ ଅଧ୍ୟକ୍ଷତା କରିଥିବାବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡା. ଦିବାକର ଓଝାଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ସମସ୍ତ ଅଧିକାରୀମାନେ ଯୋଗଦେଇଥିଲେ। ଏଥିରେ ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀମାନେ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଜିଲାପାଳ ଗୋଟି ଗୋଟି କରି ବୁଝିଥିଲେ। ଉକ୍ତ ଅଞ୍ଚଳରେ ଘଟୁଥିବା ବିଭିନ୍ନ ସ୍ବାସ୍ଥ୍ୟ ଭିତିକ ସମସ୍ୟା ଉପରେ ମଧ୍ୟ ଜିଲାପାଳ ଖବର ରଖିଥିଲେ। ଏହି ବ୍ଲକ ଅଞ୍ଚଳରେ ସୁନାବେଡା ଭଳି ଦୁର୍ଗମ ଅଞ୍ଚଳ ସବୁ ରହିଛି । ଏଠାରେ ବିଭିନ୍ନ ରୋଗରେ ଲୋକେ ମୃତ୍ୟୁବରଣ କରୁଛନ୍ତି । ସେମାନଙ୍କୁ ଉପଯୁକ୍ତ ସେବା ଏବଂ ପରାମର୍ଶ ଦିଆଯିବା ଆବଶ୍ୟକତା ରହିଥିବା କହିଥିଲେ । ଡାକ୍ତରଖାନାରେ ସବୁବେଳେ ଆବଶ୍ୟକ ମୁତାବକ ଜୀବନ ରକ୍ଷାକାରୀ ଔଷଧ ମହଜୁଦ ରଖିବାକୁ କହିଥିଲେ। ଏହି ପରିପ୍ରେକ୍ଷୀରେ ଡା. ଓଝା ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ବିବରଣୀ ରଖିଥିଲେ। ଶେଷରେ ଡା. ଓଝା ଧନ୍ୟବାଦ ଜ୍ଞାପନ କରିଥିଲେ । ବହୁ ଦିନ ପରେ ଜଣେ ଜିଲାପାଳ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସମୀକ୍ଷା କରିଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

୧୬ କେଜି ଗଞ୍ଜେଇ ଜବତ, ୨ ଗିରଫ

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଅବକାରୀ ବିଭାଗ କର୍ମଚାରୀ ସୋମବାର ପୃଥକ୍‌ ସ୍ଥାନରେ ଚଢ଼ାଉ କରି ୧୬ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ…

ବିପଦ ସୃଷ୍ଟି କରୁଛି ମୁକୁଳା ଟ୍ରାନ୍ସଫର୍ମର: ଛାତ୍ରୀଛାତ୍ରଙ୍କ ପ୍ରତି ବିପଦ

ନୂଆପଡ଼ା,୨୧ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗାଁ ରାସ୍ତା କଡରେ ବିପଦସଙ୍କୁଳ ଅବସ୍ଥାରେ ମୁକଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରହିଥିବାରୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri